କରୋନା: ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଦୈନିକ ୨୪୦ଟଙ୍କାର ଖାଦ୍ୟ ଭତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆଜି ସମସ୍ତ  ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ପାଇଁ ଦୈନିକ ୨୪୦ଟଙ୍କାର ଖାଦ୍ୟ ଭତ୍ତାର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ କୋଭିଡ୍ କେୟାର ସେଣ୍ଟର, କୋଭିଡ୍ ହେଲଥ୍ ସେଣ୍ଟର ଓ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ(ସବୁ ବର୍ଗର)ଙ୍କୁ ଏହି ୨୪୦ଟଙ୍କାର ଖାଦ୍ୟ ଭତ୍ତା ମିଳିବ। ଏହି ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ। […]

corona-3-1

corona-3-1

Tapas Behera
  • Published: Monday, 13 July 2020
  • Updated: 13 July 2020, 09:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆଜି ସମସ୍ତ  ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ପାଇଁ ଦୈନିକ ୨୪୦ଟଙ୍କାର ଖାଦ୍ୟ ଭତ୍ତାର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ କୋଭିଡ୍ କେୟାର ସେଣ୍ଟର, କୋଭିଡ୍ ହେଲଥ୍ ସେଣ୍ଟର ଓ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ(ସବୁ ବର୍ଗର)ଙ୍କୁ ଏହି ୨୪୦ଟଙ୍କାର ଖାଦ୍ୟ ଭତ୍ତା ମିଳିବ। ଏହି ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ। ତେବେ ଏହି ମୂଲ୍ୟର ଆକାରରେ କେବଳ ଖାଦ୍ୟ ଦିଆଯିବ ଓ କୌଣସି ପ୍ରକାରର ଆର୍ଥିକ ସହାୟତା ଦିଆଯିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସରକାରୀ ମେଡିକାଲ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାରରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡିକାଲଙ୍କୁ ଦୈନିକ ୨୪୦ଟଙ୍କା ଖାଦ୍ୟ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ତତ୍କାଳ ପ୍ରଭାବରୁ ଲାଗୁ କରିବାକୁ କୁହାଯାଇଛି। କୋଭିଡ୍ ଚିକିତ୍ସା ଦାୟିତ୍ୱରେ ଥିବା ଏହି ଡାକ୍ତର ଓ ପାରାମେଡିକାଲ କର୍ମଚାରୀମାନେ ଯେଭଳି ଗୁଣାତ୍ମକ ମାନର ଖାଦ୍ୟ ଖାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ୯ତାରିଖରେ ରାଜ୍ୟ ସରକାର ଅନୁରୂପ ଭାବେ କୋଭିଡ୍ ସଂକ୍ରମିତ ରୋଗୀଙ୍କ ଖାଦ୍ୟ ବାବଦରେ ଦୈନିକ ୨୪୦ଟଙ୍କା ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଡାକ୍ତରମାନଙ୍କ ଖାଦ୍ୟ ବାବଦରେ କୌଣସି ସହାୟତା ଏପର୍ଯ୍ୟନ୍ତ ଦିଆଯାଉ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos