ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ଆରାଧ୍ୟା ଦେବତା ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଆଜି ସାଢ଼େ ୮କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆସନ୍ତା ରଥଯାତ୍ରା ପୂର୍ବରୁ ଏହି କାମ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସି ମାଧ୍ୟମରେ କେନ୍ଦ୍ରାପଡ଼ା ସାଂସଦ, ବିଧାୟକ, ଜିଲ୍ଲାପାଳ, ମନ୍ଦିର ଟ୍ରଷ୍ଟି ଓ ସେବାୟତମାନଙ୍କ ସହ ବିସ୍ତୃତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏହି ରାଶି ଅନୁମୋଦନ କରିଛନ୍ତି। ବଳଦେବଜୀଉ ମନ୍ଦିରକୁ ଏକ ଆକର୍ଷଣୀୟ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଗତ ସ୍ନାନପୂର୍ଣ୍ଣିମା ଦିନ ବଳଦେବଜୀଉ ମନ୍ଦିର ଦର୍ଶନରେ ଯାଇଥିଲେ। ସୂଚନାଯୋଗ୍ୟ, ପାଟକୁରା ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବରୁ ମଧ୍ୟ ବଳଦେବଜୀଉ ମନ୍ଦିରକୁ ରାଜ୍ୟ ସରକାର ଆର୍ଥିକ ଅନୁଦାନ ଘୋଷଣା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ୍ କଲେ ପ୍ରେମିକ; ଝୁଲି ପଡ଼ିଲେ ପ୍ରେମିକା
ପରବର୍ତ୍ତୀ ସମୟରେ ଭାନୁ ବିବାହ ପାଇଁ ରାଜି ହୋଇନଥିଲେ। ଯେଉଁଥିପାଇଁ ଚିନ୍ତାରେ ପଡ଼ି ଯାଇଥିଲେ ଅନୀଲ୍। ଆଉ ନିଜ ପାଖରେ ଥିବା ଭାନୁଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋଶାଲ୍ ମିଡିଆରେ ଭାଇରାଲ କରି ଦେଇଥିଲେ।
Technology
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଓଡ଼ିଶାକୁ ଏକ ମେଗା ଆଇଟି ହବରେ ପରିଣତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
Crime
ରାଜଧାନୀ ମର୍ଡର ମାମଲାରେ ୨ ମହିଳାଙ୍କ ସହ ୫ ଗିରଫ
କେଦାରପଲ୍ଲୀ ବସ୍ତିରେ ସହଦେବ ନାୟକ ଘର। ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେ ସ୍କୁଟିରେ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା। କେଦାରପଲ୍ଲୀ ଲକ୍ଷ୍ମୀଧର ନାୟକ ଓରଫ ମଣ୍ଟି ଓ ତାଙ୍କର ସହଯୋଗୀ ଖୋର୍ଦ୍ଧା ଜିଲ୍ଲାର ରକି ନାୟକ ଆକ୍ରମଣ କରିଥିଲା।
Miscellaneous
ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ । ତା’ପରେ ରାଷ୍ଟ୍ରପତି ସିଧାସଳଖ ରାଜଭବନ ଯାଇଛନ୍ତି ଓ ସେଠାରେ ରାତ୍ରିଯାପନ କରିବେ ।