ପ୍ରସଙ୍ଗକୁ କାହିଁକି ଡରୁଛି ବିଜେଡି, କାହା ଚାପରେ ଏଭଳି ବୟାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡି ଏବେ ବିରୋଧୀ ଦଳ ଉଠାଉଥିବା ପ୍ରସଙ୍ଗର ଜବାବ ଦେବା ପରିବର୍ତ୍ତେ ରାଜନୀତିକ ବିରୋଧୀଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିବାର ନୂଆ ଶୈଳୀ ଆପଣାଇଛି। ବିଜେଡି କିମ୍ବା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦୀର୍ଘ ଦୁଇ ଦଶନ୍ଧିର ରାଜନୀତିରେ ବ୍ୟକ୍ତିକେନ୍ଦ୍ରିକ ସମାଲୋଚନାକୁ ନାପସନ୍ଦ କରୁଥିବାବେଳେ ଏବେ ଏଭଳି ଆଭିମୁଖ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିରୋଧୀ ଦଳ ଉଠାଉଥିବା ପ୍ରସଙ୍ଗକୁ ବିଜେଡି ଭୟ କରି ଏଭଳି ଶସ୍ତା ଓ ନୈତିକତାବିହୀନ […]

sula-and-sasmita-target-bjp

sula-and-sasmita-target-bjp

Manoranjan Sial
  • Published: Thursday, 02 January 2020
  • Updated: 02 January 2020, 09:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡି ଏବେ ବିରୋଧୀ ଦଳ ଉଠାଉଥିବା ପ୍ରସଙ୍ଗର ଜବାବ ଦେବା ପରିବର୍ତ୍ତେ ରାଜନୀତିକ ବିରୋଧୀଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିବାର ନୂଆ ଶୈଳୀ ଆପଣାଇଛି। ବିଜେଡି କିମ୍ବା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦୀର୍ଘ ଦୁଇ ଦଶନ୍ଧିର ରାଜନୀତିରେ ବ୍ୟକ୍ତିକେନ୍ଦ୍ରିକ ସମାଲୋଚନାକୁ ନାପସନ୍ଦ କରୁଥିବାବେଳେ ଏବେ ଏଭଳି ଆଭିମୁଖ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିରୋଧୀ ଦଳ ଉଠାଉଥିବା ପ୍ରସଙ୍ଗକୁ ବିଜେଡି ଭୟ କରି ଏଭଳି ଶସ୍ତା ଓ ନୈତିକତାବିହୀନ ରାଜନୀତିକ ମାର୍ଗକୁ ପ୍ରୋତ୍ସାହିତ କରୁଥିବା ସାଧାରଣରେ ଚର୍ଚ୍ଚା।

ସୂଚନା ଅନୁସାରେ, ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ଏବେ ବ୍ୟକ୍ତିଗତ ସ୍ତରରେ ସମାଲୋଚନା କରିବାର ଶସ୍ତା ପନ୍ଥା ଆଦରି ନେଇଛି। ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ହତ୍ୟା ମାମଲାରେ ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମତୀ ସାମନ୍ତସିଂହାର ଉଠାଉଥିବା ପ୍ରସଙ୍ଗର ଜବାବ ବିଜେଡି ରଖିବା ପରିବର୍ତ୍ତେ ବ୍ୟକ୍ତିଗତ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି। ସ୍ମିତାରାଣୀ ମାମଲାର ତଦନ୍ତକୁ ନେଇ ଗତମାସରେ ବିଜେପି ନେତ୍ରୀ ଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି ଯେଉଁ ପ୍ରସଙ୍ଗ ଉଠାଇଥିଲେ ତା’ର ଜବାବ ରଖିବା ପରିବର୍ତ୍ତେ ବିଜେଡି ନିଜର ମୁଖପାତ୍ର ସୁଲତା ଦେଓଙ୍କ ମାଧ୍ୟମରେ ତାଙ୍କର ରାଜନୀତିକ ଅସ୍ତିତ୍ୱ ଖୋଜିବାକୁ ଅପଚେଷ୍ଟା କରିଥିଲେ। ଆଜି ଅନୁରୂପ ଢଙ୍ଗରେ ବିଜେଡିର ଅନ୍ୟଜଣେ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବି ସାମ୍ବାଦିକ ସମ୍ମିଳନୀରେ ବିଜେପି ଉଠାଇଥିବା ପ୍ରସଙ୍ଗରୁ ଓହରି ଶ୍ରୀମତୀ ସାମନ୍ତସିଂହାର ନିଜର ରାଜନୀତିକ ସ୍ଥିତି ରକ୍ଷା ପାଇଁ କ’ଣ କରିଥିଲେ ତାହା ବଖାଣିଛନ୍ତି। ଗଣମାଧ୍ୟମ ଆଗରେ ବିଜେଡିର ଦୁଇ ମୁଖପାତ୍ର ଯଥା ସୁଲତା ଦେଓ ଓ ସସ୍ମିତ ପାତ୍ରଙ୍କ ଯୁକ୍ତିକୁ ନିଶ୍ଚିତ ଭାବେ ଶସ୍ତା, ମୂଲ୍ୟବୋଧବିହୀନ ଓ ନୈତିକତାବିହୀନ ରାଜନୀତି ମାର୍ଗରେ ବିଜେଡି ଏବେ ଅଗ୍ରସର ହେଉଥିବାର ପ୍ରମାଣ ଦେଉଛି।

