ସୋନପୁର (ରବୀନ୍ଦ୍ର ହୋତା): ବିଜୟ ଉତ୍ସବରେ ଗୁଳି ଫୁଟାଇବା ବିଜେଡି ନବ ନିର୍ବାଚିତ କାଉନ୍ସିଲରଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ସୁବର୍ଣ୍ଣପୁର ପୁଲିସ୍ ବନ୍ଧୁକ ଜବତ କରିବା ସହିତ ଗୁଳି ଫୁଟାଇବା ଅଭିଯୋଗରେ କାନ୍ସିଲର କଇରୁ ସ୍ୱାଇଁ ଓ ତାଙ୍କ ସମୁଦୀ ରାମବାହାଦୂର ସିଂଙ୍କୁ ଅଟକ ରଖି ପଚରାଉଚରା କରୁଛି।
କଇରୁ ସ୍ୱାଇଁ ହେଉଛନ୍ତି ସୋନପୁର ପୌର ପରିଷଦର ୯ ନମ୍ୱର ୱାର୍ଡର ନବ ନିର୍ବାଚିତ କାଉନସିଲର। ନିର୍ବାଚନ ଫଳାଫଳ ଘୋଷଣା ପରେ ଉତ୍ସାହିତ ହୋଇପଡ଼ିଥିଲେ କଇରୁ ସ୍ୱାଇଁ। ଆଉ କର୍ମୀଙ୍କ ସହିତ ବିଜୟ ଶୋଭାଯାତ୍ରାରେ ବାହାରି ପଡ଼ିଥିଲେ। କଇରୁ ସ୍ୱାଇଁ ନିଜ ୱାର୍ଡରେ ଶୋଭାଯାତ୍ରାରେ ଯାଉଥିବା ବେଳେ ସର୍ବ ସମ୍ମୁଖରେ ଗୁଳି ଫୁଟାଇ ସେଲିବ୍ରେସନ୍ କରିଥିଲେ। ଯାହାର ଭିଡ଼ିଓ ଏବେ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଭିଡ଼ିଓଟି ମୋବାଇଲରୁ ମୋଇଲ୍ ଘୂରି ବୁଲୁଥିଲା। ବିଜୟୀ କାଉନ୍ସିଲଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା।