ସୁନ୍ଦରଗଡ: ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ବିରୋଧରେ ଆସିଥିବା ଜାଲ୍ ଜାତିଗତ ପ୍ରମାଣପତ୍ର ଦାଖଲ ଅଭିଯୋଗର ତଦନ୍ତ ସୁନ୍ଦରଗଡ଼ ଏସପି କରିବେ । ଶୁକ୍ରବାର ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୬ ସପ୍ତାହ ଭିତରେ ତଦନ୍ତ ସାରି ଆଇନ୍ ଅନୁଯାୟୀ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି। ସୁନ୍ଦରଗଡ଼ ପରାଜିତ ପ୍ରାର୍ଥୀ କୁସୁମ ଟେଟେ, ଯୋଗେଶଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ସେ ଦର୍ଶାଇଥିଲେ ଯେ, ଯୋଗେଶ ଖଣ୍ଡାୟତ ଭୂୟାଁ ଜାତିର ହୋଇଥିଲେ ବି ଜାଲ୍ ଜାତି ପ୍ରମାଣପତ୍ର ଦେଇ ନିର୍ବାଚନ ଲଢ଼ିଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ହାଇକୋର୍ଟରେ ମାମଲା ଦାଖଲ କରିଥିଲେ।