ସିଏମ୍‌ସି ମେୟରଙ୍କୁ କବାଟ ଭେଟି ଦେଲା କଂଗ୍ରେସ

କଟକ(ଓଡ଼ିଶା ରିପୋର୍ଟ): ‘ମୁଁ ବାଥ୍‌ରୁମ୍ ଗଲେ କବାଟ ଧରିକି ଯାଉଛି। କାରଣ ମୁଁ ଅଫିସ୍‌ରେ ବସୁଛି, ବାଥ୍‌ରୁମ୍ କବାଟ ଭାଙ୍ଗି ପଡ଼ିଛି।….।’ କଟକ ମେୟର ସୁବାସ ସିଂ ଗତକାଲି ସିଏମସି କାଉନସିଲ ବୈଠକରେ ଏହି ବକ୍ତବ୍ୟ ଦେଇଥିଲେ। ଆଜି କଟକ ଜିଲ୍ଲା କଂଗ୍ରେସ କଂଗ୍ରେସ୍ ପକ୍ଷରୁ ସୁବାସ ସିଂହଙ୍କ ଉଦ୍ଦେଶ୍ୟରେ କଟକ ମହାନଗର ନିଗମ କମିଶନରଙ୍କୁ ଏକ କବାଟ ଭେଟି ଦିଆଯାଇଛି। ଯେଉଁଥିରେ ଲେଖାଯାଇଛି ‘ବେଷ୍ଟ କମ୍ପଲିମେଣ୍ଟ ଫ୍ରମ୍ କଂଗ୍ରେସ’। କଂଗ୍ରେସର ଏଭଳି ନିଆରା ପ୍ରତିବାଦ ଆଜି […]

kabata

  • Published: Wednesday, 14 September 2022
  • , Updated: 14 September 2022, 07:57 PM IST

କଟକ(ଓଡ଼ିଶା ରିପୋର୍ଟ): ‘ମୁଁ ବାଥ୍‌ରୁମ୍ ଗଲେ କବାଟ ଧରିକି ଯାଉଛି। କାରଣ ମୁଁ ଅଫିସ୍‌ରେ ବସୁଛି, ବାଥ୍‌ରୁମ୍ କବାଟ ଭାଙ୍ଗି ପଡ଼ିଛି।....।’ କଟକ ମେୟର ସୁବାସ ସିଂ ଗତକାଲି ସିଏମସି କାଉନସିଲ ବୈଠକରେ ଏହି ବକ୍ତବ୍ୟ ଦେଇଥିଲେ। ଆଜି କଟକ ଜିଲ୍ଲା କଂଗ୍ରେସ କଂଗ୍ରେସ୍ ପକ୍ଷରୁ ସୁବାସ ସିଂହଙ୍କ ଉଦ୍ଦେଶ୍ୟରେ କଟକ ମହାନଗର ନିଗମ କମିଶନରଙ୍କୁ ଏକ କବାଟ ଭେଟି ଦିଆଯାଇଛି। ଯେଉଁଥିରେ ଲେଖାଯାଇଛି ‘ବେଷ୍ଟ କମ୍ପଲିମେଣ୍ଟ ଫ୍ରମ୍ କଂଗ୍ରେସ’।

