‘ରଜ ପାଇଁ ଆମିଷ ଦୋକାନରେ ଭିଡ଼ କରନ୍ତୁନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର କୋପ କମିଥିଲେ ମଧ୍ୟ ଆଗକୁ ଆସୁଛି ଓଡ଼ିଶାର ଗଣପର୍ବ ରଜ। ଏଥିପାଇଁ ଉତ୍ସବମୁଖର ହେବ ସହରଠାରୁ ଟାଉନ୍‌। କିଣାକିଣ ପାଇଁ ଦୋକାନ ବଜାରରେ ଲାଗିବ ପ୍ରବଳ ଭିଡ। ଏହାକୁ ନଜରରେ ରଖି ସତର୍କ ହୋଇଛି ପ୍ରଶାସନ। କଟକ-ଭୁବନେଶ୍ୱରରେ ସହରାଞ୍ଚଳରେ ଭିଡ ନକରିବାକୁ ପୁଲିସ କମିଶନର ପରାମର୍ଶ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ବା ଦୋକାନ ସରକାରଙ୍କ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ କରୁଛି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ […]

soumendra-priyadarshi

soumendra-priyadarshi

Ranjit Kumar Jena
  • Published: Thursday, 10 June 2021
  • Updated: 10 June 2021, 06:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର କୋପ କମିଥିଲେ ମଧ୍ୟ ଆଗକୁ ଆସୁଛି ଓଡ଼ିଶାର ଗଣପର୍ବ ରଜ। ଏଥିପାଇଁ ଉତ୍ସବମୁଖର ହେବ ସହରଠାରୁ ଟାଉନ୍‌। କିଣାକିଣ ପାଇଁ ଦୋକାନ ବଜାରରେ ଲାଗିବ ପ୍ରବଳ ଭିଡ। ଏହାକୁ ନଜରରେ ରଖି ସତର୍କ ହୋଇଛି ପ୍ରଶାସନ।

କଟକ-ଭୁବନେଶ୍ୱରରେ ସହରାଞ୍ଚଳରେ ଭିଡ ନକରିବାକୁ ପୁଲିସ କମିଶନର ପରାମର୍ଶ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ବା ଦୋକାନ ସରକାରଙ୍କ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ କରୁଛି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ରଜ ପାଇଁ ଆମିଷ ଦୋକାନରେ ଭିଡ଼ କରନ୍ତୁନି। ସାମାଜିକ ଦୂରତ୍ୱ ରଖନ୍ତୁ। ଦୋକାନୀମାନେ କଟକଣା ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋକାନରେ ସାମାଜିକ ଦୂରତ୍ୱ ନଥିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ସେହିପରି ରଜ ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ସ୍ପେଶାଲ୍ ଡ୍ରାଇଭ୍ ଆରମ୍ଭ କରାଯାଇଛି। ଏ ନେଇ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। କମିଶନର କହିଛନ୍ତି, ଯଦି କେହି କୋଭିଡ୍ କଟକଣାର ଉଲ୍ଲଙ୍ଘନ କରନ୍ତି, ତାହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ଉକ୍ତ ଦୋକାନକୁ ସିଲ୍ କରାଯିବ। ଆବଶ୍ୟକ ପଡ଼ିଲେ ଦୋକାନୀ ଗିରଫ ହେବେ ବୋଲି କମିଶନର କହିଛନ୍ତି। ଅତ୍ୟନ୍ତ ଆବଶ୍ୟକତା ନଥିଲେ ବାହାରକୁ ବାହାରନ୍ତୁ ନାହିଁ। ଟିକା ପାଇଁ ମଧ୍ୟ ମନଇଚ୍ଛା ଯାଆନ୍ତୁନି। ସ୍ଲଟ ବୁକିଂ ଟାଇମ ଅନୁସାରେ ଯାଆନ୍ତୁ ବୋଲି କହିଛନ୍ତି କମିଶନର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos