ବରଗଡ (ଦୀପକ): ବରଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୂତି ଉଦ୍ୟମ। କିରୋସିନି ଢ଼ାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି ଦୁଇ ଗ୍ରାମବାସୀ। ଏତିକି ବେଳେ ପୁଲିସ ଘଟଣାସ୍ଥଳେ ପହଞ୍ଚି ଦୁଇ ଜଣଙ୍କୁ କାବୁ କରିଛି। ସେମାନଙ୍କ ଠାରୁ କରୋସିନି ବୋତଲ ମଧ୍ୟ ଛଡାଇ ନେଇଛି।
ସୂଚନାନୁସାରେ, ଗାଇସିଲେଟ ବ୍ଲକ ଜଗଲପାଟ ଗ୍ରାମପଞ୍ଚାୟତରେ ସରକାରୀ ଯୋଜନାରେ ଦୁର୍ନୀତି ଅଭିଯୋଗରେ ପଞ୍ଚାୟତବାସୀ ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିଥିଲେ। ମନରେଗା, ଆବାସ ଆଦି ଯୋଜନାରେ ହେର୍ଫେର ହୋଇଥିବା ନେଇ ପ୍ରବଳ ପ୍ରତିବାଦ କରିଥିଲେ।
ଇଓଜିଆର୍ସ୍ଙ୍କୁ ପଦବୀରୁ ହଟାଇବା ଓ ଗାଇସିଲଟ ବିଡିଓକୁ ବଦଳି ଦାବି କରି ୧୦ରୁ ଅଧିକ ଲୋକ ଆନ୍ଦୋଳନ କରିଥିଲେ। ପ୍ଲା-କାର୍ଡ ଧରି ନାରାବାଜି ମଧ୍ୟ ଦେଇଥିଲେ। ଏହାପରେ ଆନ୍ଦୋଳନକାରୀଙ୍କ ମଧ୍ୟରୁ ଦୁଇ ଜଣ କିରୋସିନି ଢ଼ାଳି ଆତ୍ମାହୂତି ଦେବାକୁ ଉଦ୍ୟମ କରିଥିଲେ। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଉଭୟ। ଆତ୍ମାହୂତି ଉଦ୍ୟମ କରୁଥିବା ଦୁଇ ଜଣଙ୍କୁ ପୁଲିସ କାବୁ କରି ନେଇଥିବା ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବେ ସିଦ୍ଧାନ୍ତ ଦାସ, ରହିବେ ଫୁଲଟାଇମ୍ ସିଇସି ଅଧ୍ୟକ୍ଷ
ରାଜ୍ୟ ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢ଼ୀଙ୍କୁ ଚିଠି ଲେଖି ଶ୍ରୀ ଦାସ ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ଅବଗତ କରାଇଛନ୍ତି ।
Politics
ଆସନ୍ତାକାଲିଠୁ ବିଧାନସଭା: ପୁଳାପୁଳା ପ୍ରସଙ୍ଗ, ରଣନୀତି ତୟାର କଲେ ଶାସକ-ବିରୋଧୀ
ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ୬ ଜଣ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ପାରିତ ହେବ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିବ।
Accident
ଗାଡ଼ି ଚେକିଂ ବେଳେ ମାଡ଼ିଗଲା ଗ୍ୟାସ କଣ୍ଟେନର: ବାଇକ୍ ଆରୋହୀ ମୃତ, ପୁଲିସ୍ କର୍ମଚାରୀ ଗୁରୁତର
ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Crime
ଜେଡ୍ ଇଷ୍ଟେଟ୍ ମାଲିକଙ୍କ ବୟାନ ପରେ ସତ ଖୋଲିଲା ଇଡି: ଜବତ ହୋଇଛି ୧.୩୯କୋଟି ଟଙ୍କା ସହ ବହୁ ଆପତ୍ତିଜନକ ଦସ୍ତାବିଜ
ଭୁବନେଶ୍ୱରର ଗାଡ଼କଣ ମୌଜାରେ ସାଧାରଣ ପ୍ରଶାସନ ବିଭାଗର ଏକ ମୂଲ୍ୟବାନ ସରକାରୀ ଜମି ଜାଲିଆତି ଅଭିଯୋଗ ମାମଲାର ଶୁଣାଣି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ମଧ୍ୟ ଶ୍ରୀ ମହାନ୍ତିଙ୍କ ଅଡ଼ୁଆ ବଢ଼ାଇଛି ।
Miscellaneous
ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
‘ଏହି ପ୍ରାଚୀନ ପ୍ରସିଦ୍ଧ ଶକ୍ତି ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ଜାରି ରହିଛି।’