ମତେ ଏକୁଟିଆ କ୍ଲାସ୍‌ରୁମ୍‌କୁ ଡାକିନେଲେ… ତା ପରେ କବାଟ ବନ୍ଦ କରି…

ଆଠଗଡ଼ (ଓଡ଼ିଶା ରିପୋର୍ଟର): ଶିକ୍ଷାନୁଷ୍ଠାନ ହେଉଛି ଏକ ମନ୍ଦିର। ଏଥିରେ ଲାଗିଛି କଳଙ୍କ। ପାଠ ପଢ଼ିବା ବୟସରେ ଜଣେ ଛାତ୍ରୀଙ୍କୁ ଏକୁଟିଆ କ୍ଲାସ୍‌ ରୁମ୍‌କୁ ଡାକି ଅସଦାଚରଣ କରିଛନ୍ତି ଦୁଇ ଛାତ୍ର। ଏପରି କଳଙ୍କିତ ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଶ୍ରୀଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟରେ। ଅଭିଯୋଗକୁ ଭିତ୍ତି କରି ସଂପୃକ୍ତ ଦୁଇ ଛାତ୍ରଙ୍କୁ ପୋଲିସ୍ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଅସଦାଚରଣର ଶିକାର ହୋଇଥିବା ଛାତ୍ରୀଙ୍କୁ ଜଣେ ଛାତ୍ର ପ୍ରଥମେ କ୍ଲାସ ରୁମକୁ ଏକୁଟିଆ ଡାକିଥିଲା। ବିଶ୍ୱାସ କରି ଛାତ୍ରୀ ଜଣକ ସେଠାକୁ ଗଲା ପରେ, ଛାତ୍ର ଜଣକ ତା’ର ଅନ୍ୟ ଜଣେ ସାଙ୍ଗକୁ ଡାକି ହଠାତ୍ କବାଟ ବନ୍ଦ କରିଦେଲା ଓ ଦୁହେଁ ମିଶି ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଏପରିକି ଛାତ୍ରଦ୍ୱୟ ଝିଅଟିକୁ ଅଭଦ୍ର ଭାଷାରେ ଗାଳି ମଧ୍ୟ ଦେଇଥିଲେ। ଏ ସମ୍ପର୍କରେ ଛାତ୍ରୀ ଜଣକ କଲେଜ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ। କଲେଜ ଅଧ୍ୟକ୍ଷଙ୍କ ଅଭିଯୋଗ କ୍ରମେ ପୋଲିସ ଦୁଇ ଛାତ୍ରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଛାତ୍ରୀଙ୍କୁ ଏକୁଟିଆ କ୍ଲାସ୍‌ରୁମ୍‌କୁ ଡାକି ଏପରି ବ୍ୟବହାର କରିବା ପଛରେ ଛାତ୍ର ଦ୍ୱୟଙ୍କ ଉଦ୍ଦେଶ୍ୟ କଣ ତାହା ଜଣାପଡ଼ି ନାହିଁ।