ରାଜଧାନୀରେ ଘୂର୍ଣ୍ଣିଝଡ଼ର ତାଣ୍ଡବ

Ordigital Desk
  • Published: Thursday, 01 June 2017
  • , Updated: 01 June 2017, 03:51 PM IST
<p>ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ଘୂର୍ଣ୍ଣିଝଡ଼ ତାଣ୍ଡବ ମଚାଇଛି। ଭୁବନେଶ୍ୱରର ପଟିଆ ସମେତ ଅଖପାଖ ଅଞ୍ଚଳରେ ପ୍ରବଳ ବେଗରେ ପବନ ହେବା ସହ ବର୍ଷା ହୋଇଛି। ଏଥିସହ ଘଡ଼ଘଡ଼ି ମଧ୍ୟ ମାରିଛି। ପବନ ବେଗ ଏତେ ଅଧିକ ଥିଲା ଯେ, ଗାଡି ମଧ୍ୟ ଓଲଟି ଯାଇଥିଲା।</p> <p>[vc_video link=&quot;&quot; align=&quot;center&quot;]</p> <p>ଦିନ ୨ଟା ବେଳେ ଜୋରରେ ପବନ ବହିବା ସହ ବର୍ଷା ହୋଇଥିଲା। ପାଖାପାଖି ଘଣ୍ଟାଏ କାଳ ବର୍ଷା ସହ ପବନ ହୋଇଥିଲା। ଏଥିଯୋଗୁଁ କିଛି ସ୍ଥାନରେ ଗଛ ଡାଳ ଭାଙ୍ଗି ପଡିଥିବା ଖବର ମିଳିଛି।</p> <p>ତେବେ ରାଜଧାନୀର କିଛି ଅଞ୍ଚଳରେ ପାଗ ମେଘୁଆ ରହିବା ସହ ଆଉ କିଛି ସ୍ଥାନରେ ଖରା ହେଉଥିବା ଜଣାପଡିଥିଲା।</p>

Related story