ଆଶା ଛାଡ଼ି ନାହାନ୍ତି ଶ୍ରଦ୍ଧାଳୁ, ରଥ ଯାତ୍ରା ପାଇଁ ପୁଣି ୨ଟି ପିଟିଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ସମେତ ସମଗ୍ର ଓଡ଼ିଶାରେ ରଥଯାତ୍ରା ବନ୍ଦ ନିମନ୍ତେ ସୁପ୍ରିମକୋର୍ଟ ଗତ ଗୁରୁବାର ରାୟ ଦେଇଥିଲେ। ଏହାଦ୍ୱାରା ଭକ୍ତମାନେ ନିରାଶ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆଶା ଛାଡ଼ି ନାହାନ୍ତି। ରଥ ଯାତ୍ରା ଆଉ ମାତ୍ର ୩ ଦିନ ଥିବା ବେଳେ ସୁପ୍ରିମକୋର୍ଟଙ୍କ ରାୟରେ ପରିବର୍ତ୍ତନ ଆଣିବା ପାଇଁ ଏବେ ବି ପିଟିଶନ ଦାୟର ହେଉଛି। ମହାପ୍ରଭୁଙ୍କ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ଗତକାଲି ଦୁଇଟି ପିଟିସନ୍‌ ଦାଖଲ ହୋଇଥିବା ବେଳେ ଆଜି ମଧ୍ୟ ଆଉ […]

raths-1-1

raths-1-1

Niharika Rout
  • Published: Saturday, 20 June 2020
  • Updated: 20 June 2020, 12:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ସମେତ ସମଗ୍ର ଓଡ଼ିଶାରେ ରଥଯାତ୍ରା ବନ୍ଦ ନିମନ୍ତେ ସୁପ୍ରିମକୋର୍ଟ ଗତ ଗୁରୁବାର ରାୟ ଦେଇଥିଲେ। ଏହାଦ୍ୱାରା ଭକ୍ତମାନେ ନିରାଶ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆଶା ଛାଡ଼ି ନାହାନ୍ତି। ରଥ ଯାତ୍ରା ଆଉ ମାତ୍ର ୩ ଦିନ ଥିବା ବେଳେ ସୁପ୍ରିମକୋର୍ଟଙ୍କ ରାୟରେ ପରିବର୍ତ୍ତନ ଆଣିବା ପାଇଁ ଏବେ ବି ପିଟିଶନ ଦାୟର ହେଉଛି।

ମହାପ୍ରଭୁଙ୍କ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ଗତକାଲି ଦୁଇଟି ପିଟିସନ୍‌ ଦାଖଲ ହୋଇଥିବା ବେଳେ ଆଜି ମଧ୍ୟ ଆଉ ୨ ମଡିଫିକେସନ ପିଟିସନ ଦାଖଲ ହୋଇଛି। ଅନ୍ୟ ସବୁଠି ରଥଯାତ୍ରା ବନ୍ଦ କରି ପୁରୀରେ ମହାପ୍ରଭୁଙ୍କୁ ରଥରୁଢ଼ କରିବାକୁ ପିଟିସନ୍‌ରେ ଅନୁରୋଧ କରାଯାଇଛି। ଆବଶ୍ୟକ ସ୍ଥଳେ ପୁରୀକୁ ଶଟଡାଉନ୍‌ କରି ରଥଯାତ୍ରା ପାଇଁ ଅପିଲ୍ କରାଯାଇଛି।  ବିଜନ ପାଇକରାୟ, ସଞ୍ଜୀବ କୁମାର ଚିନ୍ନାରା ନାମକ ୨ ବ୍ୟକ୍ତି ଏହି ପିଟିଶନ ଦାଖଲ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ମହାପ୍ରଭୁଙ୍କ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ଗତକାଲି ଦୁଇଟି ପିଟିସନ୍‌ ଦାଖଲ ହୋଇଥିଲା।  ଗୋଟିଏ ନୟାଗଡ଼ ଜିଲ୍ଲାର ଅଫତାବ ହୁସେନ ଓ ଅନ୍ୟଟି ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ଦାୟର ହୋଇଥିଲା।

ଅଫତାବ ହୁସେନ ଦାୟର କରିଥିବା ମୋଡିଫିକେସନ ପିଟିସନରେ ସୁପ୍ରିମକୋର୍ଟ ଦେଇଥିବା ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛନ୍ତି। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି। ପୁରୀ ସହରକୁ ଶଟ୍‌ଡାଉନ୍‌ ଘୋଷଣା କରି ମହାପ୍ରଭୁଙ୍କ ଘୋଷଯାତ୍ରା କରିବାକୁ ପିଟିସନ୍‌ରେ ଅନୁରୋଧ କରାଯାଇଛି।

ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ମୋଡିଫିକେସନ ପିଟିସନ ଦାଖଲ ହୋଇଛି। ନିର୍ଦ୍ଦେଶ ପ୍ରତ୍ୟାହାର ବା ପରିବର୍ତ୍ତନ ପାଇଁ ପିଟିସନରେ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଏର ମାମଲାରେ ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଚିସ୍‌ ଏସ.ଏ. ବୋବଡ଼େଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଗତ ଗୁରୁବାର ରାୟ ଶୁଣାଇଥିଲେ।  ଓଡ଼ିଶାର ପୁରୀ ସମେତ ସବୁ ସ୍ଥାନରେ ରଥ ଯାତ୍ରା ବନ୍ଦ ନେଇ ମୁଖ୍ୟ ବିଚାରପତି ନିଷ୍ପତ୍ତି ଶୁଣାଇଥିଲେ। ରାୟରେ ଉଲ୍ଲେଖ କରିଥିଲେ, ‘କରୋନା’ ମହାମାରୀ ସମୟରେ ରଥଯାତ୍ରା ଲାଗି ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ଜନସ୍ୱାର୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା କିମ୍ବା ଏ ସଂପର୍କିତ ଅନ୍ୟାନ୍ୟ ବାହ୍ୟ ନୀତି ପାଇଁ ମଧ୍ୟ ଅନୁମତି ଦେଇ ହେବନି। ଯଦି ଏଭଳି ସମୟରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଏ, ତାହାଲେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେନି ବୋଲି ରାୟରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story