ମୁଖା ଖୋଲିଦେଲେ ମହାପ୍ରଭୁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଚକ୍ରାନ୍ତର ଚକ ଓଲଟିଯାଇଛି। ଫସର ଫାଟିଯାଇଛି ଷଡ଼ଯନ୍ତ୍ର। ଧରାପଡ଼ିଯାଇଛି ସବୁ ମିଛ। ସତ ଓଗାଳି ହୋଇ ପାତାଳରୁ ଫୁଟି ବାହାରିଛି। ଆଉ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ନେଇ ମାସେରୁ ଊର୍ଦ୍ଧ୍ୱ ହେଲା ଚାଲିଥିବା ମହାନାଟକର ଯବନିକା ପଡ଼ିଛି। ସବୁ କଳ୍ନନା ଜଳ୍ପନାର ଅନ୍ତ ଘଟି ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ମିଳିଛି। କିଛି ନିର୍ଦ୍ଦଷ୍ଟ ସର୍ତ୍ତ ରଖି ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ପାଇଁ କେବଳ ପୁରୀ ପାଇଁ ଅନୁମତି ଦିଆଯାଇଥିବା ବେଳେ ଏହି […]

Untitled-8

Untitled-8

Tapas Behera
  • Published: Monday, 22 June 2020
  • Updated: 22 June 2020, 08:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଚକ୍ରାନ୍ତର ଚକ ଓଲଟିଯାଇଛି। ଫସର ଫାଟିଯାଇଛି ଷଡ଼ଯନ୍ତ୍ର। ଧରାପଡ଼ିଯାଇଛି ସବୁ ମିଛ। ସତ ଓଗାଳି ହୋଇ ପାତାଳରୁ ଫୁଟି ବାହାରିଛି। ଆଉ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ନେଇ ମାସେରୁ ଊର୍ଦ୍ଧ୍ୱ ହେଲା ଚାଲିଥିବା ମହାନାଟକର ଯବନିକା ପଡ଼ିଛି। ସବୁ କଳ୍ନନା ଜଳ୍ପନାର ଅନ୍ତ ଘଟି ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ମିଳିଛି। କିଛି ନିର୍ଦ୍ଦଷ୍ଟ ସର୍ତ୍ତ ରଖି ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ପାଇଁ କେବଳ ପୁରୀ ପାଇଁ ଅନୁମତି ଦିଆଯାଇଥିବା ବେଳେ ଏହି ରାୟ କୋଟି କୋଟି ଭକ୍ତଙ୍କୁ ବେଶ ଆନନ୍ଦିତ କରିଛି। ହେଲେ କରୋନାକୁ ଆଳ କରି ରଥଯାତ୍ରା ନାମରେ କିଏ ମତ ପରିବର୍ତ୍ତନ କଲେ ତ କିଏ ବିଭ୍ରାନ୍ତିକର ତଥ୍ୟ ଦେଲେ ଓ ଯାହା ସବୁ ମିଛସତ କୁହାଗଲା ସେସବୁର ପର୍ଦ୍ଦାଫାସ ହୋଇଛି।

ପର୍ଦ୍ଦାଫାସ୍ ହୋଇଛି ରାଜ୍ୟ ସରକାରଙ୍କ ଆନ୍ତରିକତାର। ରଥଯାତ୍ରା ହେବକି ନହେବ ସେନେଇ ଦୋମୁହାଁ ମତ ରଖୁଥିବା ସମସ୍ତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଙ୍କ ଅସଲ ଚେହେରାର ପର୍ଦ୍ଦାଫାସ ହୋଇଛି। ଆରମ୍ଭରୁ ବିଭିନ୍ନ ନୀତିବାଣୀ ଶୁଣାଇ ରଥ ଯାତ୍ରାର ବିକଳ୍ପ କଥା କହୁଥିବା ପ୍ରମୁଖ ବ୍ୟକ୍ତିତ୍ୱମାନେ କେମିତି ଶେଷକୁ ଚାପର ବଶବର୍ତ୍ତୀ ହୋଇ ୟୁ ଟର୍ଣ୍ଣ ନେଇଛନ୍ତି ସେସବୁର ପର୍ଦ୍ଦାଫାସ ହୋଇଛି।