ସ୍ମିତାରାଣୀ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରାଙ୍କୁ ଜେଲରେ ଜ୍ୱାଇଁପୁଅ ଭଳି ଆତିଥ୍ୟ ମିଳୁଛି। ଏହା କେବଳ ବିଜେଡିର ପ୍ରଭାବଶାଳୀ ଯୁବନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଚାପରେ ହେଉଛି ବୋଲି ବିଜେପି ଆଜି ସକାଳେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଲା। ରୂପେଶଙ୍କୁ ପୁଲିସ ରିମାଣ୍ଡରେ ନନେଇ କିଭଳି ୨ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ବୋଲି ବିଜେପି ପ୍ରଶ୍ନ କଲା। ଆଶ୍ଚର୍ଯ୍ୟର କଥା, ପୁଲିସ ତଦନ୍ତ ଶୈଳୀ ଉପରେ ବିରୋଧୀ ଦଳ ଭାବେ ବିଜେପି ଉଠାଇଥିବା ପ୍ରଶ୍ନର ଉତ୍ତର ଶାସକ ବିଜେଡି ନରଖି ଓଲଟା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏକଥା ଉଠାଇଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ୍ କରିଛି। ବିଜେପିର ସାମ୍ବାଦିକ ସମ୍ମିଳନୀର ଜବାବ ଦେବାକୁ ଯାଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଜି କହିଛନ୍ତି ଯେ, ୨୦୧୯ ନିର୍ବାଚନ ପୂର୍ବରୁ ଲେଖାଶ୍ରୀ ବିଜେପି ଛାଡ଼ି ବିଜେଡିରେ ସାମିଲ ହେବାକୁ ଉଦ୍ୟମ କରିଥିଲେ। ତୁଷାରକାନ୍ତି ବେହେରା ଓ ଭାଗିରଥୀ ସେଠୀ ବିଜେଡିରେ ମିଶିବା ପରେ ଲେଖାଶ୍ରୀ ମଧ୍ୟ ସମାନ ରାସ୍ତା ଆପଣାଇବାକୁ ଇଚ୍ଛା ବ୍ୟକ୍ତ କରିଥିଲେ। ବିଜେଡିର ଏବେ ସାଂଗଠନିକ ସମ୍ପାଦକ ଥିବା ନେତାଙ୍କ ମାଧ୍ୟମରେ ସେ ଯୋଗାଯୋଗ କରିଥିଲେ। ବିଜେପିରେ କୌଣସି ଭବିଷ୍ୟତ ନାହିଁ ଓ ଦଳରେ ସେ ଅଣଦେଖା ହେଉଥିବା କଥା କହିବାକୁ ମଧ୍ୟ ଲେଖାଶ୍ରୀ ସେତେବେଳେ ପଛାଇ ନଥିଲେ ବୋଲି ଶ୍ରୀ ପାତ୍ର କହିଛନ୍ତି। ତା’ଛଡ଼ା ବବି ଦାସଙ୍କ କଳାକାରନାମା ଓ ପୁଲିସର ଅପାରଗତାର ଅଭିଯୋଗ ବିଜେପି ଆଣିଥିଲାବେଳେ ବିଜେଡି ତା’ର ଉତ୍ତର ନରଖି ଜଣେ ମହିଳାଙ୍କୁ ସମାଲୋଚନା କରିବା କିଭଳିସ୍ତରର ରାଜନୀତି ବୋଲି ଚର୍ଚ୍ଚା ହେଉଛି।

