ଚାକିରି ପାଇଁ ଆମରଣ ଅନଶନ: ବିକଳ୍ପ ଦେଲା ସୋଆ, ସରକାର କରି ପାରନ୍ତି ତଦନ୍ତ

ଭୁବନେଶ୍ୱର: ଆଇଟିଇଆରାର ଜାଲ ପ୍ଲେସମେଣ୍ଟ ଘଟଣା ବିବାଦୀୟ ହେବାରେ ଲାଗିଛି। ଠକାମୀର ଶିକାର ହୋଇଥିବା ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆମରଣ ଅନଶନ ଆରମ୍ଭ କରିଦେଇଛନ୍ତି। ଛାତ୍ରଛାତ୍ରୀମାନେ ଆଇଟିଇଆର୍ କଲେଜ ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ପ୍ଲେସ୍‌ମେଣ୍ଟ ନ ମିଳିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ତଦନ୍ତ କରିପାରେ ଉଚ୍ଚ ଶିକ୍ଷା ବିଭାଗ ଉଚ୍ଚଶିକ୍ଷା ବିଭାଗ ଘଟଣାକୁ ଗୁରତର ସହ ନେଇଛି। ଆଇଟିଇଆର୍‌କୁ କାରଣ ଦର୍ଶାଅ ନୋଟିସ୍ ହୋଇପାରେ ଓ ଅଭିଯୋଗର […]

strike

Rakesh Mallick
  • Published: Thursday, 25 May 2017
  • , Updated: 25 May 2017, 11:04 PM IST

ଭୁବନେଶ୍ୱର: ଆଇଟିଇଆରାର ଜାଲ ପ୍ଲେସମେଣ୍ଟ ଘଟଣା ବିବାଦୀୟ ହେବାରେ ଲାଗିଛି। ଠକାମୀର ଶିକାର ହୋଇଥିବା ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆମରଣ ଅନଶନ ଆରମ୍ଭ କରିଦେଇଛନ୍ତି। ଛାତ୍ରଛାତ୍ରୀମାନେ ଆଇଟିଇଆର୍ କଲେଜ ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ପ୍ଲେସ୍‌ମେଣ୍ଟ ନ ମିଳିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ତଦନ୍ତ କରିପାରେ ଉଚ୍ଚ ଶିକ୍ଷା ବିଭାଗ

ଉଚ୍ଚଶିକ୍ଷା ବିଭାଗ ଘଟଣାକୁ ଗୁରତର ସହ ନେଇଛି। ଆଇଟିଇଆର୍‌କୁ କାରଣ ଦର୍ଶାଅ ନୋଟିସ୍ ହୋଇପାରେ ଓ ଅଭିଯୋଗର ତଦନ୍ତ ମଧ୍ୟ କରାଯାଇ ପାରେ ବୋଲି ବିଭାଗୀୟ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି।

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଇନ ଅନୁସାରେ ପଦକ୍ଷେପ ନେବାକୁ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ବିଶେଷ କରି ପ୍ଲେସ୍‌ମେଣ୍ଟ ସେଲ୍ କାହା ଦାୟିତ୍ୱରେ ଥିଲା। ଏଥିରେ ସୋଆ କର୍ତ୍ତୃପକ୍ଷଙ୍କ ଭୂମିକା କ’ଣ ଥିଲା, କେଉଁ ଆଧାରରେ ପିଲାଙ୍କ ଠାରୁ ଫି ଆଦାୟ ହୋଇଥିଲା, ଏହା ଆଇନ ସଙ୍ଗତ କି ନୁହେଁ, ଏ ସବୁ ଦିଗ ଉପରେ ବିଭାଗ ତଦନ୍ତ କରିପାରେ।

ଆଜି ବି ପୋଲିସ୍‌ ସହ ଛାତ୍ରଛାତ୍ରୀଙ୍କ ହେଲା ଧସ୍ତାଧସ୍ତି

ଗତକାଲି ପରି ଆଜି ବି ପୋଲିସ୍‌ ସହ ଛାତ୍ରଛାତ୍ରୀଙ୍କ ଧସ୍ତାଧସ୍ତି ହୋଇଥିଲା। ଆଇଟିଇଆର ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣାରେ ବସିବା ସହ ପ୍ଲେସମେଣ୍ଟ ଅଧିକାରୀ ଆର.କେ. ହୋତାଙ୍କ  କୁଶପୁତ୍ତଳିକା ଦାହ କରିଥିଲେ। କଲେଜ କର୍ତ୍ତୃପକ୍ଷ ୧୦ ଜଣିଆ ଛାତ୍ର ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଥିଲେ। ଆଲୋଚନା ଚାଲିଥିବା ବେଳେ ହିଁ ଆନ୍ଦୋଲନକାରୀ ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଫଳରେ ଆଲୋଚନା ଅଧାରୁ ବନ୍ଦ ରହିଥିଲା। ପରିସ୍ଥିତି ଉତ୍ତେଜନାମୂଳକ ଥିବାରୁ କଲେଜ ବାହାରେ ଫୋର୍ସ ମୁତୟନ ହୋଇଛନ୍ତି।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦେଲେ ୩ଟି ବିକଳ୍ପ

ଠକାମୀର ଶିକାର ହୋଇ ଫେରିଥିବା ଛାତ୍ରଛାତ୍ରୀଙ୍କୁ ୩ଟି ବିକଳ୍ପ ଦେଇଛନ୍ତି କଲେଜ କର୍ତ୍ତୃପକ୍ଷ। ଆସନ୍ତା ୩୧ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ସେମାନଙ୍କ ମତାମତ ଦେବାକୁ କୁହାଯାଇଛି।

ଦୋଷୀଙ୍କୁ ଦଣ୍ଡ ଦେବାକୁ କହିଲେ ନରସିଂହ

ଏପରି ଘଟଣାକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯେଉଁମାନେ ଏଭଳି କାମ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସେ ଦାବି ଦାବି କରିଛନ୍ତି।

Related story