ସାବତ ମା’ର ସାଂଘାତିକ କାଣ୍ଡ; ୨ ବର୍ଷ ଛୁଆର ତଣ୍ଟି କାଟି ନିଜେ ଝୁଲି ପଡ଼ିଲେ

କଟକ(ଓଡ଼ିଶା ରିପୋର୍ଟର): କଟକର ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଆଜି ଘଟିଛି ଚାଞ୍ଚଲ୍ୟକର ଘଟଣା।  ୨ ବର୍ଷର ଛୁଆର ତଣ୍ଟି କାଟି ସାବତ ମା’ ଝୁଲି ପଡ଼ିଥିବା ଘଟଣା ସାମନାକୁ ଆସିଛି । ଆଜି ସକାଳେ ମହିଳାଜଣକ କବାଟ ନ ଖୋଲିବାରୁ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। ସେମାନେ କବାଟ ବାଡ଼େଇବାରୁ କେହି ନ ଖୋଲିବାରୁ ସେମାନେ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ କବାଟ ଖୋଲି ଭିତରକୁ ଯିବାରୁ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ପାଇଥିଲା। ଖଟ ଉପରେ ପିଲାଟି […]

mother-&-son

  • Published: Monday, 16 January 2023
  • , Updated: 16 January 2023, 12:54 PM IST

କଟକ(ଓଡ଼ିଶା ରିପୋର୍ଟର): କଟକର ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଆଜି ଘଟିଛି ଚାଞ୍ଚଲ୍ୟକର ଘଟଣା।  ୨ ବର୍ଷର ଛୁଆର ତଣ୍ଟି କାଟି ସାବତ ମା’ ଝୁଲି ପଡ଼ିଥିବା ଘଟଣା ସାମନାକୁ ଆସିଛି ।

ଆଜି ସକାଳେ ମହିଳାଜଣକ କବାଟ ନ ଖୋଲିବାରୁ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। ସେମାନେ କବାଟ ବାଡ଼େଇବାରୁ କେହି ନ ଖୋଲିବାରୁ ସେମାନେ ପୁଲିସ୍‌କୁ ସୂଚନା ଦେଇଥିଲେ।

ପୁଲିସ୍‌ କବାଟ ଖୋଲି ଭିତରକୁ ଯିବାରୁ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ପାଇଥିଲା। ଖଟ ଉପରେ ପିଲାଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ତା’ର ତଣ୍ଟି କଟା ଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଉକ୍ତ ଘରେ ହିଁ  ମହିଳାଜଣକ ଝୁଲୁଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଉଭୟଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ମହିଳାଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ ସାଲେପୁରରେ ଏକ କମ୍ପାନୀରେ କାମ କରନ୍ତି। ଏନେଇ ତାଙ୍କୁ ଖବର ଦିଆଯାଇଥିବା ବେଳେ ସେ ମେଡିକାଲରେ ପହଞ୍ଚିଛନ୍ତି। ମହିଳାଜଣକ ସନ୍ତୋଷଙ୍କ ଦ୍ୱିତୀୟ ପତ୍ନୀ ହୋଇଥିବା ବେଳେ ପିଲାଟି ପ୍ରଥମ ପତ୍ନୀଙ୍କର ବୋଲି ସୂଚନା ମିଳିଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଫରେନସିକ ଟିମ୍‌ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। ସାବତ ମା’ ଓ ଛୁଆ  ମୃତ୍ୟୁର ପ୍ରକୃତ କାରଣ ଉପରୁ ପରଦା ହଟି ନ ଥିବା ବେଳେ ଉଭୟ ପରିବାର ପରସ୍ପର ଉପରେ ଦୋଷାରୋପ କରୁଛନ୍ତି।

