ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ୬ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିବା ସମ୍ଭାବନା ରହିଛି। ଓଡ଼ିଶା ବନ୍ୟଜନ୍ତୁ ସୁରକ୍ଷା ନିୟମ ୧୯୭୪ରେ ପରିବର୍ତ୍ତନ, ସବ୍ଷ୍ଟେସନ ନିର୍ମାଣ ପାଇଁ ପ୍ରକଳ୍ପ ଖର୍ଚ୍ଚରେ ପରିବର୍ତ୍ତନ, ବ୍ରହ୍ମପୁରରେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପାଇଁ ଟେଣ୍ଡର , ଓଡ଼ିଶା ରେଭେନ୍ସା ସର୍ଭିସ ରିକ୍ୟୁଟମେଣ୍ଟ୍ ନିୟମ ୨୦୧୧ରେ ସଂଶୋଧନ ପ୍ରସ୍ତାବ ଓ ଓଡ଼ିଶା ସାମାଜିକ କଲ୍ୟାଣ ସଂଶୋଧନ ନିୟମ ୨୦୧୭କୁ କ୍ୟାବିନେଟ ମଂଜୁରୀ ମିଳିପାରେ। ଏଥିସହ ଆଗାମୀ ବିଧାନସଭା ଅଧିବେଶନର ଆହୁତ ସଂପର୍କିତ ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟଟ୍ ମୋହର ଲାଗିବା ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।