‘କରୋନା ଯୋଗୁ ଚଳିତ ବର୍ଷ କମିବ ସ୍କୁଲ୍‌ ସିଲାବସ୍ ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ଛାତ୍ରଛାତ୍ରୀ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ସ୍କୁଲ, କଲେଜ ଯାଇ ପାରୁ ନାହାନ୍ତି। ଏହି ମହାମାରୀ ପ୍ରକୋପ କମିବା ନାଁ ଧରୁ ନ ଥିବାରୁ କେବେ ସ୍କୁଲ, କଲେଜ ଖୋଲିବ ତାହା ମଧ୍ୟ ସ୍ଥିର ହୋଇ ପାରୁ ନାହିଁ। ଏପରି ସ୍ଥିତିରେ ପିଲାମାନେ ଘରେ ରହି ଅନଲାଇନ୍‌ କ୍ଲାସ୍‌ କରୁଥିଲେ ମଧ୍ୟ ସେମାନଙ୍କ ଉପରେ ଯେପରି ପାଠ ଚାପ ସୃଷ୍ଟି ନ କରିବ ସେଥି ନିମନ୍ତେ ନିଆଯାଉଛି ପଦକ୍ଷେପ। ପୂର୍ବରୁ […]

samir99

Tapaswini Nayak
  • Published: Wednesday, 22 July 2020
  • , Updated: 22 July 2020, 02:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ଛାତ୍ରଛାତ୍ରୀ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ସ୍କୁଲ, କଲେଜ ଯାଇ ପାରୁ ନାହାନ୍ତି। ଏହି ମହାମାରୀ ପ୍ରକୋପ କମିବା ନାଁ ଧରୁ ନ ଥିବାରୁ କେବେ ସ୍କୁଲ, କଲେଜ ଖୋଲିବ ତାହା ମଧ୍ୟ ସ୍ଥିର ହୋଇ ପାରୁ ନାହିଁ। ଏପରି ସ୍ଥିତିରେ ପିଲାମାନେ ଘରେ ରହି ଅନଲାଇନ୍‌ କ୍ଲାସ୍‌ କରୁଥିଲେ ମଧ୍ୟ ସେମାନଙ୍କ ଉପରେ ଯେପରି ପାଠ ଚାପ ସୃଷ୍ଟି ନ କରିବ ସେଥି ନିମନ୍ତେ ନିଆଯାଉଛି ପଦକ୍ଷେପ।

ପୂର୍ବରୁ ସିବିଏସ୍‌ଇ ସିଲାବସ୍ ୩୦% କମିବା ନେଇ ସୂଚନା ଦିଆଯାଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଖୁବ୍‌ ଶୀଘ୍ର ଏ ଦିଗରେ ପଦକ୍ଷେପ ନେବେ। ଫଳରେ ଚଳିତ ବର୍ଷ ସ୍କୁଲ ସିଲାବସ୍ କମିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ସିଲାବସ୍ ହ୍ରାସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି ମିଳିଛି। ତେବେ କେତେ ପ୍ରତିଶତ ସିଲାବସ୍ କମିବ ସ୍ଥିର ହେବା ପରେ ପିଲାଙ୍କୁ ଜଣାଇ ଦିଆଯିବ।

ସେ ଆହୁରି କହିଛନ୍ତି ଯେ ,ପ୍ରଥମରୁ ଦଶମ ଶ୍ରେଣୀରେ କେତେ ସିଲାବସ୍ କମିବ ସିକ୍ରେଟ ଏକ୍ସପଟ କମିଟି ନିଷ୍ପତ୍ତି ନେବ। ସେହିପରି ଯୁକ୍ତ ଦୁଇର କେତେ ସିଲାବସ୍‌ କମିବ ସେନେଇ CHSE ନିଷ୍ପତ୍ତି ନେବ। ତେବେ ସିବିଏସଇ ୩୦ ପ୍ରତିଶତ ସିଲାବସ୍‌ କମାଇଥିବା ବେଳେ ଆମର କେତେ ପ୍ରତିଶତ ସିଲାବସ୍‌ କମିବ ଏବେ କହିହେବ ନାହିଁ। କାରଣ କେବେ ସ୍କୁଲ ଖୋଲିବ ତାହା ସ୍ଥିର ହୋଇପାରୁନାହିଁ ।

ସୂଚନାଯୋଗ୍ୟ, କିଛି ଦିନ ତଳେ ସିବିଏସ୍ଇ ସିଲାବସ୍ ୩୦% କମିବ ବୋଲି ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶା ସୂଚନା ଦେଇଥିଲେ।  ପିଲାମାନଙ୍କ ଶିକ୍ଷା ଗ୍ରହଣ କରିବା ପାଇଁ ଆବଶ୍ୟକ ମୁଖ୍ୟ ବିଷୟବସ୍ତୁ ଏଥିରେ ରହିବ। ଅତିରିକ୍ତ ୩୦% ବିଷୟ ପାଠ୍ୟ ଖସଡ଼ାରୁ ବାଦ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ।

Related story