ଆଜିଠୁ କାର୍ଯ୍ୟରେ ଯୋଗଦେବେ ବଲାଙ୍ଗିର ଓ ଲୋଇସିଂହା ଓକିଲ ସଂଘ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ ):  ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘ ଦିନ ଧରି  ଆନ୍ଦୋଳନ ଚଳାଇଥିବା ବଲାଙ୍ଗିର ଓ ଲୋଇସିଂହା ଓକିଲ ସଂଘ ଆଜିଠୁ କାର୍ଯ୍ୟରେ ଯୋଗଦେବେ। ସେପଟେ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ଯେପରି ହଇରାଣ ନ ହେବେ, ସେଥିଲାଗି ପଦକ୍ଷେପ ନେଇଛନ୍ତି ସରକାର। ସମ୍ବଲପୁର ନ୍ୟାୟିକ ଅଞ୍ଚଳରୁ ସମସ୍ତ ମାମଲାକୁ ଅନ୍ୟ ନ୍ୟାୟିକ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି। ଗତ ଡିସେମ୍ବର ୬ରେ ସୁପ୍ରିମକୋର୍ଟଙ୍କ ରାୟକୁ ଭିତ୍ତି କରି ରାଜ୍ୟ ସରକାରଙ୍କ ଆଇନ […]

bolangiri-1--1

Niharika Rout
  • Published: Saturday, 15 February 2020
  • , Updated: 15 February 2020, 07:51 AM IST

ବଲାଙ୍ଗିର(ମନୋରଞ୍ଜନ ଯୋଶୀ ):  ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘ ଦିନ ଧରି  ଆନ୍ଦୋଳନ ଚଳାଇଥିବା ବଲାଙ୍ଗିର ଓ ଲୋଇସିଂହା ଓକିଲ ସଂଘ ଆଜିଠୁ କାର୍ଯ୍ୟରେ ଯୋଗଦେବେ। ସେପଟେ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ଯେପରି ହଇରାଣ ନ ହେବେ, ସେଥିଲାଗି ପଦକ୍ଷେପ ନେଇଛନ୍ତି ସରକାର।

ସମ୍ବଲପୁର ନ୍ୟାୟିକ ଅଞ୍ଚଳରୁ ସମସ୍ତ ମାମଲାକୁ ଅନ୍ୟ ନ୍ୟାୟିକ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି। ଗତ ଡିସେମ୍ବର ୬ରେ ସୁପ୍ରିମକୋର୍ଟଙ୍କ ରାୟକୁ ଭିତ୍ତି କରି ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତ ୫ ତାରିଖରୁ ଆନ୍ଦୋଳନରେ ବସିଥିଲେ ଆଇନଜୀବୀ । ହେଲେ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗିର କୋର୍ଟର ମାମଲାଗୁଡ଼ିକୁ ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟକୁ ସ୍ଥାନାନ୍ତର କରାଯାଇଛି।

ବଲାଙ୍ଗିର ଓ ଲୋଇସିଂହା ଜେଏମଏଫ୍‌ସିର ମାମଲା ସଇଁତଳା ଜେଏମଏଫସିକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଦେବଗଡ଼ର ମାମଲା କେନ୍ଦୁଝର କୋର୍ଟକୁ ଓ ଝାରସୁଗୁଡ଼ା କୋର୍ଟର ମାମଲା ସୁନ୍ଦରଗଡ଼ କୋର୍ଟକୁ ଯାଇଛି। ଏହାବ୍ୟତୀତ ସମ୍ବଲପୁରର ମାମଲା ବରଗଡ଼ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି।

Related story