ନାବାଳିକାଙ୍କୁ ଝୁଣିଦେଲେ କୁକୁର ପଲ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକ୍ ଖଇରପଦରରେ ଗାଁରେ ଜଣେ ନାବାଳିକାଙ୍କୁ ଝୁଣି ଦେଇଛନ୍ତି କୁକୁର ପଲ। ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳେ ନାବାଳିକା ଜଣଙ୍କ ଶୌଚ ପାଇଁ ଯାଉଥିଲେ। ଏହି ସମୟରେ ୧୦ରୁ ଅଧିକ ବୁଲା କୁକୁର ନାବାଳିକାଙ୍କୁ ଆକ୍ରମଣ କରିଥିଲେ। ଗ୍ରାମବାସୀ ଏହା ଦେଖି ଦୌଡ଼ି ଆସି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଗତ ୧ ତାରିଖରେ ଜିଲ୍ଲାର କାଞ୍ଜିବାହାଲ ଗାଁରେ କୁକୁର ଆକ୍ରମଣରେ […]

dogs1

Jitendra Garnayak
  • Published: Saturday, 08 June 2019
  • , Updated: 08 June 2019, 11:59 AM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକ୍ ଖଇରପଦରରେ ଗାଁରେ ଜଣେ ନାବାଳିକାଙ୍କୁ ଝୁଣି ଦେଇଛନ୍ତି କୁକୁର ପଲ। ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ସକାଳେ ନାବାଳିକା ଜଣଙ୍କ ଶୌଚ ପାଇଁ ଯାଉଥିଲେ। ଏହି ସମୟରେ ୧୦ରୁ ଅଧିକ ବୁଲା କୁକୁର ନାବାଳିକାଙ୍କୁ ଆକ୍ରମଣ କରିଥିଲେ। ଗ୍ରାମବାସୀ ଏହା ଦେଖି ଦୌଡ଼ି ଆସି ନାବାଳିକାଙ୍କୁ ଉଦ୍ଧାର କରିଥିଲେ।

ଗତ ୧ ତାରିଖରେ ଜିଲ୍ଲାର କାଞ୍ଜିବାହାଲ ଗାଁରେ କୁକୁର ଆକ୍ରମଣରେ ଜଣେ ବୃଦ୍ଧା ପ୍ରାଣ ହରାଇଥିଲେ। ସେହିପରି ୨ମାସ ତଳେ ବୁଲା କୁକୁର ଆକ୍ରମଣରେ ଜଣେ ୯ବର୍ଷର ନାବାଳିକା ମଧ୍ୟ ପ୍ରାଣ ହରାଇଥିଲେ।

Related story