ଓଡ଼ିଶା ଦାୟିତ୍ୱରୁ ହଟିଲେ ଶୁଭଙ୍କର ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହରିପ୍ରସାଦଙ୍କ ପରେ ଓଡ଼ିଶା କଂଗ୍ରେସର ସହ ପ୍ରଭାରୀ  ତଥା ଏଆଇସିସି ସମ୍ପାଦକ ଶୁଭଙ୍କର ସରକାରଙ୍କୁ ଓଡ଼ିଶା ଦାୟିତ୍ୱରୁ ହଟାଇ ଦିଆଯାଇଛି। ଏଆଇସିସି ପକ୍ଷରୁ ୩ ଜଣ ନୂଆ ସମ୍ପାଦକଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଛି। ଆନ୍ଧ୍ରର ପୂର୍ବତନ ବିଧାୟକ ରୁଦ୍ର ରାଜୁ, ଦିଲ୍ଲୀର ପୂର୍ବତନ ବିଧାୟକ ଅନୀଲ ଚୌଧୁରୀ ଏବଂ ପୂର୍ବତନ ବିଧାୟକ ଶେଖ୍ ମସ୍ତାନ ୱାଲିଙ୍କୁ ଏହି ଦାୟିତ୍ୱ ମିଳିଛି। ଏଥିସହ ଓଡ଼ିଶା ପାଇଁ ଆଦିତ୍ୟ ଶର୍ମାଙ୍କୁ ଏଆଇସିସି ଯୁଗ୍ମ ସମ୍ପାଦକ ଦାୟିତ୍ୱ […]

subhankar-sarkar

Rakesh Mallick
  • Published: Sunday, 15 April 2018
  • , Updated: 15 April 2018, 06:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହରିପ୍ରସାଦଙ୍କ ପରେ ଓଡ଼ିଶା କଂଗ୍ରେସର ସହ ପ୍ରଭାରୀ  ତଥା ଏଆଇସିସି ସମ୍ପାଦକ ଶୁଭଙ୍କର ସରକାରଙ୍କୁ ଓଡ଼ିଶା ଦାୟିତ୍ୱରୁ ହଟାଇ ଦିଆଯାଇଛି। ଏଆଇସିସି ପକ୍ଷରୁ ୩ ଜଣ ନୂଆ ସମ୍ପାଦକଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଛି। ଆନ୍ଧ୍ରର ପୂର୍ବତନ ବିଧାୟକ ରୁଦ୍ର ରାଜୁ, ଦିଲ୍ଲୀର ପୂର୍ବତନ ବିଧାୟକ ଅନୀଲ ଚୌଧୁରୀ ଏବଂ ପୂର୍ବତନ ବିଧାୟକ ଶେଖ୍ ମସ୍ତାନ ୱାଲିଙ୍କୁ ଏହି ଦାୟିତ୍ୱ ମିଳିଛି। ଏଥିସହ ଓଡ଼ିଶା ପାଇଁ ଆଦିତ୍ୟ ଶର୍ମାଙ୍କୁ ଏଆଇସିସି ଯୁଗ୍ମ ସମ୍ପାଦକ ଦାୟିତ୍ୱ ମିଳିଛି।

Related story