ରାଜ୍ୟ କର୍ମଚାରୀଙ୍କୁ ବାହାରେ ମୁହଁ ଖୋଲିବା ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ଚାକିରି, ଦରମା ଓ ପଦୋନ୍ନତି ସଂକ୍ରାନ୍ତରେ ସମସ୍ତ ବର୍ଗର ସରକାରୀ କର୍ମଚାରୀମାନେ ଗଣମାଧ୍ୟମ କିମ୍ବା ସୋସିଆଲ ମିଡ଼ିଆରେ ମୁହଁ ଖୋଲିପାରିବେ ନାହିଁ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଆଜି ପୁଣିଥରେ ୨୦୧୭ ଜୁନ୍ ୨୯ତାରିଖର ଏହି ନିର୍ଦ୍ଦେଶନାମାକୁ ସମସ୍ତ ବିଭାଗୀୟ ସଚିବଙ୍କ ନିକଟକୁ ପଠାଇବା ସହ ସୋସିଆଲ ମିଡିଆରେ କର୍ମଚାରୀମାନେ ରଖୁଥିବା ମତ ରଖିବାକୁ ଚାକିରି ସର୍ତ୍ତାବଳୀର ଉଲ୍ଲଘଂନ ଭାବେ ବିବେଚନା କରିବାକୁ କହିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ […]

Govt-officer

Govt-officer

Tapas Behera
  • Published: Tuesday, 07 July 2020
  • Updated: 07 July 2020, 09:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ଚାକିରି, ଦରମା ଓ ପଦୋନ୍ନତି ସଂକ୍ରାନ୍ତରେ ସମସ୍ତ ବର୍ଗର ସରକାରୀ କର୍ମଚାରୀମାନେ ଗଣମାଧ୍ୟମ କିମ୍ବା ସୋସିଆଲ ମିଡ଼ିଆରେ ମୁହଁ ଖୋଲିପାରିବେ ନାହିଁ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଆଜି ପୁଣିଥରେ ୨୦୧୭ ଜୁନ୍ ୨୯ତାରିଖର ଏହି ନିର୍ଦ୍ଦେଶନାମାକୁ ସମସ୍ତ ବିଭାଗୀୟ ସଚିବଙ୍କ ନିକଟକୁ ପଠାଇବା ସହ ସୋସିଆଲ ମିଡିଆରେ କର୍ମଚାରୀମାନେ ରଖୁଥିବା ମତ ରଖିବାକୁ ଚାକିରି ସର୍ତ୍ତାବଳୀର ଉଲ୍ଲଘଂନ ଭାବେ ବିବେଚନା କରିବାକୁ କହିଛନ୍ତି।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା ଏହି ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ସରକାରୀ କର୍ମଚାରୀମାନେ ବିଶେଷକରି କେତେକ ଚୁକ୍ତିଭିତ୍ତିକ କର୍ମଚାରୀ ନିଜର ଚାକିରିକୁ ନେଇ ରହିଥିବା ଅଭିଯୋଗକୁ କର୍ତ୍ତୃପକ୍ଷଙ୍କ ନିକଟରେ ପହଂଚାଇବା ପାଇଁ ସୋସିଆଲ ମିଡିଆକୁ ଉପଯୋଗ କରୁଛନ୍ତି।

ଏପରିକି ନିଜର ଉପରିସ୍ଥ ଅଧିକାରୀଙ୍କ ବାବଦରେ ବି ବୟାନ ରଖୁଛନ୍ତି। ଏହା ବିଶୃଙ୍ଖଳିତ ଆଚରଣ ଓ ସରକାରୀ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀର ଉଲ୍ଲଘଂନ ମଧ୍ୟ। ଓଡ଼ିଶା ସରକାରୀ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ-୧୯୫୯ର ରୁଲ-୭ ଅନୁସାରେ ସରକାରୀ କର୍ମଚାରୀମାନେ ସରକାରଙ୍କ କୌଣସି ନୀତି ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସର୍ବସାଧାରଣରେ, ଗଣମାଧ୍ୟମ ଓ ମିଡିଆରେ ସୂଚନା ଆଦାନପ୍ରାଦାନ କରିବା ଉପରେ କଟକଣା ରହିଛି।

ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡିଆରେ ଲେଖା ଓ ବୟାନ ଦେବା ଉପରେ କଟକଣା ଜାରି ନିମନ୍ତେ ଏହି ପରାମର୍ଶନାମା ଜାରି ହୋଇଛି।
ଏହି ନିୟମର ରୁଲ-୨୩ ଅନୁସାରେ ସରକାରୀ ଚାକିରିରେ ନିଯୁକ୍ତି,ପଦୋନ୍ନତି, ଦରମା ଓ ଅନ୍ୟାନ୍ୟ ସେବା ସମ୍ପର୍କରେ କୌଣସି ସରକାରୀ କର୍ମଚାରୀ ପ୍ରଭାବିତ କରାଇ ପାରିବେ ନାହିଁ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos