ଘର ପଶ୍ଚିମବଙ୍ଗରେ, ରହୁଥିଲା ଓଡ଼ିଶାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ପଶ୍ଚିମବଙ୍ଗରେ। କିନ୍ତୁ ରହୁଥିଲା ଓଡ଼ିଶାରେ। ସେ ଏଠାରେ ଖାଲି ରହୁନଥିଲା, ବ୍ରାଉନ୍‌ସୁଗର ବେପାର କରୁଥିଲା। ଆଜି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ପୁଲିସ୍‌ ତାକୁ ଗିରଫ କରିଛି। ପୁଲିସ ତା’ଠାରୁ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ କରିଛି। ପଶ୍ଚିମବଙ୍ଗ ପଞ୍ଚକୁଲା ଅଞ୍ଚଳର ଶେଖ୍‌ ରଫିକ୍‌ ବାଳେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଆରଡ଼ ବଜାର ନିକଟରେ ରହୁଥିଲା। ସେ ପଶ୍ଚିମବଙ୍ଗରୁ ବ୍ରାଉନ୍‌ସୁଗର ଆଣି ଏଠାରେ ଖୋଦ୍‌ ବେପାର କରୁଥିଲା। ଆଉ […]

Balasore

  • Published: Thursday, 08 September 2022
  • , Updated: 08 September 2022, 08:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ପଶ୍ଚିମବଙ୍ଗରେ। କିନ୍ତୁ ରହୁଥିଲା ଓଡ଼ିଶାରେ। ସେ ଏଠାରେ ଖାଲି ରହୁନଥିଲା, ବ୍ରାଉନ୍‌ସୁଗର ବେପାର କରୁଥିଲା। ଆଜି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ପୁଲିସ୍‌ ତାକୁ ଗିରଫ କରିଛି। ପୁଲିସ ତା’ଠାରୁ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ କରିଛି।

ପଶ୍ଚିମବଙ୍ଗ ପଞ୍ଚକୁଲା ଅଞ୍ଚଳର ଶେଖ୍‌ ରଫିକ୍‌ ବାଳେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଆରଡ଼ ବଜାର ନିକଟରେ ରହୁଥିଲା। ସେ ପଶ୍ଚିମବଙ୍ଗରୁ ବ୍ରାଉନ୍‌ସୁଗର ଆଣି ଏଠାରେ ଖୋଦ୍‌ ବେପାର କରୁଥିଲା। ଆଉ କିଛି ଜିଲ୍ଲା ବାହାରକୁ ଚାଲାଣ କରୁଥିଲା। ଆଜି ସେ ଅରଡ ବଜାର ରେଳ ଲେଭେଲ୍‌ କ୍ରସିଂ ଅତିକ୍ରମ କରୁଥିବା ବେଳେ ଏସ୍‌ଟିଏଫ୍‌ ଓ ବାଲେଶ୍ୱର ସଦର ଥାନା ପୁଲିସ ମିଳିତ ଭାବେ ଅଚାନକ ଚଢ଼ଉ କରିଥିଲା। ଏହି ସମୟରେ ତାଙ୍କଠାରୁ କୋଟିଏ ୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଥିଲା। ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ୫୭ କେଜି ବ୍ରାଉନ୍‌ସୁଗର ବାଲେଶ୍ୱର ଜିଲ୍ଲାରୁ ଜବତ କରିଛି।

Related story