ମଦୁଆ ସାର୍‌ଙ୍କ ବେହିଆମୀ: ଛାତ୍ରୀଙ୍କ ଓଢ଼ଣୀରେ...

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସାର୍‌ ମାତାଲ ଅବସ୍ଥାରେ ଆସିଲେ। ମୋବାଇଲରେ ସ୍କୁଲ ପରିସରରେ ସଫେଇ କରୁଥିବା ଛାତ୍ରୀଙ୍କ ଫଟୋ ଉଠାଇଲେ। ଏପରିକି ଦୁର୍ବ୍ୟବହାର ବି କଲେ। ଏହା ଦେଖି ଛାତ୍ରୀମାନେ ସେଠାରୁ ଦୌଡି ପଳାଇଲେ। ମାତ୍ର ସାର୍‌ ୩ ଜଣ ଛାତ୍ରୀଙ୍କୁ ଧରିବା ପାଇଁ ସେମାନଙ୍କ ପଛରେ ଦୌଡ଼ି ଥିଲେ। ଏପରି କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା କେନ୍ଦୁଡିହି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ। ଏନେଇ ଅଭିଯୋଗ ହୋଇନଥିଲେ ମଧ୍ୟ ପୋଲିସ ସ୍କୁଲରେ […]

Drunkard teacher

Drunkard teacher

Rakesh Mallick
  • Published: Friday, 19 January 2018
  • Updated: 19 January 2018, 06:08 PM IST

Sports

Latest News

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସାର୍‌ ମାତାଲ ଅବସ୍ଥାରେ ଆସିଲେ। ମୋବାଇଲରେ ସ୍କୁଲ ପରିସରରେ ସଫେଇ କରୁଥିବା ଛାତ୍ରୀଙ୍କ ଫଟୋ ଉଠାଇଲେ। ଏପରିକି ଦୁର୍ବ୍ୟବହାର ବି କଲେ। ଏହା ଦେଖି ଛାତ୍ରୀମାନେ ସେଠାରୁ ଦୌଡି ପଳାଇଲେ। ମାତ୍ର ସାର୍‌ ୩ ଜଣ ଛାତ୍ରୀଙ୍କୁ ଧରିବା ପାଇଁ ସେମାନଙ୍କ ପଛରେ ଦୌଡ଼ି ଥିଲେ। ଏପରି କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା କେନ୍ଦୁଡିହି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ। ଏନେଇ ଅଭିଯୋଗ ହୋଇନଥିଲେ ମଧ୍ୟ ପୋଲିସ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅଭିଯୋଗ ଆସିଥିବା ମଦ୍ୟପ ଶିକ୍ଷକ ଏବେ ଫେରାର ଅଛନ୍ତି।

ସ୍କୁଲର ଶ୍ରେଣୀ ଗୃହ ଉଦ୍‌ଘାଟନ ପାଇଁ ଗତକାଲି ଅପରାହ୍ନରେ ସଫେଇ ହେଉଥିଲା। ଛାତ୍ରୀମାନେ ସ୍କୁଲ ପରିସରରେ ସଫେଇ କରୁଥିଲେ। ଏହି ସମୟରେ ସହକାରୀ ଶିକ୍ଷକ ରଞ୍ଜନ ବେହେରା ମାତାଲ ଅବସ୍ଥାରେ ସ୍କୁଲକୁ ଆସି ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସେ ଛାତ୍ରୀଙ୍କ ଓଢ଼ଣୀ ଟାଣିବା ସହିତ ମୁହଁ ପୋଛି ଥିଲେ। ଶିକ୍ଷକଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇ ଛାତ୍ରୀମାନେ ପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ମାତାଲ ଅବସ୍ଥାରେ ଥିବା ଶିକ୍ଷକ ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରୀଙ୍କ ପିଛା କରି ଧରିବାକୁ ଚେଷ୍ଟା କରିଥିଲେ। ପରେ ଛାତ୍ରୀମାନେ ଏ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ମାତ୍ର ପ୍ରଧାନ ଶିକ୍ଷୟିତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ପ୍ରଧାନଶିକ୍ଷୟିତ୍ରୀଙ୍କଠାରୁ ନିରାଶ ହୋଇ ଛାତ୍ରୀମାନେ ଆଜି ବିଦ୍ୟାଳୟ ପରିଚାଳନା କମିଟିରେ ଅଭିଯୋଗ କରିଥିଲେ। ପରେ ଏହାକୁ ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ହେମଗିରି ଥାନା ଅଧିକାରୀ ଓ ବିଡିଓ ସ୍କୁଲକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଅଭିଯୋଗରୁ ପ୍ରକାଶ, ସହକାରୀ ଶିକ୍ଷକ ରଞ୍ଜନ ବେହେରାଙ୍କର ଏହା ପ୍ରଥମ ଘଟଣା ନୁହେଁ। ନିୟମିତ ଭାବେ ସେ ମଦ ପିଇ ବିଦ୍ୟାଳୟକୁ ଆସୁଥିବା ବେଳେ ଛାତ୍ରୀଙ୍କୁ କମେଣ୍ଟ ମାରୁଥିଲେ। ଏହା ସତ୍ତ୍ୱେ ତାଙ୍କ ବିରୋଧରେ ପ୍ରଧାନଶିକ୍ଷୟିତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ହେମଗିରି ବିଡିଓ ଘଟଣା ସମ୍ପର୍କରେ ଖବର ପାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅଭିଯୋଗ ଆସିଥିବା ଶିକ୍ଷକ ଏବେ ଫେରାର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story