ସୁନ୍ଦରପଦା ଓ ଯଦୁପୁରରୁ ଉଠିଲା କଣ୍ଟେନମେଣ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନଗମ (ବିଏମ୍‌ସି) ଅଞ୍ଚଳର କପିଳପ୍ରସାଦ ଅଞ୍ଚଳରେ ଜଣେ ‘କରୋନା’ ଚିହ୍ନଟ ପରେ ସୁନ୍ଦରପଦା ଓ ଯଦୁପୁରକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ଏପରିକି ଉକ୍ତ ଅଞ୍ଚଳର ପ୍ରବେଶ ଓ ପ୍ରସ୍ତାନ ଉପରେ କଟକଣା ଲଗାଯାଇଥିଲା ବିଏମ୍‌ସି। ଏହା ପରେ ସ୍ୱାସ୍ଥ୍ୟ କର୍ମୀମାନେ ଉକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରିଥିଲା। ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ତେବେ ସମସ୍ତଙ୍କ ରିପୋଟ୍‌ ନେଗେଟିଭ୍‌ ଆସିଥିବାରୁ ଆଜିଠାରୁ ଏହି […]

sill

Manoranjan Sial
  • Published: Monday, 13 April 2020
  • , Updated: 13 April 2020, 05:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନଗମ (ବିଏମ୍‌ସି) ଅଞ୍ଚଳର କପିଳପ୍ରସାଦ ଅଞ୍ଚଳରେ ଜଣେ ‘କରୋନା’ ଚିହ୍ନଟ ପରେ ସୁନ୍ଦରପଦା ଓ ଯଦୁପୁରକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ଏପରିକି ଉକ୍ତ ଅଞ୍ଚଳର ପ୍ରବେଶ ଓ ପ୍ରସ୍ତାନ ଉପରେ କଟକଣା ଲଗାଯାଇଥିଲା ବିଏମ୍‌ସି। ଏହା ପରେ ସ୍ୱାସ୍ଥ୍ୟ କର୍ମୀମାନେ ଉକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରିଥିଲା। ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ତେବେ ସମସ୍ତଙ୍କ ରିପୋଟ୍‌ ନେଗେଟିଭ୍‌ ଆସିଥିବାରୁ ଆଜିଠାରୁ ଏହି ଦୁଇ ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ପ୍ରତ୍ୟାହାର କରାଯାଇଛି। ଏନେଇ BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ଗତ ୫ ତାରିଖରେ କପିଳପ୍ରସାଦ ଅଞ୍ଚଳରେ ଜଣେ ‘କରୋନା’ ରୋଗୀ ଚିହ୍ନଟ ହୋଇଥିଲେ। ସେ ଅଷ୍ଟ୍ରେଲିଆ ଫେରି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ୫ ତାରିଖରେ ତାଙ୍କର ରକ୍ତ ନମୂନାରେ ପଜିଟିଭ ଆସିଥିଲା। ତା’ପରେ ତାଙ୍କୁ କୋଭିଡ୍‌-୧୯ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହା ପରେ ବିଏମ୍‌ସି ସୁନ୍ଦରପଦା ଅଞ୍ଚଳକୁ ସିଲ୍‌ କରିଥିଲା। ଏପରିକି ‘କରୋନା’ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କିଛି ଲୋକ ଯଦୁପୁରରେ ରହିଥିବା ସନ୍ଦେହରେ ବିଏମ୍‌ସି ଉକ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରିଥିଲା।

Related story