ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ, ଦୃଶ୍ୟ ଅତ୍ୟନ୍ତ ଭୟଙ୍କର

Ordigital Desk
  • Published: Tuesday, 26 December 2017
  • , Updated: 26 December 2017, 12:44 PM IST
<p>ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପ୍ରଶାସନର ବାରଣ ସତ୍ୱେ, ପୁଣି ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ। ପୂର୍ବ ବର୍ଷ ଭଳି ଚଳିତ ଥର ବି ବଲାଙ୍ଗିରର ପ୍ରସିଦ୍ଧ ଶୁଳିଆ ଯାତ୍ରାରେ ପଶୁ ବଳି ଦେଇଛନ୍ତି ମାନସିକଧାରୀ। ଖଇରଗୁରା ବଡ଼ଖଳା,କୁମୁରିଆର ଓ ସାନଖଳାରେ ଚାଲିଛି ପଶୁ ବଳି।</p> <p>ବଳି ପାଇଁ ପୂର୍ବରୁ ବାରଣ କରିଥିଲା ପ୍ରଶାସନ। ଯାତ୍ରା କମିଟି ସହ ଏକ ବୈଠକ ମଧ୍ୟ କରିଥିଲା। ପ୍ରଥମ ଥର ପାଇଁ ଯାତ୍ରା କମିଟି ପକ୍ଷରୁ ବଳି ଦେଉଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା।&nbsp; ବଳି ପ୍ରଥା ବନ୍ଦ ପାଇଁ ପୋଲିସ ଅଧିକାରୀ ବି ନିଜ ଆଡୁ ଅପିଲ୍ କରିଥିଲେ। କିନ୍ତୁ ଏସବୁ ସତ୍ୱେ ଆଦିବାସୀମାନେ ନିଜ ଜିଦରେ ଅଟଳ ରହି ବଳି ଦେଇଛନ୍ତି।</p> <p>ପରମ୍ପରା ଅନୁସାରେ ମଧ୍ୟ ରାତ୍ରିରେ ନିଶି ପୂଜା ପରେ ସକାଳୁ ସକାଳୁ ବାହାରିଥିଲା ଶୋଭାଯାତ୍ରା। ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ଆଦିବାସୀମାନେ ଶୋଭାଯାତ୍ରାରେ ବାହାରି ମୁଖ୍ୟ ପୀଠରେ ପହଞ୍ଚିଥିଲେ। ଏହାପରେ ପଶୁ ବଳି ଆରମ୍ଭ ହୋଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।</p> <p>&amp;nbsp;</p>

Related story