ରାଗିଂରେ ଆହତ ଛାତ୍ର ମୃତ: ପ୍ରତିବାଦରେ ରେଳରୋକ, ରାସ୍ତା ଜାମ

<p>କୁଚିଣ୍ଡା( ଓଡ଼ିଶା ରିପୋର୍ଟର): ବିଶାଖାପାଟଣାର ଏକ କଲେଜରେ ରାଗିଂ ଯୋଗୁଁ ଜଣେ ଛାତ୍ରଙ୍କ ମୃତ୍ୟୁ ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଗଡ଼ପୋଷ ଆଜି ବନ୍ଦ ଡାକରା ଦିଆଯାଇଛି। &nbsp;ରାଗିଂ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଓ କ୍ଷତିପୂରଣ ଦାବିରେ ଆନ୍ଦୋଳନକାରୀ ଆଜି ଗଡ଼ପୋଷ ଷ୍ଟେସନରେ&nbsp; ରେଳରୋକ କରିଛନ୍ତି। ବିଧାୟକ ରବି ନାଏକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହାସହ ଗ୍ରାମବାସୀ ଗଡ଼ପୋଷ-ଧାମରା ରାସ୍ତା ଅବରୋଧ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ, କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ&nbsp; ମୃତ ଛାତ୍ରଙ୍କ ପରିବାରକୁ ୧ କୋଟି ଟଙ୍କା ଦେବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି।</p> <p>ଅଭିଯୋଗ ଅନୁସାରେ ଗଡ଼ପୋଷର ଶ୍ରେୟସ୍ କେଶରଓ୍ୱାନି ବିଶାଖାପାଟଣାର ଶ୍ରୀଚୈତନ୍ୟ କଲେଜରେ ପଢୁଥିଲେ।&nbsp; ପ୍ରଶାନ୍ତି ହଷ୍ଟେଲରେ ସେ ରହୁଥିଲ। ସେଠାରେ ତାଙ୍କୁ ରାଗିଂ କରାଯିବାରୁ ଗୁରୁତର ହୋଇ ପଡ଼ିଥିଲେ। ଶ୍ରେୟସ୍&nbsp; କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବି କିଛି ଲାଭ ନ ମିଳିବାରୁ ପରିବାର ଲୋକେ ଶ୍ରେୟସଙ୍କୁ ଘରକୁ ଆଣିଥିଲେ।&nbsp; ପ୍ରଥମେ ରାଉରକେଲାର ଏକ ହସ୍ପିଟାଲ, ପରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ଚିକିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି।&nbsp; ଏହାର ପ୍ରତିବାଦରେ &nbsp;ଗଡ଼ପୋଷ ବନ୍ଦ ଡାକରା ଦିଆଯାଇଛି।&nbsp; ଅନ୍ୟପକ୍ଷରେ ଅଭିଯୋଗ ନେଇ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।</p>

Ordigital Desk
  • Published: Sunday, 07 January 2018
  • Updated: 07 January 2018, 01:08 PM IST

Sports

Latest News

<p>କୁଚିଣ୍ଡା( ଓଡ଼ିଶା ରିପୋର୍ଟର): ବିଶାଖାପାଟଣାର ଏକ କଲେଜରେ ରାଗିଂ ଯୋଗୁଁ ଜଣେ ଛାତ୍ରଙ୍କ ମୃତ୍ୟୁ ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଗଡ଼ପୋଷ ଆଜି ବନ୍ଦ ଡାକରା ଦିଆଯାଇଛି। &nbsp;ରାଗିଂ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଓ କ୍ଷତିପୂରଣ ଦାବିରେ ଆନ୍ଦୋଳନକାରୀ ଆଜି ଗଡ଼ପୋଷ ଷ୍ଟେସନରେ&nbsp; ରେଳରୋକ କରିଛନ୍ତି। ବିଧାୟକ ରବି ନାଏକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହାସହ ଗ୍ରାମବାସୀ ଗଡ଼ପୋଷ-ଧାମରା ରାସ୍ତା ଅବରୋଧ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ, କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ&nbsp; ମୃତ ଛାତ୍ରଙ୍କ ପରିବାରକୁ ୧ କୋଟି ଟଙ୍କା ଦେବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି।</p><p>ଅଭିଯୋଗ ଅନୁସାରେ ଗଡ଼ପୋଷର ଶ୍ରେୟସ୍ କେଶରଓ୍ୱାନି ବିଶାଖାପାଟଣାର ଶ୍ରୀଚୈତନ୍ୟ କଲେଜରେ ପଢୁଥିଲେ।&nbsp; ପ୍ରଶାନ୍ତି ହଷ୍ଟେଲରେ ସେ ରହୁଥିଲ। ସେଠାରେ ତାଙ୍କୁ ରାଗିଂ କରାଯିବାରୁ ଗୁରୁତର ହୋଇ ପଡ଼ିଥିଲେ। ଶ୍ରେୟସ୍&nbsp; କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବି କିଛି ଲାଭ ନ ମିଳିବାରୁ ପରିବାର ଲୋକେ ଶ୍ରେୟସଙ୍କୁ ଘରକୁ ଆଣିଥିଲେ।&nbsp; ପ୍ରଥମେ ରାଉରକେଲାର ଏକ ହସ୍ପିଟାଲ, ପରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ଚିକିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି।&nbsp; ଏହାର ପ୍ରତିବାଦରେ &nbsp;ଗଡ଼ପୋଷ ବନ୍ଦ ଡାକରା ଦିଆଯାଇଛି।&nbsp; ଅନ୍ୟପକ୍ଷରେ ଅଭିଯୋଗ ନେଇ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos