ବ୍ରିକ୍ସ ସମ୍ମିଳନୀରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା

ଗୋଆ: ଗୋଆରେ ବ୍ରିକ୍ସ ସମ୍ମିଳନୀରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳା ମାଧ୍ୟମରେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ କରିଛନ୍ତି।  ଏହି ବାଲୁକାକଳାକୁ ୫ଟି ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ବୁଲି ଦେଖିଥିଲେ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ୫ଟି ଦେଶର ବାଲିକୁ ନେଇ ତିଆରି ହୋଇଛି ଏହି ବାଲୁକା କଳା। ଏଥିରେ ୫ଟି ରାଷ୍ଟ୍ରର କୀର୍ତ୍ତିରାଜି ସ୍ଥାନ ପାଇଛି। ଭାରତର ତାଜମହଲ, ଚୀନର ବିଶାଳ ପ୍ରାଚୀର, ଋଷିଆର କ୍ରେମଲିନ୍‌ ବିଲ୍ଡିଂ, ବ୍ରାଜିଲ ରିଓରେ ଥିବା ପ୍ରଭୁ […]

sudarshan-sand

Rakesh Mallick
  • Published: Sunday, 16 October 2016
  • , Updated: 16 October 2016, 03:54 PM IST

ଗୋଆ: ଗୋଆରେ ବ୍ରିକ୍ସ ସମ୍ମିଳନୀରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳା ମାଧ୍ୟମରେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ କରିଛନ୍ତି।  ଏହି ବାଲୁକାକଳାକୁ ୫ଟି ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ବୁଲି ଦେଖିଥିଲେ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ୫ଟି ଦେଶର ବାଲିକୁ ନେଇ ତିଆରି ହୋଇଛି ଏହି ବାଲୁକା କଳା। ଏଥିରେ ୫ଟି ରାଷ୍ଟ୍ରର କୀର୍ତ୍ତିରାଜି ସ୍ଥାନ ପାଇଛି। ଭାରତର ତାଜମହଲ, ଚୀନର ବିଶାଳ ପ୍ରାଚୀର, ଋଷିଆର କ୍ରେମଲିନ୍‌ ବିଲ୍ଡିଂ, ବ୍ରାଜିଲ ରିଓରେ ଥିବା ପ୍ରଭୁ ଯୀଶୁଙ୍କ ପ୍ରତିମୂର୍ତ୍ତି ଏବଂ ଆଫ୍ରିକାର ଶାନ୍ତିଦୂତ ପୂର୍ବତନ ରାଷ୍ଟ୍ରପତି ନେଲସନ ମାଣ୍ଡେଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏହି ବାଲୁକକଳା ମାଧ୍ୟମରେ ଏକ ଉନ୍ନତ ଭବିଷ୍ୟତ ଗଠନ ନେଇ ସମସ୍ତ ରାଷ୍ଟ୍ରଙ୍କ ଆପୋଷ ସହଯୋଗ କାମନା କରିଛନ୍ତି ସୁଦର୍ଶନ ।

Related story