ପରୀ ହତ୍ୟା ମାମଲା: ରାଜ୍ୟ ସରକାରଙ୍କୁ ୪ ସପ୍ତାହ ଦେଲେ ସୁପ୍ରିମ୍ କୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ‍ ପାଇଁ ୪ ସପ୍ତାହର ସମୟ ଦେଇଛନ୍ତି ସୁପ୍ରିମ୍ କୋର୍ଟ। ଏହି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ପରୀର ମା’ ସୌଦାମିନୀ ସାହୁ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମ୍ କୋର୍ଟ ପରୀର ମା’ ସୌଦାମିନୀଙ୍କ ନିବେଦନ ରକ୍ଷା କରି ରାଜ୍ୟ ସରକାରଙ୍କୁ ୪ ସପ୍ତାହର ମହଲତ ଦେଇଛନ୍ତି। ଏହି ଚାରି ସପ୍ତାହ ମଧ୍ୟରେ ରାଜ୍ୟ […]

pari

pari

Ranjit Kumar Jena
  • Published: Monday, 22 February 2021
  • Updated: 22 February 2021, 07:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ‍ ପାଇଁ ୪ ସପ୍ତାହର ସମୟ ଦେଇଛନ୍ତି ସୁପ୍ରିମ୍ କୋର୍ଟ। ଏହି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ପରୀର ମା’ ସୌଦାମିନୀ ସାହୁ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମ୍ କୋର୍ଟ ପରୀର ମା’ ସୌଦାମିନୀଙ୍କ ନିବେଦନ ରକ୍ଷା କରି ରାଜ୍ୟ ସରକାରଙ୍କୁ ୪ ସପ୍ତାହର ମହଲତ ଦେଇଛନ୍ତି। ଏହି ଚାରି ସପ୍ତାହ ମଧ୍ୟରେ ରାଜ୍ୟ ସରକାର ପରୀ ମାମଲାର ସମସ୍ତ ତଥ୍ୟ ଦେବେ।

ଏହା ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କରିଥିଲେ ସୁପ୍ରିମକୋର୍ଟ। ପରୀର ମା’ ସୌଦାମିନୀଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ନୋଟିସ୍‌ କରିଥିଲେ। ୬ ମାସ ତଳେ ୫ ବର୍ଷର କୁନି ଝିଅ ପରୀକୁ ହତ୍ୟା କରାଯାଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମା’ ଅଭିଯୋଗ କରିଥିଲେ।

ମାତ୍ର ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିଲା। ଅନ୍ୟପକ୍ଷରେ ପରୀଙ୍କ ମା’ଙ୍କୁ ପୁଲିସ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା। ଏନେଇ ପରୀଙ୍କ ମା’ ଅଭିଯୋଗ କରିଥିଲେ।

ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ତମ୍ୱି ତୋଫାନ୍‌ ପରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ଆଇଟି ଏହି ମାମଲାର ତଦନ୍ତ ଜଣେ ନାବାଳକକୁ ଗିରଫ କରିଥିଲା। ଅଭିଯୁକ୍ତ ଦୁଷ୍କର୍ମ କରି ପରୀକୁ ହତ୍ୟା କରିଥିବା ଏସ୍‌ଆଇଟି ଗଣମାଧ୍ୟମ ସମ୍ମିଳନୀରେ କହିଥିଲେ।

ଏସ୍‌ଆଇଟିର ଏପରି ଆରୋପକୁ ପରୀଙ୍କ ବାପା-ମାଆ ଖଣ୍ଡନ କରିଥିଲେ। ଏପରିକି ମାମଲାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ଦାବି କରିଥିଲେ। ହେଲେ ରାଜ୍ୟ ସରକାର ଏଥିପାଇଁ ରାଜି ହେଉନଥିଲେ। ଶେଷରେ ପରୀଙ୍କ ମାଆ ସୌଦାମିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
https://youtu.be/uKOinzVB9EY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos