ବୃନ୍ଦାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ନାହିଁ: ଦାମ
- Published: Wednesday, 15 November 2017
- , Updated: 15 November 2017, 10:42 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ କଳାପାଣି ଗାଁର ଚାଷୀ ବୃନ୍ଦା ସାହୁଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ନୁହେଁ। ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ସମ୍ପର୍କରେ କୃଷି ମନ୍ତ୍ରୀ ଦାମୋଦର ରାଉତ ସୂଚନା ଦେଇ ଏହା କହିଛନ୍ତି। ସେ କହିଛନ୍ତି- “ବୃନ୍ଦାଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି, ସ୍ପଷ୍ଟ ହେଉନି। ବୃନ୍ଦା ଚାଷ ପାଇଁ ବ୍ୟାଙ୍କରୁ କିଛି ଋଣ ନେଇନାହାଁନ୍ତି। ୧୬ ଏକର ଜମି ଚାଷ କରିଥିଲେ। ୬ ଏକର ଚକଡ଼ା ଲାଗିଥିଲା। ସେଥିରୁ ୧୮ ଡେସିମିଲ ଜମିରେ ସେ ନିଆଁ ଲଗାଇ ଦେଇଥିଲେ। ବୃନ୍ଦାଙ୍କ ବିଷପାନ, ମୃତ୍ୟୁ କଥା ଟିଭିରୁ ଜାଣିଥିବା ତାଙ୍କ ପରିବାର ଲୋକେ କହିଛନ୍ତି।”</p>