ଏମିତି ଆମ ଶିକ୍ଷା ବ୍ୟବସ୍ଥା: ଗୋଟିଏ କୋଠରୀରେ ଚାଲିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ

ବିନିକା (ଦିଲୀପ କୁମାର ସାହୁ): ରାଜ୍ୟରେ ଥିବା ସରକାରୀ ସ୍କୁଲ୍‌ଗୁଡ଼ିକର ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ପ୍ରଶାସନିକ  ଅଧିକାରୀଙ୍କ ଅବହେଳା ଓ ରାଜନେତାଙ୍କ ଖାମଖିଆଲ ନୀତି ଯୋଗୁ ଯୋଜନା ଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଫଳରେ ଅନେକ ସ୍କୁଲ୍‌ର ଅବସ୍ଥା ଯଥା ପୂର୍ବଂ ତଥା ପରଂ ହୋଇ ରହିଛି। ଏହାର ନଗ୍ନଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରତୁଲୁଣ୍ଡୁପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ୧୯୬୦ ମସିହାରେ ପ୍ରତିଷ୍ଠା ହୋଇଥିବା […]

schooll,

Tapaswini Nayak
  • Published: Tuesday, 24 September 2019
  • , Updated: 24 September 2019, 02:10 PM IST

ବିନିକା (ଦିଲୀପ କୁମାର ସାହୁ): ରାଜ୍ୟରେ ଥିବା ସରକାରୀ ସ୍କୁଲ୍‌ଗୁଡ଼ିକର ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ପ୍ରଶାସନିକ  ଅଧିକାରୀଙ୍କ ଅବହେଳା ଓ ରାଜନେତାଙ୍କ ଖାମଖିଆଲ ନୀତି ଯୋଗୁ ଯୋଜନା ଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଫଳରେ ଅନେକ ସ୍କୁଲ୍‌ର ଅବସ୍ଥା ଯଥା ପୂର୍ବଂ ତଥା ପରଂ ହୋଇ ରହିଛି। ଏହାର ନଗ୍ନଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରତୁଲୁଣ୍ଡୁପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ।

୧୯୬୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲ୍‌ରେ ପ୍ରଥମରୁ ପଞ୍ଚମ ଯାଏ ମୋଟ ୬୯ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ୩ ଜଣ ଶିକ୍ଷକ ଅଛନ୍ତି। ହେଲେ ଛାତ୍ରଛାତ୍ରୀମାନେ ବସିବା ପାଇଁ ଜାଗା ନାହିଁ। ଦୀର୍ଘବର୍ଷ ଧରି ଏହି ସ୍କୁଲ୍‌ରେ ଗୋଟିଏ କୋଠରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ଚାଲିଛି। କୋଠରୀ ଭିତରେ ପ୍ରଥମ, ଦ୍ୱିତୀୟ ଏବଂ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବସୁଥିବା ବେଳେ ବାରଣ୍ଡାରେ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀର ଛାତ୍ରଛାତ୍ରୀ ବସୁଛନ୍ତି। ଦୁଇ ବର୍ଷ ତଳେ ଏଠାରେ ଦୁଇଟି ନୂଆ କଠୋରୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ତାହା ଏପର୍ଯ୍ୟନ୍ତ ଶେଷ ହୋଇପାରିଲାନି। ଅଧପନ୍ତରିଆ ହୋଇ ସେ କାମ ପଡ଼ିଛି।

ସ୍କୁଲକୁ ବିଭିନ୍ନ ସମୟରେ ଉଚ୍ଚ ପଦପଦବୀରେ ଥିବା ଶିକ୍ଷା ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ପରିଦର୍ଶନରେ ଆସୁଛନ୍ତି। କିନ୍ତୁ କାହାକୁ ଏହି ସମସ୍ୟା ଦେଖାଯାଉ ନାହିଁ।  ଗ୍ରାମବାସୀମାନେ ଅନେକ ଥର ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି, କିନ୍ତୁ କୌଣସି ସୁଫଳ ମିଳିନାହିଁ। ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏନେଇ ବିନିକା ବିଇଓ ଶଶିଭୂଷଣ ସେଠୀ କହିଛନ୍ତି,“ ନୂତନ ସ୍କୁଲ ଘର କାମ ଚାଲିଛି। ନୂଆ ସ୍କୁଲ୍‌ ଘର ହେବା ପର୍ଯ୍ୟନ୍ତ ଏହିପରି ପିଲାମାନଙ୍କୁ ଆଡ୍‌ଜଷ୍ଟ୍‌ କରି ପାଠ ପଢ଼ିବାକୁ ପଡ଼ିବ।”

ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାବୁଲାଲ ପାଣ୍ଡେ କହିଛନ୍ତି, “କ୍ଲାସ୍‌ ରୁମ୍‌ ନଥିବାରୁ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବାରେ ଅସୁବିଧା ହେଉଛି। ବର୍ଷା ହେଲେ ବରଣ୍ଡାରେ ବସୁଥିବା ପିଲାମାନେ ଓଦା ହୋଇଯାଉଛନ୍ତି।”

ଅନ୍ୟପକ୍ଷରେ ସ୍ୱଚ୍ଛତା ଓ ବାହ୍ୟ ମଳମୁକ୍ତ ଗ୍ରାମକୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଏ ସ୍କୁଲରେ ଥିବା ଶୌଚାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଫଳରେ ଏଠାରେ ପଢ଼ୁଥିବା ଛାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

 

Related story