ସେହିପରି ଗତମାସରେ ଲେଖାଶ୍ରୀ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ମିତାରାଣୀ ବିଶ୍ୱାଳ ହତ୍ୟା ପ୍ରସଙ୍ଗ ଉଠାଇ ରାମକୋ ଅଧିକାରୀ, ଜିଲ୍ଲାର ବିଜେଡି ନେତା ଓ ଜିଲ୍ଲାର ସରକାରୀ ଅଫିସରମାନଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଓ ରାମକୋ ଜବରଦଖଲ କରିଥିବା ଜମି ସମ୍ପର୍କରେ ପ୍ରଶ୍ନ କରିବାବେଳେ ବିଜେଡି ଏହାର ଜବାବ ନରଖି ଓଲଟା ଲେଖାଶ୍ରୀଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିଥିଲା। ବିଜେଡି ମୁଖପାତ୍ର ତଥା ସରକାରଙ୍କ ଉପଦେଷ୍ଟା ସୁଲତା ଦେଓ ଗଣମାଧ୍ୟମକୁ ଏହାର ଜବାବରେ ଲେଖାଶ୍ରୀ ବିଜେଡି ଟିକେଟ୍ ନେବାକୁ ୨୦୧୪ ମସିହା ସାଧାରଣ ନିର୍ବାଚନରେ ଯୋଗାଯୋଗ କରିଥିଲେ। ତାଙ୍କୁ ଟିକେଟ୍ ଦିଆଯାଇନଥିବାରୁ ସେ ଏଭଳି ପ୍ରତିକ୍ରିୟାଶୀଳ ହୋଇ ମତ ରଖୁଛନ୍ତି ବୋଲି ଶ୍ରୀମତୀ ଦେଓ କହିଥିଲେ। ଅବଶ୍ୟ ବିଜେଡିର ଏଭଳି ଯୁକ୍ତିକୁ ପରବର୍ତ୍ତୀ ସମୟରେ ବିଜେପି ପକ୍ଷରୁ ଆନୁଷ୍ଠାନିକ ଭାବେ କଡ଼ା ସମାଲୋଚନା କରାଯାଇଥିଲା।

ତେବେ ପ୍ରଶ୍ନ ଉଠୁଛି, ସ୍ମିତାରାଣୀ ହତ୍ୟା ସହ ଜଡ଼ିତ ପ୍ରସଙ୍ଗକୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ପକ୍ଷରୁ ଲେଖାଶ୍ରୀ ଉଠାଉଥିବା ପ୍ରଶ୍ନର ଜବାବ ବିଜେଡି ରଖିବା ପରିବର୍ତ୍ତେ ଲେଖାଶ୍ରୀଙ୍କୁ ବ୍ୟକ୍ତିଗତ ସମାଲୋଚନା କରି ଦଳ ନିଜର ଅପାରଗତାର ପରିଚୟ ଦେଉନାହିଁ ତ? ସ୍ମିତାରାଣୀ ପ୍ରସଙ୍ଗରେ ବିଜେଡି ବ୍ୟାକଫୁଟରେ ଅଛି ଓ ବିଜେପି ଯାହା ଅଭିଯୋଗ କରୁଛି ସେଥିରେ ସତ୍ୟତା ଅଛି ବୋଲି କ’ଣ ପରୋକ୍ଷରେ ଦର୍ଶାଇବାକୁ ଚାହୁଁଛି କି? ଲେଖାଶ୍ରୀ ରାଜନୀତିକ ପ୍ରସଙ୍ଗ ଉଠାଉଥିବାବେଳେ ବିଜେଡି ବ୍ୟକ୍ତିଗତ ପ୍ରସଙ୍ଗକୁ ଉଠାଇ କାହିଁକି ନିଜକୁ ଶସ୍ତା କରାଉଛି? ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତ ଏପର୍ଯ୍ୟନ୍ତ ନିଜର କଟ୍ଟରବିରୋଧୀଙ୍କ ପ୍ରତି ବି ବ୍ୟକ୍ତିଗତ ସମାଲୋଚନା କରିବାକୁ ନାପସନ୍ଦ କରୁଥିବାବେଳେ ତାଙ୍କ ଦଳ ଏବେ କାହା ଚାପରେ ଏଭଳି ବୟାନ ଦେଉଛି ତାକୁ ନେଇ ସାଧାରଣରେ ଏସବୁ ପ୍ରଶ୍ନ ଉଙ୍କିମାରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story