ପ୍ରଥମେ ଶଙ୍କରାଚାର୍ଯ୍ୟଙ୍କ କଥା। କରୋନା ମହାମାରୀ ସାରା ଜଗତ ପାଇଁ ଏକ ବିରଳ ତଥା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ଏବଂ ଏଭଳି ବିରଳ ସ୍ଥିତିରେ ରଥଯାତ୍ରାର ବିକଳ୍ପ ଚିନ୍ତା ଅର୍ଥାତ ପ୍ରତୀକାତ୍ମକ ରଥଯାତ୍ରା କରାଯାଇପାରିବ ବୋଲି କହୁଥିବା ଜଗତଗୁର ଏନେଇ ସୁପ୍ରମିକୋର୍ଟଙ୍କ ପ୍ରଥମ ରାୟକୁ ସ୍ୱାଗତ କରିବାର କିଛି କ୍ଷଣ ପରେ ହଠାତ୍ ଆଭିମୁଖ୍ୟ ବଦଳାଇ ଏହାକୁ ଅସାମ୍ବିଧାନିକ କହିବାକୁ ପଛାଇ ନଥିଲେ। ଦ୍ୱିତୀୟରେ ଗଜପତିଙ୍କ ପରିବର୍ତ୍ତିତ ଆଭିମୁଖ୍ୟ। କୋଭିଡ୍ ୧୯ର ମୁକାବିଲା ପାଇଁ ସରକାରଙ୍କ ଗାଇଡଲାଇକୁ ମାନି ସ୍ନାନବେଦିରେ ଚେରାପହଁରା ପାଇଁ ଆସିନଥିବା ଗଜପତି ମହାରାଜା ତଥା ଜଗନ୍ନାଥଙ୍କ ଆଦ୍ୟ ସେବକଙ୍କ ଦୋଦୋପାଞ୍ଚ ନୀତି ବି ପଦାରେ ପଡ଼ିଛି। ୧୮ ତାରିଖରେ ସୁପ୍ରିମକୋର୍ଟଙ୍କ ପ୍ରଥମ ରାୟ ଆସିବା ପରେ ପୁରୀ ଗଜପତି ହିଁ ଏହାର ବିକଳ୍ପ ନାହିଁ କହି ରାୟକୁ ସ୍ୱାଗତ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ରାଜ୍ୟ ସରକାରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ନିଜ ଆଭିମୁଖ୍ୟରୁ ଓହରି ଗଲେ, ତା ସାଙ୍ଗକୁ ସୁପ୍ରିମକୋର୍ଟ ତାଙ୍କ ରାୟର ପୁନର୍ବିଚାର କରିବାକୁ ଅନୁରୋଧ କଲେ ମଧ୍ୟ।