କଂଗ୍ରେସର ଏଭଳି ନିଆରା ପ୍ରତିବାଦ ଆଜି ଅଲୋଚନାର ବିଷୟ ହୋଇଛି। ଏନେଇ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ କହିଛନ୍ତି, ସିଏମ୍‌ସି ମେୟରଙ୍କ ଚାମ୍ୱରରେ ବାଥରୁମ୍ କବାଟ ନ ଥିବା ଗତକାଲି ମେୟର ସିଏମ୍‌ସି ବୈଠକରେ କହିବା ପରେ ଆଜି ସେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆସି ଏକ ନୂଆ କବାଟ ଭେଟି ଦେଇଛନ୍ତି। କାରଣ ମେୟରଙ୍କ ଅଫିସ୍ ଚାମ୍ବରକୁ ବହୁ ଝିଅ, ବୋହୂ, କଟକବାସୀ, ପ୍ରତିଷ୍ଠିତ ବ୍ୟକ୍ତି ସମସ୍ୟା ଜଣାଇବାକୁ ଆସୁଥିବେ। ସେମାନେ କ’ଣ ଭାବୁଥିବେ। କ’ଣ ଅବସ୍ଥା ହେଉଥିବ। ଯେମିତି କଟକ ଜାଇକା ଅବସ୍ଥା, ସେମିତି ତାଙ୍କ ଅବସ୍ଥା ହେଉଥିବ। ଯେହେତୁ ମେୟର ପାଞ୍ଚ ପଇସା ଖର୍ଚ୍ଚ କରିବାର ଶକ୍ତି ନାହିଁ ବୋଲି ବୈଠକରେ କହିଛନ୍ତି, ତେଣୁ କବାଟ ସହ କବାଟ ଲଗାଇବା ପାଇଁ ୫୦୦ ଟଙ୍କା ଦେବାକୁ ସ୍ଥିର ହୋଇଛି। ଯେତେବେଳେ ବି ମେୟରଙ୍କୁ ଫୋନ୍ କଲେ, ସେ କହୁଛନ୍ତି ଜିଲ୍ଲାପାଳଙ୍କ ସହ ବୈଠକ କରୁଛନ୍ତି, ନଚେତ ଥାଡ୍ ଫ୍ଲୋରରେ ଅଛନ୍ତି। ସେ କଲ୍ ବ୍ୟାକ କରନ୍ତିନି। ତେଣୁ ଏଥିରୁ ସ୍ପଷ୍ଟ ମେୟର କାମ କରିପାରୁନାହାନ୍ତି, କିମ୍ବା କମିଶନର କାମ କରିବାକୁ ଦେଉନାହାନ୍ତି। ତେଣୁ କବାଟକୁ କମିଶନରଙ୍କୁ ଦେଇ, ଏହାକୁ ମେୟରଙ୍କ ଅଫିସ୍ ଚାମ୍ବରରେ ଭାଙ୍ଗି ଯାଇଥିବା ପାଇଖାନା କବାଟ ସ୍ଥାନରେ ଲଗାଇବାକୁ ଅନୁରୋଧ କରାଯାଇଥିଲା। ୨୦୦୪ରେ ନିର୍ବାଚନରେ ଠିଆ ହେବା ବେଳେ ସୁବାସ ସିଂହ ଖୁବ୍ ସାହାଯ୍ୟ କରିଥିଲେ। ସେତେବେଳର ସୁବାସ ସିଂହ ଓ ବର୍ତ୍ତମାନର ସୁବାସ ସିଂହଙ୍କ ଭିତରେ କେତେ ସମ୍ପତ୍ତି ବଢ଼ିଛି ତାହାର ତଥ୍ୟ ଆରଟିଆଇରେ ମଗାଯିବ। କବାଟ ଲଗାଇବାରେ ଯଦି ସୁବାସ ଅସମର୍ଥ ହୋଇଥିଲେ, ତେବେ କଟକବାସୀଙ୍କୁ ଅନୁରୋଧ କରିବେ ତାଙ୍କ ଚଳିବା ନିମନ୍ତେ କିଛି ଚାନ୍ଦା ଦେବେ।

କଂଗ୍ରେସ କର୍ମୀଙ୍କ ଏଭଳି ନିଆରା ପ୍ରତିବାଦକୁ ନେଇ ବିଜେଡି କିମ୍ବା ମେୟର ସୁବାସ ସିଂହଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି। ଅନ୍ୟପଟେ ସିଏସ୍‌ସି କମିଶନର କବାଟକୁ କଂଗ୍ରେସ କର୍ମୀଙ୍କ ଠାରୁ ରଖିଥିଲେ ହେଁ ଟଙ୍କା ଫେରାଇ ଦେଇଥିଲେ।

Related story