ବାତ୍ୟା ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’କୁ ୮ ଦିନ ବିତିଯାଇଥିଲେ ମଧ୍ୟ ପ୍ରଭାବିତ ଲୋକଙ୍କ ପାଖରେ ସର୍ବନିମ୍ନ ରିଲିଫ ସାମଗ୍ରୀ ପହଞ୍ଚି ପାରିନି। ପାନୀୟ ଜଳ, ବିଦ୍ୟୁତ ଯୋଗାଣ ଓ ରାସ୍ତାଘାଟକୁ ବ୍ୟବସ୍ଥିତ କରିବାରେ ସରକାରୀ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହା ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତାକୁ ସ୍ପଷ୍ଟ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ […]

bjp

Manoranjan Sial
  • Published: Saturday, 11 May 2019
  • , Updated: 11 May 2019, 08:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’କୁ ୮ ଦିନ ବିତିଯାଇଥିଲେ ମଧ୍ୟ ପ୍ରଭାବିତ ଲୋକଙ୍କ ପାଖରେ ସର୍ବନିମ୍ନ ରିଲିଫ ସାମଗ୍ରୀ ପହଞ୍ଚି ପାରିନି। ପାନୀୟ ଜଳ, ବିଦ୍ୟୁତ ଯୋଗାଣ ଓ ରାସ୍ତାଘାଟକୁ ବ୍ୟବସ୍ଥିତ କରିବାରେ ସରକାରୀ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହା ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତାକୁ ସ୍ପଷ୍ଟ କରୁଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଭେଟି ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ବାତ୍ୟା ପ୍ରଭାବିତ ଅନେକ ଲୋକଙ୍କ ପାଖରେ ଏପର୍ଯ୍ୟନ୍ତ ରନ୍ଧାଖାଦ୍ୟ କିମ୍ବା କୌଣସି ରିଲିଫ ସାମଗ୍ରୀ ପହଞ୍ଚି ନାହିଁ ବୋଲି ଅଭିଯୋଗ କରିଛନ୍ତି। ବିଜେପିର ଏକ ପ୍ରତିନିଧି ଦଳ ଗତକାଲି ପୁରୀ ଜିଲ୍ଲାର କଣାସ ଓ ସତ୍ୟବାଦୀ ବ୍ଲକ ପରିଦର୍ଶନ କରିବାବେଳେ କ୍ଷତିଗ୍ରସ୍ତ ଲୋକମାନଙ୍କଠୁ ଏହା ଜାଣିବାକୁ ପାଇଥିଲେ। ପ୍ରଳୟଙ୍କରୀ ବାତ୍ୟାରେ ଚାଳ ଘର ଓ ଆଜବେଷ୍ଟସ ଘର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ପ୍ରଭାବିତ ଲୋକେ ଖୋଲା ଆକାଶ ତଳେ ପିଲା ଛୁଆଙ୍କ ସହ ଦୁର୍ଦ୍ଦଶା ମଧ୍ୟରେ ଜୀବନ ବିତାଉଛନ୍ତି। ଭାଙ୍ଗି ଯାଇଥିବା ଘରକୁ ସଜାଡ଼ିବା ପାଇଁ ସାମାନ୍ୟ ପଲିଥିନ ନାହିଁ। ଏପରିକି ପାନୀୟ ଜଳ ପାଇଁ ଲୋକେ ସଂଗ୍ରାମ କରୁଛନ୍ତି। ଅଳ୍ପ କେତୋଟି ସ୍ଥାନରେ ଚୁଡ଼ା ୩୦୦ ଗ୍ରାମ ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଏହା ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସଂପୂର୍ଣ୍ଣ ବିଫଳତାକୁ ସ୍ପଷ୍ଟ କରିଛି ବୋଲି ବିଜେପି ଅଭିଯୋଗ କରିଛି ।

ବାତ୍ୟାବିପନ୍ନଙ୍କୁ ଶୁଖିଲା ଖାଦ୍ୟ, ପିଇବା ପାଣି, ରନ୍ଧା ଖାଦ୍ୟ, ଟାର୍ପୋଲିନ, ମହମବତି ଆଦି ରିଲିଫ ସାମଗ୍ରୀ ଯୋଗାଇବା ସହ ରାସନ କାର୍ଡ ନଥିବା ଲୋକଙ୍କୁ ଚାଉଳ ସହ ଆର୍ଥିକ ସହାୟତା ଯୋଗାଇବା ପାଇଁ ବିଜେପି ଦାବି ଜଣାଇଛି। ଏହାସହିତ ଯୁଦ୍ଧକାଳୀନ ଭିତ୍ତିରେ ପୁରୀ ଜିଲ୍ଲାରେ ବିଦ୍ୟୁତ ସେବା ଯୋଗାଇବାକୁ ମଧ୍ୟ ବିଜେପି ପ୍ରତିନିଧି ଦଳ ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅନୁରୋଧ କରିଛି। ରାଜ୍ୟ ସରକାର ତଥ୍ୟ ଦେଲେ ଭାଙ୍ଗି ଯାଇଥିବା କଚ୍ଚା ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହି ପ୍ରତିନିଧି ଦଳରେ ବିଜେପି ନେତା ସମୀର ମହାନ୍ତି, ରମାରଞ୍ଜନ ବଳିୟାରସିଂହ, ଲେଖାଶ୍ରୀ ସାମନ୍ତସିଂହାର, ଶାରଦା ପ୍ରସାଦ ଶତପଥୀ ଓ ମନସୁଖଲାଲ ସେଠିଆ ପ୍ରମୁଖ ସାମିଲ ଥିଲେ।

Related story