ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ(ପାର୍ଥ ସାରଥୀ ନାୟକ): ନ୍ୟାୟ ମିଳୁ ନ ଥିବା ଅଭିଯୋଗ କରି ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ  କଲେ ଯୁବକ। ଭଦ୍ରକ ପୁରୁଣାବଜାର ଥାନା ସମ୍ମୁଖରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ସେକ ଫୟାଜ ଏବେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ  ଚିକିତ୍ସାଧୀନ ଅଛନ୍ତି। ଅଭିଯୋଗ ଅନୁଯାୟୀ, ପାରିବାରିକ କଳହକୁ ନେଇ ଫୟାଜଙ୍କ ନାଁରେ ଏତଲା ଦିଆଯାଇଥିଲା ।  ପରେ ଘଟଣାକୁ ନେଇ ଫୟାଜ ଥାନାରେ  ନିଜ ପକ୍ଷ ରଖିଥିଲେ। […]

police-1

Niharika Rout
  • Published: Saturday, 22 August 2020
  • , Updated: 22 August 2020, 07:34 AM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ନ୍ୟାୟ ମିଳୁ ନ ଥିବା ଅଭିଯୋଗ କରି ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ  କଲେ ଯୁବକ। ଭଦ୍ରକ ପୁରୁଣାବଜାର ଥାନା ସମ୍ମୁଖରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ସେକ ଫୟାଜ ଏବେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ  ଚିକିତ୍ସାଧୀନ ଅଛନ୍ତି।

ଅଭିଯୋଗ ଅନୁଯାୟୀ, ପାରିବାରିକ କଳହକୁ ନେଇ ଫୟାଜଙ୍କ ନାଁରେ ଏତଲା ଦିଆଯାଇଥିଲା ।  ପରେ ଘଟଣାକୁ ନେଇ ଫୟାଜ ଥାନାରେ  ନିଜ ପକ୍ଷ ରଖିଥିଲେ। ମାତ୍ର ଏହା ସତ୍ତ୍ୱେ ନ୍ୟାୟ ମିଳିନଥିବା ଅଭିଯୋଗ ନେଇ ସେ ଥାନାକୁ ଗତକାଲି ଯାଇଥିଲେ । ଥାନା ସମ୍ମୁଖରେ ବସିଥିବା ବେଳେ ସାଙ୍ଗରେ ଆଣିଥିବା ବୋତଲରୁ କିଛି ଦହନଶୀଳ ଜିନିଷ ନିଜ ଶରୀରରେ ପକାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୁଲିସ୍‌ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତେବେ ଫୟାଜଙ୍କ ହାତ ଓ ଗୋଡ଼ର କେତେକ ଅଂଶ ପୋଡି ଯାଇଛି  ।

ଫୟାଜଙ୍କୁ କୁହାଯାଇଥିଲା ବସିବା ପାଇଁ ହେଲେ ସେ ହଠାତ ରାଗିଯାଇ ଏପରି କାଣ୍ଡ ଭିଆଇଥିବା କହିଛି ପୁଲିସ୍‌  ।

Related story