ଆଶାୟୀଙ୍କୁ ମିଳିଲାନି ଟିକେଟ୍‌; ସମର୍ଥକ ନବୀନଙ୍କ ପୋଷ୍ଟର ଓ ଦଳୀୟ ପତାକା ପୋଡ଼ିଲେ

ଗଜପତି (ଆଦର୍ଶ ଦାସ): ବିଜେଡି ପ୍ରଥମ ପର୍ଯ୍ୟାୟରେ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଛି। ୯ଟି ଲୋକସଭା ଆସନରୁ ୮ଟିରେ ନୂଆ ମୁହଁ ଥିବା ବେଳେ ୫୪ଟି ବିଧାନସଭା ଆସନରୁ ୨୬ଟିରେ ନୂଆ ମୁହଁ ସ୍ଥାନ ପାଇଛନ୍ତି। ଆଉ ଏହାକୁ ନେଇ କିଛି ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ପାରଳାଖେମୁଣ୍ଡି ବିଜେଡିରେ ଅସନ୍ତୋଷ ଦେଖାଯାଇଥିଲା। […]

bjdposter1

bjdposter1

Jitendra Garnayak
  • Published: Tuesday, 19 March 2019
  • Updated: 19 March 2019, 11:41 AM IST

Sports

Latest News

ଗଜପତି (ଆଦର୍ଶ ଦାସ): ବିଜେଡି ପ୍ରଥମ ପର୍ଯ୍ୟାୟରେ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଛି। ୯ଟି ଲୋକସଭା ଆସନରୁ ୮ଟିରେ ନୂଆ ମୁହଁ ଥିବା ବେଳେ ୫୪ଟି ବିଧାନସଭା ଆସନରୁ ୨୬ଟିରେ ନୂଆ ମୁହଁ ସ୍ଥାନ ପାଇଛନ୍ତି। ଆଉ ଏହାକୁ ନେଇ କିଛି ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇଛି।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ପାରଳାଖେମୁଣ୍ଡି ବିଜେଡିରେ ଅସନ୍ତୋଷ ଦେଖାଯାଇଥିଲା। କାରଣ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ତାଲିକାରେ ପୂର୍ବତନ ବିଧାୟକ କେ. ନାରାୟଣ ରାଓଙ୍କ ନାଁ ନଥିଲା। ସେ ପାରଳାଖେମୁଣ୍ଡି ଆସନରୁ ଟିକେଟ୍ ପାଇବେ ବୋଲି ଆଶା ରଖିଥିଲେ। ତେବେ ଦଳ ତାଙ୍କ ବଦଳରେ କଲ୍ୟାଣୀ ଗଜପତିଙ୍କୁ ପ୍ରାର୍ଥୀ କରିଛି।

ଏ ଖବର ପ୍ରଚାରିତ ହେବା ପରେ ନାରାୟଣ ରାଓଙ୍କ ସମର୍ଥକମାନେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। ସେମାନେ ନାରାୟଣଙ୍କ କାର୍ଯ୍ୟାଳୟରେ ଲାଗିଥିବା ବିଜେଡି ପତାକା ଓ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ଚିରିବା ସହିତ ଜଳାପୋଡ଼ା କରିଥିଲେ।

bjd1ନାରାୟଣଙ୍କ ଦୃଢ଼ ସମର୍ଥକ ଭାବେ ଜଣାଶୁଣା କାଶୀନଗର ବ୍ଲକ୍ ଅଧ୍ୟକ୍ଷ ଚିତ୍ରୀ ସୀମାଦ୍ରି କହିଛନ୍ତି,“ ନାରାୟଣ ରାଓ ଦୀର୍ଘ ବର୍ଷ ହେଲା ପାରଳାଖେମୁଣ୍ଡିରେ ଦଳୀୟ ସଂଗଠନକୁ ମଜବୁତ କରିବାକୁ କାର୍ଯ୍ୟ କରି ଆସୁଛନ୍ତି। ଦଳ ତାଙ୍କୁ ଟିକେଟ୍ ନଦେଇ ଅପମାନିତ କରିଛି। ସେଥିପାଇଁ ତାଙ୍କ ସମର୍ଥକମାନେ ଏମିତି କାଣ୍ଡ ଭିଆଇଛନ୍ତି।”

ଗତକାଲି ଏ ଘଟଣା ବେଳେ ନାରାୟଣ ରାଓ ପାରଳାଖେମୁଣ୍ଡିରେ ଉପସ୍ଥିତ ନଥିଲେ। ସେ ଫେରିବା ପରେ ସମସ୍ତେ ଏକାଠି ବସି ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଆଲୋଚନା କରାଯିବ ବୋଲି ଚିତ୍ରୀ ସୀମାଦ୍ରି କହିଛନ୍ତି।

ଅନ୍ୟପକ୍ଷରେ କନ୍ଧମାଳ ଲୋକସଭା ଆସନରୁ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରାଯିବା ନେଇ ମଧ୍ୟ ଅସନ୍ତୋଷ ଦେଖା ଦେଇଛି। କନ୍ଧମାଳ ଜିଲ୍ଲାର ଅନେକ ବିଜେଡି ନେତା ଓ କର୍ମୀ ଏହାକୁ ବିରୋଧ କରିଛନ୍ତି। ଏପରିକି ଗତକାଲି ସନ୍ଧ୍ୟାରେ ଫୁଲବାଣୀର ବିଜୁ ପଟ୍ଟନାୟକ ଛକରେ ବିଜେଡି ନେତା ଓ କର୍ମୀମାନେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ଫୁଲବାଣୀ ନଗର ବିଜେଡି ସଭାପତି ସୁଧୀର କହଁର, ଉପସଭାପତି ମିଲନ କହଁର, ମହିଳା ବିଜେଡି ଉପସଭାନେତ୍ରୀ ନମିତା ବେହେରା, ପୂନମ କହଁର ଓ ନଗର ବିଜେଡି କୋଷାଧ୍ୟକ୍ଷ ପ୍ରଣଦ ନାୟକଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ। ଜିଲ୍ଲା ବାହାର ଲୋକଙ୍କୁ କାହିଁକି ପ୍ରାର୍ଥୀ କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos