ଆନନ୍ଦପୁର (ମୁନ୍ନା ସିଂ): ମୋବାଇଲ୍ରେ ପାଠ ପଢ଼ିବାକୁ ବାରଣ କରିବାରୁ ଝୁଲି ପଡ଼ିଲେ ଜଣେ ମେଧାବୀ ଛାତ୍ର। ଏପରି ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି।
ଅକରୁଆ ଗାଁର କାଳିଆ ଜେନାଙ୍କ ପୁଅ ଲିଟେସ୍ ଜେନା ଆନନ୍ଦପୁର ମହାବିଦ୍ୟାଳୟରେ ଯୁକ୍ତ ୩ରେ ବିଜ୍ଞାନ ବିଭାଗରେ ପଢ଼ୁଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଚାକିରି କରିବା ପାଇଁ ଲକ୍ଷ୍ୟ ରଖିଥିଲେ। ସେଥିପାଇଁ ସବୁ ବେଳେ ଘରେ ରହି ଅନ୍ଲାଇନରେ ପାଠ ପଢ଼ୁଥିଲେ।
ମୋବାଇଲରେ ପାଠ ନପଢି ବାହାରେ ବୁଲା ବୁଲି କରିବା ପାଇଁ ପରିବାର ଲୋକେ କହୁଥିଲେ। ହେଲେ ଲିଟେସ୍ ଏଥିରେ ରାଜି ନଥିଲେ। ଯେଉଁଥିପାଇଁ ସେ ମାନସିକ ଦୁଶ୍ଚିନ୍ତାରେ ଥିଲେ। ଆଜି ସେ ମାନସିକ ଭାରସାମ୍ୟ ହରାଇ ଘର ଭିତରେ ରଶି ଲଗାଇ ଦେଇଥିଲେ। ପରିବାର ଲୋକେ ଜାଣିପାରି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଲିଟେସଙ୍କ ଭଳି ମେଧାବୀ ଛାତ୍ରଙ୍କ ମୃତ୍ୟୁରେ ଆନନ୍ଦପୁର କଲେଜ ସମେତ ଗ୍ରାମରେ ଶୋକରେ ଛାୟା ଖେଳି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ମୁଝି ରାସ୍ତାରେ ଦୁଇ ବାଇକ୍ ପିଟି ହେଲେ
ଲୋକେ ୩ ବାଇକ୍ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲପଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
Crime
ନାବାଳିକା ପୋଡ଼ି ମାମଲାରେ ଦମ୍ପତିଙ୍କ ସମେତ ୩ ଦଣ୍ଡିତ
୨୦୧୭ ମାର୍ଚ୍ଚ ୨୬ ତାରିଖରେ ୩ ଅଭିଯୁକ୍ତ ଯଥା ଚକ୍ରଧର ନାୟକ, ତାଙ୍କ ପତ୍ନୀ ଅନିମା ଓ କେୟାରଟେକର ଚିନ୍ତାମଣି ନାବାଳିକାଙ୍କୁ ଘରେ ପୂରାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା।
Miscellaneous
ରାଜ୍ୟରେ ୫ ମାସରେ ୪୦ ହାତୀଙ୍କ ମୃତ୍ୟୁ ହୋଇଛି
ଗତ ତିନି ବର୍ଷରେ ୬୬୮ ଜଣଙ୍କୁ ମାରିଛି ହାତୀ, ୫ ବର୍ଷରେ ୨୨ ଜଣଙ୍କୁ ଖାଇଲାଣି କୁମ୍ଭୀର। ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
Miscellaneous
ଅତିରିକ୍ତ ବଜେଟରେ ୧୨ ହଜାର ୧୫୬ କୋଟି ଟଙ୍କା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି ବ୍ୟବସ୍ଥା ଓ ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
Crime
ରାସ୍ତାରୁ ଟଙ୍କା ଆଦାୟ କରୁଥିଲେ! ARTO ଓ ଜୁନିୟର MVI ଗିରଫ
ଗିରିଶୋଳା ଗେଟ୍ରୁ ଧରାପଡ଼ିଥିବା ୩ ଦଲାଲଙ୍କୁ ପୁଲିସ୍ ଦୀର୍ଘ ସମୟ ଧରି ଜେରା କରିଥିଲା। ହେଲେ ସେମାନେ ବେଶୀ ସମୟ ଧରି ମିଛକୁ ଚାପି ରଖିପାରିନଥିଲେ। ଭୟରେ ସବୁ କଥା କହି ପକାଇଥିଲେ।