କେନ୍ଦ୍ରାପଡା(ମନୋଜ ସ୍ୱାଇଁ): ଘରେ ଆପଣାଛାଏଁ ଲାଗି ଯାଉଛି ନିଆଁ। ଦେଖୁ ଦେଖୁ ଏହି ନିଆଁରେ ଘରେ ଥିବା ପିନ୍ଧା ପୋଷାକ, ଲୁଗାପଟା , ବିଛଣା ଓ ଆସବାବପତ୍ର ବି ଜଳି ଯାଉଛି। ଏପରିକି ଘରେ ଥିବା ଚାଉଳ ବସ୍ତା, ଠାକୁରଙ୍କ ଫଟୋ ସମେତ ଘର ଆଗରେ ଥିବା ଚଉଁରାରେ ମଧ୍ୟ ଆପେଆପେ ନିଆଁ ଲାଗି ଯାଉଛି । ଏପରି ଅସ୍ୱାଭାବିକ ଘଟଣା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ନୂଆଗାଁର ପ୍ରସନ୍ନ ସ୍ୱାଇଁଙ୍କ ଘରେ ଘଟୁଛି। କିଏ ଏହାକୁ ଭୌତିକ କାଣ୍ଡ କହୁଛି ତ କିଏ ଗୁଣିଗାରେଡି ସନ୍ଦେହ କରୁଛନ୍ତି। ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।
ପ୍ରସନ୍ନଙ୍କ ପରିବାର ଘରୁ ରୋଷେଇ ଗ୍ୟାସ ସିଲିଣ୍ଡର ବାହାର କରି ଦେଇଛନ୍ତି। ଘରର ଛୋଟ ପିଲାମାନଙ୍କୁ ପଡିଶାଘରେ ରହିବାକୁ ଛାଡ଼ି ଦେଇଛନ୍ତି। ଘରର ବଡ଼ ଲୋକମାନେ ରାତି ଦିନ ଘର ଭିତରେ ଜଗି ରହୁଛନ୍ତି । ନିଆଁ ଲାଗିଲେ ସଙ୍ଗେ ସଙ୍ଗେ ପାଣି ପକାଇ ତାହାକୁ ଲିଭାଉଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନ ନିକଟରେ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକମାନେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି, ଆଉ ୧୪ ବାକି: ଆସନ୍ତା ସପ୍ତାହରେ ରାଜ୍ୟ ସଭାପତି
ରାଜ୍ୟ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏବେ ୫୦ ପ୍ରତିଶତରୁ ଅଧିକ ଜିଲ୍ଲା ୟୁନିଟ୍ ସଭାପତିଙ୍କ ନାଁ ଘୋଷଣା ସରିଥିବାରୁ ଦଳୀୟ ସମ୍ବିଧାନ ଆଧାରରେ ରାଜ୍ୟ ସଭାପତି ଚୟନରେ ସମସ୍ୟା ରହିବ ନାହିଁ ।
Politics
ଏଠି ପ୍ରେମ ପାଇଁ ଦଣ୍ଡ, ପ୍ରତାରଣାକାରୀକୁ ପୁରସ୍କାର
ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ନିର୍ଦ୍ଦେଶନାମା ଅନୁସାରେ ୨୦୦୭ ବ୍ୟାଚ୍ ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ନିଲମ୍ବନ ଅବଧିକୁ ପୁଣିଥରେ ୬୦ଦିନ ପାଇଁ ବୃଦ୍ଧି କରାଯାଇଛି ।
Miscellaneous
ନିଆଁ ପାଇଁ ବାରବାଟୀ ଅସୁରକ୍ଷିତ?
ପ୍ରାୟ ୨୨ ଏକର ଜମିରେ ପ୍ରତିଷ୍ଠିତ ଏହି ଷ୍ଟାଡିୟମରେ ନେସନାଲ ବିଲଡିଂ କୋଡ୍-୨୦୧୬ ଅନୁଯାୟୀ ଅଗ୍ନି ସୁରକ୍ଷା ବ୍ୟବସ୍ଥା ରହିନଥିବା ଦର୍ଶାଇଛି ଅଗ୍ନି ସୁରକ୍ଷା ନିର୍ଦ୍ଦେଶାଳୟ।
Politics
ମୋହନ ସରକାରଙ୍କ ବଡ଼ ଗେମ୍ ପ୍ଲାନ୍: ଗାଁରେ ସବୁ ଯୋଗ୍ୟ ଲୋକଙ୍କୁ ଦେବେ ‘ଘର’, ଭୋଟ୍ ବ୍ୟାଙ୍କ ବି ସୁଧାରିବେ
ପିଏମଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କୁ ‘ଘର’ ଆବଂଟନ ମାଧ୍ୟମରେ ବିଜେପି ନିଜର ଭୋଟବ୍ୟାଙ୍କକୁ ଗ୍ରାମାଂଚଳରେ ସୁଦୃଢ଼ କରିବାର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଗତ ବୁଧବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏଭଳି ରଣନୀତି ଉପରେ ମୋହର ବାଜିଛି ।
Guest Column
ଫରୁଆ ଭିତରେ ହୀରକ ତ୍ରିଭୁଜ
ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷଣ ବିନା, କେବଳ ପ୍ରକୃତିଦତ୍ତ ନୈସର୍ଗିକ ସମ୍ପଦକୁ ଉପଯୋଗ କରି ଆଞ୍ଚଳିକ ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି କରି ରୋଜଗାର ବୃଦ୍ଧି କରିବା ଓ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସମ୍ଭବ ହୋଇଥାଏ କେବଳ ପର୍ଯ୍ୟଟନ ଶିଳ୍ପ ଜରିଆରେ।