ଏବେ ଆସିବା ଏହି ସାରା ପ୍ରସଙ୍ଗରେ ପ୍ରଥମରୁ ଶେଷ ଯାଏଁ ଏକପ୍ରକାର ଦୋଷ ଛଡ଼ାଇବାର ନୀତି ଧରିଥିବା ରାଜ୍ୟ ସରକାଙ୍କ କଥା। ଗୋଟିଏ ବାକ୍ୟରେ କହିଲେ ପ୍ରଥମେ କରୋନା ଚାପରେ ପଡ଼ି ରଥଯାତ୍ରାକୁ ନାଁ କହିଥିବା ରାଜ୍ୟ ସରକାର। ଭକ୍ତ ଓ ସେବାୟତଙ୍କ ଆବେଗ ଓ ଆକ୍ରୋଶକୁ ସାମ୍ନାକରିବାର ଶକ୍ତି ହରାଇବା ପରେ ଶେଷ ଦଫାରେ ଏଥିପାଇଁ ରାଜି ହୋଇଥିଲେ। କିନ୍ତୁ ଏହି ରାଜ୍ୟ ସରକାରଙ୍କ ଦୋମୁହାଁ ଓ ଅସ୍ପଷ୍ଟ ଆଭିମୁଖ୍ୟ ହିଁ ରଥଯାତ୍ରାକୁ ନେଇ ଶେଷ ମୁହୂର୍ତ୍ତ ଯାଏ ଲାଗି ରହିଥିବା ଆଶଙ୍କା ପଛର ମୂଳ କାରଣ । ଅର୍ଥାତ ସୋମବାର ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟ ସରକାରଙ୍କ ଅସଲମୁଖା ବା ରଥଯାତ୍ରା ଆୟୋଜନ ପଛର ଆନ୍ତରିକତାକୁ ପଦାରେ ପକାଇଦେଇଛି। ଯଦି ୧୮ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରମକୋର୍ଟରେ ଲଢୁଥିବା ନାମୀ ଆଇନଜୀବୀ ହରିଶ ସାଲଭେ ପରମ୍ପରା ଆବେଗ ଓ ଆବଶ୍ୟକତାର କଥା କହି ସର୍ବୋଚ୍ଚ କୋର୍ଟଙ୍କୁ ବାସ୍ତବ ସ୍ଥିତି ସମ୍ପର୍କରେ ଧାରଣା ଦେଇଥାନ୍ତେ ତେବେ ମାମଲା ଘୋଷଯାତ୍ରାର ପୂର୍ବଦିନ ଯାଏ ଯାଇ ନଥାନ୍ତା। ରାଜ୍ୟ ସରକାର ଅସଲରେ କରୋନାକୁ ଭୟ କରୁଥିଲେ ନା କରୋନା ଆଳରେ ଅନ୍ୟ କିଛି ଅଦୃଶ୍ୟ କାରଣକୁ ନେଇ ଶଙ୍କାରେ ପଡ଼ିଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁରୀକୁ କନଫାଇଣ୍ଡ କରି ବା କେବଳ ରଥଯାତ୍ରାର କଥା କହି ଶ୍ରୀଯୁକ୍ତ ଶାଲଭେ ସର୍ବୋଚ୍ଚ କୋର୍ଟଙ୍କୁ ଏଥିପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତଯୁକ୍ତ ଅନୁମତି ମାଗିଥାନ୍ତେ ହୁଏତ ୧୮ ତାରଖରେ ହିଁ ସୋମବାର ଯାଏଁ ଲାଗି ରହିଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିର ରଫାଦଫା ହୋଇଯାଇଥାନ୍ତା।

କିନ୍ତୁ ଆରେ ଡମଣା ବୁଲିବାଲି କରି ସେଇ ଅଗଣା ନ୍ୟାୟରେ ରାଜ୍ୟ ସରକାର ସେୟା କଲେ ଯାହା ପ୍ରଥମରୁ କରିବା ଜରୁରୀ ଥିଲା। ମୁଖ୍ୟତଃ ସୁପ୍ରମକୋର୍ଟଙ୍କ ୨୨ ତାରିଖର ରଥଯାତ୍ରା ସମ୍ପର୍କିତ ରାୟ ରାଜ୍ୟ ସରକାରଙ୍କ ବାଉଳାଚାଉଳା ଅବସ୍ଥା ଓ ନିଷ୍ପତ୍ତି ନେବାରେ ଦୁର୍ବଳତାକୁ ପଦାରେ ପକାଇଛି। ଏହା ସହ ଆବେଗକୁ ଆଳ କରି ରାଜ୍ୟ ସରକାର ରଥଯାତ୍ରା ସମ୍ପର୍କରେ ଗ୍ରହଣ କାରିଥିବା ଦ୍ୱନ୍ଦାତ୍ମକ ଆଭିମୁଖ୍ୟକୁ ମଧ୍ୟ ପଦାକୁ ଆଣିଛି। ରବିବାର ରାତିରେ ଅର୍ଥାତ ରଥଯାତ୍ରାର ମାତ୍ର ଦିନକ ପୂର୍ବରୁ ଯେଉଁ ଗଜପତି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରସ୍ତାବକୁ ସରକାର ସର୍ବୋଚ୍ଚ କୋର୍ଟରେ ପକ୍ଷଭୁକ୍ତ ହେବା ପାଇଁ ମୁଖ୍ୟ ଆୟୁଧ କଲେ ସେହି ନିଷ୍ପତ୍ତି ନେବା ପାଇଁ ଏତେଦିନ ଶୋଇଥିଲେ କାହିଁକି ? ଏବେ ସର୍ବୋଚ୍ଚ କୋର୍ଟଙ୍କୁ କରୋନା ମୁକାବିଲା ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ରାଜ୍ୟ ସରକାର ୧୮ ତାରିଖ ପୂର୍ବରୁ ସେଦିଗରେ ପଛଘୁଞ୍ଚା ଦେଲେ କହିଁକି ? ଅର୍ଥାତ ସାରା ମାମଲାରେ ରାଜ୍ୟ ସରକାରଙ୍କ ଦୋମୁହାଁ ଆଭିମୁଖ୍ୟ କେବଳ ପଦାରେ ପଡ଼ି ନାହିଁ ବରଂ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଓଡ଼ିଶା ସରକାର ଅପଦସ୍ତ ହୋଇଛନ୍ତି।

