ବକେୟା ଦରମା ନ ମିଳିବାରୁ ପୂର୍ବତନ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ସାଲେପୁର(ମନୋଜ ଆଚାର୍ଯ୍ୟ): ବକେୟା ଦରମା ନ ମିଳିବାରୁ  ଚଢି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି  ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ପୂର୍ବତନ କର୍ମଚାରୀ। ଏଭଳି ଘଟଣା ଘଟିଛି କଟକ ସଦର ବ୍ଲକ ଅରିଲୋ ପଞ୍ଚାୟତରେ। ତାଙ୍କ ନାଁ ଦୀପକ ରଞ୍ଜନ ଖଣ୍ଡୁଆଳ। ଦୀପକ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲା ବେଳେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ,  ଦୀପକ ୨୦୧୮-୨୦୧୯ ମସିହାରେ ଅରିଲୋ […]

Salepur

Tapaswini Nayak
  • Published: Monday, 25 October 2021
  • , Updated: 25 October 2021, 12:38 PM IST

ସାଲେପୁର(ମନୋଜ ଆଚାର୍ଯ୍ୟ): ବକେୟା ଦରମା ନ ମିଳିବାରୁ  ଚଢି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି  ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ପୂର୍ବତନ କର୍ମଚାରୀ। ଏଭଳି ଘଟଣା ଘଟିଛି କଟକ ସଦର ବ୍ଲକ ଅରିଲୋ ପଞ୍ଚାୟତରେ।

ତାଙ୍କ ନାଁ ଦୀପକ ରଞ୍ଜନ ଖଣ୍ଡୁଆଳ। ଦୀପକ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲା ବେଳେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ,  ଦୀପକ ୨୦୧୮-୨୦୧୯ ମସିହାରେ ଅରିଲୋ ପଞ୍ଚାୟତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରେ ଅସ୍ଥାୟୀ ପମ୍ପ ଚାଳକ ଭାବେ କାମ କରୁଥିଲେ। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ  ପ୍ରାପ୍ୟ ମିଳିନଥିବା ଅଭିଯୋଗ ହୋଇଛି। ସେ ବାରମ୍ବାର ଅଭିଯୋଗ କଲା ପରେ କେହି ନ ଶୁଣିବାରୁ ଶେଷରେ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

ଦୀପକ ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା  ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ ଓ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ।  ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପଟେ ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

 

Related story