କୁତ୍ସିତ ମାନସିକତା: ‘ମୁଁ ଡାହାଣୀ ମୁଣ୍ଡ ନେଇ ଆସିଛି’

ଉଦଳା:(ଓଡ଼ିଶା ରିପୋର୍ଟର): ଆଜି ବି ବଞ୍ଚିଛି ଅନ୍ଧବିଶ୍ୱାସ। ଗୁଣିଗାରେଡି, ଡାହାଣି ସନ୍ଦେହରେ କେତେ ଯେ ଜୀବନ ଯାଉଛି ହେଲେ ଲୋକେ ସଚେତନ ହେଉନାହାନ୍ତି। ଅନ୍ଧବିଶ୍ୱାସର ପରିଣତ ଯେ କେତେ ସାଂଘାତିକ ତାହାର ଏକ ଚିତ୍ର ପୁଣି ସାମ୍ନାକୁ ଆସିଛି। ଅନ୍ଧବିଶ୍ୱାସରୁ ଅତି ବିଭତ୍ସ ଭାବେ ହୋଇଛି ହତ୍ୟାକାଣ୍ଡ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା କରକଚିଆ ନୂଆସାହି ଗ୍ରାମରେ। ନୂଆସାହି ଗ୍ରାମର ବୁଦ୍ଧିରାମ ସିଂଙ୍କ ଛୋଟ ଝିଅର ଦେହ ପୂର୍ବରୁ ଖରାପ ଥିଲା। ଯାହାକି ଦେହ ଭଲ […]

witch-1

witch-1

Tapas Behera
  • Published: Monday, 15 June 2020
  • Updated: 15 June 2020, 09:18 PM IST

Sports

Latest News

ଉଦଳା:(ଓଡ଼ିଶା ରିପୋର୍ଟର): ଆଜି ବି ବଞ୍ଚିଛି ଅନ୍ଧବିଶ୍ୱାସ। ଗୁଣିଗାରେଡି, ଡାହାଣି ସନ୍ଦେହରେ କେତେ ଯେ ଜୀବନ ଯାଉଛି ହେଲେ ଲୋକେ ସଚେତନ ହେଉନାହାନ୍ତି। ଅନ୍ଧବିଶ୍ୱାସର ପରିଣତ ଯେ କେତେ ସାଂଘାତିକ ତାହାର ଏକ ଚିତ୍ର ପୁଣି ସାମ୍ନାକୁ ଆସିଛି। ଅନ୍ଧବିଶ୍ୱାସରୁ ଅତି ବିଭତ୍ସ ଭାବେ ହୋଇଛି ହତ୍ୟାକାଣ୍ଡ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା କରକଚିଆ ନୂଆସାହି ଗ୍ରାମରେ।

ନୂଆସାହି ଗ୍ରାମର ବୁଦ୍ଧିରାମ ସିଂଙ୍କ ଛୋଟ ଝିଅର ଦେହ ପୂର୍ବରୁ ଖରାପ ଥିଲା। ଯାହାକି ଦେହ ଭଲ ନ ହେବାରୁ ଗ୍ରାମରେ ଥିବା ମହିଳା ଚମ୍ପା ସିଂଙ୍କ ନିକଟକୁ ନିଜ ଝିଅକୁ ନେଇ ଯାଇଥିଲେ ବୁଦ୍ଧିରାମ। ଚମ୍ପା ସିଂ ଝଡାଫୁଙ୍କା କରିବା ପରେ ମଧ୍ୟ ବୁଦ୍ଧିରାମଙ୍କ ଝିଅ ସୁସ୍ଥ ହୋଇ ନ ଥିଲା। ପରେ ବୁଦ୍ଧିରାମ ଝିଅକୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଶେଷରେ ଗତ ବୁଧବାର ଦିନ ବୁଦ୍ଧିରାମଙ୍କ ଝିଅର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଚମ୍ପା ସିଂଙ୍କ ଉପରେ ସନ୍ଦେହ କରିଥିଲା ବୁଦ୍ଧିରାମ। ଚମ୍ପା ଡାହାଣୀ ସାଜି ତାଙ୍କ ଝିଅକୁ ହତ୍ୟା କରିଥିବା ଭାବି ରକ୍ତ ଚାଉଳ ଚୋବାଉଥିଲା ବୁଦ୍ଧିରାମ। ଯାହାର ପରିଣାମ ଆଜି ଦେଖିବାକୁ ମିଳିଛି।

ବୁଦ୍ଧିରାମ ଆଜି ସକାଳୁ ଚମ୍ପାକୁ ନିଜ ଘର ପାଖକୁ ଡାକିଥିବା ବେଳେ ଏକ ଫାର୍ସା ସହାୟତାରେ ତାଙ୍କୁ ହାଣି ଦେଇଥିଲା। ତାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା ବୁଦ୍ଧିରାମ। ଚମ୍ପାଙ୍କ ମୁଣ୍ଡବିହୀନ ମୃତଦେହ ଗ୍ରାମ ରାସ୍ତାପାର୍ଶ୍ୱ ପଡିଆରେ ପଡି ରହିଥିବା ବେଳେ ଅଭିଯୁକ୍ତ ବୁଦ୍ଧିରାମ କଟାମୁଣ୍ଡକୁ ଏକ କପଡାରେ ଗୁଡାଇ ତାହାକୁ ସାଙ୍ଗରେ ଧରି ଖୁଂଟା ଥାନାରେ ଆତ୍ମସମର୍ପଣ କରିଛି।

ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଫାର୍ସାକୁ ମଧ୍ୟ ଅଭିଯୁକ୍ତ ନିଜ ସାଙ୍ଗରେ ନେଇ ଥାନାକୁ ଯାଇଥିଲା। ପୋଲିସ୍ ହତ୍ୟାକାଣ୍ଡରେ ବ୍ୟବହୃତ ଫାର୍ସାକୁ ଜବତ କରିବା ସହିତ ବୁଦ୍ଧିରାମଙ୍କୁ ଗିରଫ କରିଛି। ଡାହାଣୀ ସନ୍ଦେହରେ ଚମ୍ପାଙ୍କୁ ହତ୍ୟା କରିଥିବା ବୁଦ୍ଧିରାମ କହିଛି। ତେବେ ଏଭଳି ଏକ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ପୋଲିସ୍ ଏବଂ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story