ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ବର(ଓଡି଼ଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆସନ୍ତାକାଲି ଅପରାହ୍ଣ ୫ଟା ୪୫ମିନିଟରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହେବାକୁ ଥିବା ଏହି କ୍ୟାବିନେଟ ବୈଠକରେ ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିବା ନିମନ୍ତେ ରାଜ୍ୟପାଳଙ୍କୁ ସୁପାରିସ କରାଯିବାର କାର୍ଯ୍ୟକ୍ରମ ରହିଛି। ନୂଆ ସରକାର ଗଠନ କରିବା ପୂର୍ବରୁ ବିଧାନସଭାକୁ ଭଙ୍ଗ କରିବାର ପ୍ରାବଧାନ ରହିଛି। ସୂଚନା ଅନୁସାରେ, ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣତି ହେବାକୁ ଥିବାବେଳେ […]

secretariatodisha

Manoranjan Sial
  • Published: Friday, 17 May 2019
  • , Updated: 17 May 2019, 07:02 PM IST

ଭୁବନେଶ୍ବର(ଓଡି଼ଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆସନ୍ତାକାଲି ଅପରାହ୍ଣ ୫ଟା ୪୫ମିନିଟରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହେବାକୁ ଥିବା ଏହି କ୍ୟାବିନେଟ ବୈଠକରେ ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିବା ନିମନ୍ତେ ରାଜ୍ୟପାଳଙ୍କୁ ସୁପାରିସ କରାଯିବାର କାର୍ଯ୍ୟକ୍ରମ ରହିଛି। ନୂଆ ସରକାର ଗଠନ କରିବା ପୂର୍ବରୁ ବିଧାନସଭାକୁ ଭଙ୍ଗ କରିବାର ପ୍ରାବଧାନ ରହିଛି।

ସୂଚନା ଅନୁସାରେ, ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣତି ହେବାକୁ ଥିବାବେଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜେଡି ରାଜ୍ୟରେ ପୁଣିଥରେ ସରକାର ଗଠନ ପାଇଁ ଆଶାବାଦୀ ଅଛି। ନବୀନଙ୍କ ନେତୃତ୍ବରେ ନୂଆ ସରକାର ଆସନ୍ତା ୨୭ ତାରିଖରେ ନିରାଡ଼ମ୍ବର ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଫୋନି ବାତ୍ୟାଜନିତ ବ୍ୟାପକ କ୍ଷୟକ୍ଷତି ଯୋଗୁ ଶପଥ ଗ୍ରହଣ ସମାରୋହକୁ ନିରାଡ଼ମ୍ବର ଭାବେ ପାଳନ କରାଯିବ ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି।

Related story