ଏଣିକି ପିଲାଙ୍କ ହାତରେ ଶିକ୍ଷକଙ୍କ ଭାଗ୍ୟ ! ଜଗିବେ, ରିପୋର୍ଟ କାର୍ଡ଼ ପ୍ରସ୍ତୁତ କରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ଶିକ୍ଷକଙ୍କ ଦକ୍ଷତା ପରଖିବେ ଛାତ୍ରୀଛାତ୍ର। ଶିକ୍ଷକମାନେ କେମିତି ପଢାଉଛନ୍ତି ଓ କେତେ ସମୟ କ୍ଲାସ୍‌ରେ ରହୁଛନ୍ତି ,ସେନେଇ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବେ ନବମ, ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ଶିକ୍ଷାଦାନରେ ଅବହେଳା କରୁଥିବା ଶିକ୍ଷକଙ୍କୁ ଲଗାମ ଲଗାଇବାକୁ ଖୁବ୍ ଶୀଘ୍ର ଏହା ଲାଗୁ କରିବାକୁ ଯାଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ରିପୋର୍ଟ କାର୍ଡ ଖରାପ ଥିବା ଶିକ୍ଷକଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ତେବେ ଏହି ବ୍ୟବସ୍ଥା ଲାଗୁ ପୂର୍ବରୁ […]

teacher

Tapas Behera
  • Published: Sunday, 25 August 2019
  • , Updated: 25 August 2019, 09:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ଶିକ୍ଷକଙ୍କ ଦକ୍ଷତା ପରଖିବେ ଛାତ୍ରୀଛାତ୍ର। ଶିକ୍ଷକମାନେ କେମିତି ପଢାଉଛନ୍ତି ଓ କେତେ ସମୟ କ୍ଲାସ୍‌ରେ ରହୁଛନ୍ତି ,ସେନେଇ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବେ ନବମ, ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀ।

ଶିକ୍ଷାଦାନରେ ଅବହେଳା କରୁଥିବା ଶିକ୍ଷକଙ୍କୁ ଲଗାମ ଲଗାଇବାକୁ ଖୁବ୍ ଶୀଘ୍ର ଏହା ଲାଗୁ କରିବାକୁ ଯାଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ରିପୋର୍ଟ କାର୍ଡ ଖରାପ ଥିବା ଶିକ୍ଷକଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ତେବେ ଏହି ବ୍ୟବସ୍ଥା ଲାଗୁ ପୂର୍ବରୁ କ୍ଲାସ୍ ରୁମ୍‌ରେ ସିସିଟିଭି ଓ ବାୟୋମେଟ୍ରିକ୍ ବ୍ୟବସ୍ଥା ପ୍ରଚଳନ ଉପରେ ଶିକ୍ଷକମାନେ ଗୁରୁତ୍ୱ ଦେଇଛନ୍ତି।

ମାଟ୍ରିକ୍ ଓ ଯୁକ୍ତ ଦୁଇରେ ପିଲାଙ୍କ ପ୍ରଦର୍ଶନ କ୍ରମାଗତ ଭାବେ ହ୍ରାସ ପାଇବାକୁ ନେଇ ସ୍କାନରରେ ଶିକ୍ଷକଙ୍କ ଭୂମିକା। ଶିକ୍ଷକ କିଭଳି ପଢାଉଛନ୍ତି, କିଭଳି ବୁଝାଉଛନ୍ତି, ଯେଉଁ ବିଷୟ ପଢାଉଛନ୍ତି ସେଥିରେ ସେ ପାରଙ୍ଗମ ନା ନୁହଁନ୍ତି, ନିୟମିତ କ୍ଲାସକୁ ଆସୁଛନ୍ତି ନା ନାହିଁ, ଯଦି ଆସୁଛନ୍ତି ପୁରା ପିରିୟଡ ରହୁଛନ୍ତି ନା ନାହିଁ ଏମିତି ବିଭିନ୍ନ ମାନଦଣ୍ଡକୁ ନେଇ ଏଣିକି ମପାଯିବ ଶିକ୍ଷକଙ୍କ ଦକ୍ଷତା ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଛାତ୍ରଛାତ୍ରୀଙ୍କ ମତାମତ ଅନୁଯାୟୀ ହିଁ  ଶିକ୍ଷକଙ୍କ ଦକ୍ଷତାର ମୂଲ୍ୟାୟନ ହେବ। ନବମ, ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯିବ। ରାଜ୍ୟର ଶିକ୍ଷାଦାନ ପଦ୍ଧତିକୁ ଅଧିକ ଦକ୍ଷ ଓ  ଶାଣିତ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷକମାନଙ୍କ ଉପରେ ଲଗାମ କଷିବାକୁ ନିଷ୍ପତ୍ତି ନେଇଛି । ବିଭାଗର ନିଷ୍ପତ୍ତିରୁ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି।

୧୦ ମାର୍କ ଆଧାରରେ ଶିକ୍ଷକଙ୍କ ଦକ୍ଷତା ନିର୍ଦ୍ଧାରଣ ହେବ। ରିପୋର୍ଟ କାର୍ଡରେ ୧୦ରୁ ୧୦ ରଖିଲେ ଶିକ୍ଷକଙ୍କୁ ମିଳିବ ଏକ୍ସେଲେଣ୍ଟ, ୯ ନମ୍ବର ପାଇଲେ A+,  ୮ ନମ୍ବର ରଖିଲେ A ଓ ୭.୫ ମାର୍କ ରହିଲେ ଶିକ୍ଷକ ପାଇବେ ବି + । ୩୦ ପ୍ରତିଶତ ପିଲାଙ୍କ ରିପୋର୍ଟ ୭.୫ ମାର୍କ ତଳକୁ ରହିଲେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ଆବଶ୍ୟକ ଥିଲେ କାର୍ଯ୍ୟାନୁଷ୍ଠାନ ବି ହେବ।

ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ରିପୋର୍ଟ କାର୍ଡରେ ନିଜ ନାଁ, ରୋଲ ନମ୍ବର ଓ ଅଭିଭାବକଙ୍କ ନାଁ ଉଲ୍ଲେଖ କରିବେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ପ୍ରଧାନ ଶିକ୍ଷକ ପ୍ରତି ମାସରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ। ଶିକ୍ଷାବିତ୍ ଏହି ବ୍ୟବସ୍ଥାକୁ ସ୍ୱାଗତ କରିଥିବା ବେଳେ ମୂଲ୍ୟାୟନ ପ୍ରକ୍ରିୟାର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷକ ଓ ଅଧ୍ୟାପକ।

ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ଦୃଢ କରିବା ଲାଗି ସରକାର ଗୋଟିକ ପରେ ଗୋଟିଏ ସଂସ୍କାରମୂଳକ ପଦକ୍ଷେପ ନେଇଚାଲିଛନ୍ତି। ତେବେ ଏସବୁକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟକାରୀ କରାଯାଉଛି ନା ଏହା କେବଳ ଘୋଷଣା ସର୍ବସ୍ୱ ହୋଇରହିଯାଉଛି, ତାହା ଦେଖିବା କଥା।

Related story