ଶାନ୍ତି କମିଟି ବୈଠକ ପରେ ସୁଧୁରୁଛି ବାସୁଦେବପୁର ସ୍ଥିତି

ବାସୁଦେବପୁର: ଯୁବତୀ ଅପହରଣକୁ ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ହାଟପଦାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ପୋଡ଼ାଜଳା ପରେ ଆଜି ପରିସ୍ଥିତି ସ୍ୱାଭାବିକ ରହିଛି। ସମସ୍ତ ଦୋକାନ ବଜାର ଖୋଲା ରହିଛି। ତେବେ ଘଟଣା ଘଟିଥିବା ହାଟପଦା ଅଞ୍ଚଳରେ ଏବେ ମଧ୍ୟ ୩ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଗତକାଲି ଏହି ଘଟଣାର ସମାଧାନ ପାଇଁ ଟାଉନ୍‌ ହଲରେ ଶାନ୍ତି କମିଟି ବୈଠକ ବସିଥିଲା। ଏଥିରେ ଉଭୟ ଗୋଷ୍ଠୀର ସଦସ୍ୟ ଯୋଗ ଦେଇଥିଲେ। ଭବିଷ୍ୟତରେ […]

basudevpur

Rakesh Mallick
  • Published: Monday, 12 September 2016
  • , Updated: 12 September 2016, 03:07 PM IST

ବାସୁଦେବପୁର: ଯୁବତୀ ଅପହରଣକୁ ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ହାଟପଦାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ପୋଡ଼ାଜଳା ପରେ ଆଜି ପରିସ୍ଥିତି ସ୍ୱାଭାବିକ ରହିଛି। ସମସ୍ତ ଦୋକାନ ବଜାର ଖୋଲା ରହିଛି। ତେବେ ଘଟଣା ଘଟିଥିବା ହାଟପଦା ଅଞ୍ଚଳରେ ଏବେ ମଧ୍ୟ ୩ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।

ଗତକାଲି ଏହି ଘଟଣାର ସମାଧାନ ପାଇଁ ଟାଉନ୍‌ ହଲରେ ଶାନ୍ତି କମିଟି ବୈଠକ ବସିଥିଲା। ଏଥିରେ ଉଭୟ ଗୋଷ୍ଠୀର ସଦସ୍ୟ ଯୋଗ ଦେଇଥିଲେ। ଭବିଷ୍ୟତରେ ଗଣ୍ଡଗୋଳର ପୁରନରାବୃତ୍ତି ନ ହେବା, ପୋଡ଼ାଜଳାରେ ହୋଇଥିବା କ୍ଷୟକ୍ଷତିର ଭରଣା, ଫେରାର ଯୁବକ ଓ ଯୁବତୀଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଯୁବତୀଙ୍କ ଅପହରଣକୁ ନେଇ ହୋଇଥିବା ଗଣ୍ଡଗୋଳରେ ପୋଲିସ୍‌ ୬ ଜଣଙ୍କୁ ଗିରଫ କରିଛି।

Related story