୫ମ ଦିନରେ ବ୍ରହ୍ମପୁର ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ; କଲେଜ ବନ୍ଦ କଲେ, ଅଧ୍ୟକ୍ଷଙ୍କୁ ଭିତରକୁ ଛାଡ଼ିଲେନି

ବ୍ରହ୍ମପୁର: ଭିତ୍ତି ଭୂମି ବିକାଶ, ଖାଲି ପଦବି ପୂରଣ ଏବଂ ଶିଶୁ ବିଭାଗର ଡ଼ାକ୍ତରଙ୍କ ବଦଳି ବାତିଲ୍ ଦାବି କରି ମେଡ଼ିକାଲ କଲେଜ ଛାତ୍ରଛାତ୍ରୀମାନେ ୧୦ ତାରିଖରୁ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନଙ୍କ ଆନ୍ଦୋଳନକୁ ଆଜି ୫ ଦିନ ପୂରିଲା। ଆଜି ଛାତ୍ରଛାତ୍ରୀମାନେ କଲେଜ ବନ୍ଦ କରିବା ସହ କଲେଜ ଅଧ୍ୟକ୍ଷ ଓ କଟକରୁ ନୂତନ ଭାବେ ବଦଳି ହୋଇ ଆସିଥିବା ଦୁଇ ଜଣ ଡାକ୍ତରଙ୍କୁ ଭିତରକୁ ଛାଡ଼ି ନଥିଲେ। ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ […]

bmedical

Rakesh Mallick
  • Published: Monday, 14 September 2015
  • , Updated: 14 September 2015, 10:18 AM IST

ବ୍ରହ୍ମପୁର: ଭିତ୍ତି ଭୂମି ବିକାଶ, ଖାଲି ପଦବି ପୂରଣ ଏବଂ ଶିଶୁ ବିଭାଗର ଡ଼ାକ୍ତରଙ୍କ ବଦଳି ବାତିଲ୍ ଦାବି କରି ମେଡ଼ିକାଲ କଲେଜ ଛାତ୍ରଛାତ୍ରୀମାନେ ୧୦ ତାରିଖରୁ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନଙ୍କ ଆନ୍ଦୋଳନକୁ ଆଜି ୫ ଦିନ ପୂରିଲା। ଆଜି ଛାତ୍ରଛାତ୍ରୀମାନେ କଲେଜ ବନ୍ଦ କରିବା ସହ କଲେଜ ଅଧ୍ୟକ୍ଷ ଓ କଟକରୁ ନୂତନ ଭାବେ ବଦଳି ହୋଇ ଆସିଥିବା ଦୁଇ ଜଣ ଡାକ୍ତରଙ୍କୁ ଭିତରକୁ ଛାଡ଼ି ନଥିଲେ। ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ପିଲାମାନଙ୍କ ଦାବି ସଂପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି।

Related story