ବିଜେଡିର ସୁବାସ ଗଣ୍ଡ ଓ ବିଜେପିର ପ୍ରଦୀପ ପୁରୋହିତ ପରାସ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉମରକୋଟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ସୁବାସ ଗଣ୍ଡ ଓ ପଦମପୁର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଶକ୍ତ ଧକ୍କା ଲାଗିଛି। ଉଭୟ ପରାଜୟ ବରଣ କରିଛନ୍ତି। ସୁବାସଙ୍କୁ ନିତ୍ୟାନନ୍ଦ ଗଣ୍ଡ ଓ ପ୍ରଦୀପଙ୍କୁ ରଞ୍ଜନ ସିଂହ ବରିହା ପରାସ୍ତ କରୁଛନ୍ତି। ଉମରକୋଟ ନିର୍ବାଚନମଣ୍ଡଳୀର ବିଧାୟକ ସୁବାସ ୪୯୯୦୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ନିତ୍ୟାନନ୍ଦ ଗଣ୍ଡ ୫୯୬୬୩ ଭୋଟ ପାଇଛନ୍ତି। ସେହିପରି ପଦମପୁର ନିର୍ବାଚନମଣ୍ଡଳୀରେ ବିଜେଡିର ବିଜୟ ରଞ୍ଜନ ସିଂହ ବରିହା […]

bjd

Manoranjan Sial
  • Published: Friday, 24 May 2019
  • , Updated: 24 May 2019, 12:15 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉମରକୋଟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ସୁବାସ ଗଣ୍ଡ ଓ ପଦମପୁର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଶକ୍ତ ଧକ୍କା ଲାଗିଛି। ଉଭୟ ପରାଜୟ ବରଣ କରିଛନ୍ତି। ସୁବାସଙ୍କୁ ନିତ୍ୟାନନ୍ଦ ଗଣ୍ଡ ଓ ପ୍ରଦୀପଙ୍କୁ ରଞ୍ଜନ ସିଂହ ବରିହା ପରାସ୍ତ କରୁଛନ୍ତି।

ଉମରକୋଟ ନିର୍ବାଚନମଣ୍ଡଳୀର ବିଧାୟକ ସୁବାସ ୪୯୯୦୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ନିତ୍ୟାନନ୍ଦ ଗଣ୍ଡ ୫୯୬୬୩ ଭୋଟ ପାଇଛନ୍ତି।

ସେହିପରି ପଦମପୁର ନିର୍ବାଚନମଣ୍ଡଳୀରେ ବିଜେଡିର ବିଜୟ ରଞ୍ଜନ ସିଂହ ବରିହା ୮୨୯୯୮ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରଦୀପ ପୂରୋହିତ ୭୬୯୮୨ ଖଣ୍ଡ ଭୋଟ ପାଇଛନ୍ତି।

Related story