ସନ୍ତୋଷ ପ୍ରଥମେ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପ୍ରସବ ପରେ ହିଁ  ସନ୍ତୋଷଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପିଲାଟିକୁ ତା’ ମାମୁଁ ଘର ଲୋକେ ନେଇ ଯାଇଥିଲେ। ମାତ୍ର ପରେ ସନ୍ତୋଷ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କ ଦ୍ୱିତୀୟ ପତ୍ନୀ ପିଲାଟିର ସବୁ ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପିଲାଟିକୁ ସେ ନିଜ ପାଖରେ ରଖିଥିଲେ। ମହିଳାଜଣକ ପିଲାଟିକୁ ଖୁବ୍‌ ଭଲ ପାଉଥିଲେ ବି ଉଭୟ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ପିଲାଟିକୁ କାଳେ କିଏ ଛଡ଼ାଇ ନେବ ବୋଲି ବି ତାଙ୍କର ସବୁବେଳେ ଡର ରହୁଥିଲା।

୨ ଦିନ ପୂର୍ବେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ସାଂଘାତିକ ଝଗଡ଼ା ହୋଇଥିଲା। ଏହାପରେ ବ୍ୟକ୍ତିଜଣକ ନିଜ ଘରକୁ ପଳାଇଥିବା ବେଳେ ଗତ ରାତିରେ ମହିଳାଜଣକ ଏପରି ପଦକ୍ଷେପ ଉଠାଇଛନ୍ତି ।

ମୃତା ମହିଳାଙ୍କ ପରିବାର ଲୋକେ କହିଛନ୍ତି, ଜ୍ୱାଇଁର ରୋଜଗାର କିଛି ନ ଥିବା ବେଳେ ଝିଅ ଅଧିକାଂଶ ସମୟରେ ବାପଘରେ ରହୁଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। କେବଳ ସେତିକି ନୁହେଁ, ଜ୍ୱାଇଁ ସବୁବେଳେ ଝିଅକୁ ମାନସିକ ନିର୍ଯାତନା ଦେଉଥିଲା। ତେଣୁ ଝିଅ ଛୁଆକୁ ମାରି ଏପରି ଚରମ ପଦକ୍ଷେ ନେଇଛି।

ଅପରପକ୍ଷେ ପୁଅର ବାପାମା’ କହିଛନ୍ତି, ବୋହୂ ସବୁବେଳେ କଳି କରୁଥିଲା। ଆମ ପୁଅକୁ ଶାନ୍ତିରେ ରଖାଇ ଦେଉ ନ ଥିଲା। ଶେଷରେ ଆମ ନାତିକୁ ମାରି ନିଜେ ମରିଗଲା।

ମହିଳାଙ୍କ ସ୍ୱାମୀ କହିଛନ୍ତି, ପତ୍ନୀଙ୍କ ପରିବାର ଅଯଥାରେ ଅଧିକ ହସ୍ତକ୍ଷେପ କରୁଥିଲେ। ସେ ସବୁବେଳେ ଟଙ୍କା ଚାହୁଁଥିଲା। ମୋ’ ଘର ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନ ଥିଲା। ମୋ’ ପୁଅକୁ ଭଲ ପାଉଥିଲା। ହେଲେ ତାକୁ ସବୁବେଳେ ନିଜ କବଳରେ ରଖିବାକୁ ଚେଷ୍ଟା କରୁଥିଲା।

ସ୍ତ୍ରୀ ନିର୍ଯାତନା ଦେଉଥିବା ନେଇ ସନ୍ତୋଷ ପ୍ରାୟ ୬ ମାସ ତଳେ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ। ଏଥିସହ ବିବାହ ବିଚ୍ଛେଦ କରିବାକୁ ମଧ୍ୟ ଚାହୁଁଥିଲେ। ମାତ୍ର ବିଚ୍ଛେଦ ହେଲେ ଛୁଆକୁ ମାରିବା ସହ ନିଜେ ମରିଯିବେ ବୋଲି ମହିଳାଜଣକ ଧମକ ଦେଇଥିବା ତାଙ୍କ ସ୍ୱାମୀ କହିଥିଲେ।

Related story