ଏହି ମାମଲାର ସମାଧାନରେ ସୋମବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟ ମଧ୍ୟ ପ୍ରଶ୍ନବାଚୀର ଊର୍ଦ୍ଧ୍ୱରେ ନାହିଁ। ସୋମବାର କେନ୍ଦ୍ର ସରକାର ପକ୍ଷ ରଖିଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ରଥଯାତ୍ରା ବନ୍ଦ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ହିନ୍ଦୁଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ୧୨ ବର୍ଷ ଯାଏ ଘୋଷଯାତ୍ରାରେ ବାହାରି ପାରିବେ ନାହିଁ। ଆମ କହିବା କଥା ୨୨ ତାରିଖରେ ଶ୍ରୀଜଗନ୍ନଥଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ବିଧି ସମ୍ପର୍କରେ ସର୍ବୋଚ୍ଚ କୋର୍ଟଙ୍କୁ ଅବଗତ କରିଥିବା ମାନନୀୟ ସଲିସିଟର ଜେନେରାଲ କାହିଁକି ଚୁପ୍‌ ରହିଥିଲେ ?

ସୁପ୍ରିମକୋର୍ଟଙ୍କ ରାୟ ରଥଯାତ୍ରା ଆୟୋଜନ ପଛରେ ଥିବା ପ୍ରମୁଖ ବ୍ୟକ୍ତିତ୍ୱ ଓ ଶାସନକଳର ମୁଖାଖୋଲି ଦେଇଛି ଏଇଥିପାଇଁ ଯେ, ଏ ସମସ୍ତପକ୍ଷ ଏ ଯାଏଁ ଆନ୍ତରିକତାର ସହ ରଥଯାତ୍ରା ହେଉ ବୋଲି କେଉଁଠି ନା କେଉଁଠି ଚାହୁଁ ନଥିଲେ। ସମ୍ଭାବ୍ୟ ପରିଣାମର ଆଶଙ୍କା ହେଉ ବା କରୋନା ଭୟ ପ୍ରଥମରୁ ନା-ହଁ, ହଁ-ନା ଦୋଛକିରେ ରହି ଅନ୍ଧଭକ୍ତଙ୍କ ଆବେଗ ସହ ଖେଳ ଖାଳିଥିବା ଶାସନକଳ ଓ ଗୋଷ୍ଠୀର ଅସଲ ଚେହରା ପଦାରେ ପଡ଼ିଛି। ଦୈବୀଶକ୍ତିର ଚମତ୍କାରିତାରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ପରିବର୍ତ୍ତନ ଆଣିଛନ୍ତି ଏବଂ ଲୀଳାମୟଙ୍କ ମାନବୀୟ ଲୀଳାରେ ଭରସା ରଖିଥିବା ଭକ୍ତ ଓ ପୁରୀବାସୀଙ୍କର ବିଜୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story