୫ ଜିଲ୍ଲାର ଘରୋଇ ସ୍କୁଲକୁ ମାସକର ଫି’ ଛାଡ଼ ପାଇଁ ସରକାରଙ୍କ ଆହ୍ଵାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବାତ୍ୟା କ୍ଷତିଗ୍ରସ୍ତ ୫ଟି ଜିଲ୍ଲାରେ ସ୍କୁଲ ଫି’ ଛାଡ଼ କରିବାକୁ ଆଜି ବିଭିନ୍ନ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ବାତ୍ୟାରେ ସର୍ବାଧିକ ପ୍ରଭାବିତ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ବିଭିନ୍ନ ଘରୋଇ ସ୍କୁଲକୁ ଏକମାସର ସ୍କୁଲ ଫି’ ଛାଡ଼ କରିବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ସେଠୀ କହିଛନ୍ତି ଯେ ବାତ୍ୟାରେ ଏହି ଜିଲ୍ଲାଗୁଡ଼ିକରେ […]

school1

Manoranjan Sial
  • Published: Monday, 13 May 2019
  • , Updated: 13 May 2019, 07:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବାତ୍ୟା କ୍ଷତିଗ୍ରସ୍ତ ୫ଟି ଜିଲ୍ଲାରେ ସ୍କୁଲ ଫି’ ଛାଡ଼ କରିବାକୁ ଆଜି ବିଭିନ୍ନ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ବାତ୍ୟାରେ ସର୍ବାଧିକ ପ୍ରଭାବିତ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ବିଭିନ୍ନ ଘରୋଇ ସ୍କୁଲକୁ ଏକମାସର ସ୍କୁଲ ଫି’ ଛାଡ଼ କରିବାକୁ ଆହ୍ୱାନ ଦେଇଛନ୍ତି।

ଶ୍ରୀ ସେଠୀ କହିଛନ୍ତି ଯେ ବାତ୍ୟାରେ ଏହି ଜିଲ୍ଲାଗୁଡ଼ିକରେ ଅନେକ କଚ୍ଚାଘର ଭାଙ୍ଗିଯାଇଛି। ପିଲାମାନେ ନିଜର ବହି, ପାଠ୍ୟ ଉପକରଣ ଓ ୟୁନିଫର୍ମ ହରାଇଛନ୍ତି। ତେଣୁ ସରକାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ସରକାରୀ ହାଇସ୍କୁଲରେ ସ୍କୁଲ ଫି’ ଓ ପରୀକ୍ଷା ଫି’ ଛାଡ଼ କରିଛନ୍ତି। ପିଲାଙ୍କୁ ଦୁଇ ହଳ ୟୁନିଫର୍ମ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଥିବା ଘରୋଇ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକରେ ସ୍କୁଲ ଫି’ ଛାଡ଼ କରିବା ଦିଗରେ ହସ୍ତକ୍ଷେପ ନିମନ୍ତେ ଓଡ଼ିଶା ଅଭିଭାବକ ମହାସଂଘ ଗତ ଦୁଇଦିନ ତଳେ ରିଲିଫ କମିଶନରଙ୍କୁ ଅନୁରୋଧ କରିଥିଲା। ଯାହାକୁ ବିଚାରକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ଆଜି ବାତ୍ୟା ପ୍ରଭାବିତ ଜିଲ୍ଲାର ସମସ୍ତ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏକମାସ ପରୀକ୍ଷା ଫି’ ଆଦାୟ ନକରିବା ନିମନ୍ତେ ଆହ୍ୱାନ କରିଛନ୍ତି।

Related story