୧୩ଟି ଗାଁ ଲୋକଙ୍କ ଜମିକୁ ହଡ଼ପ କରିଛନ୍ତି ସରକାର, ମାର୍ଚ୍ଚ ୧ ପରେ ନିର୍ଣ୍ଣାୟକ ଆନ୍ଦୋଳନ : ସୁର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଖୋର୍ଦ୍ଧା ଜିଲ୍ଲାର ଅନେକ ମୂଲ୍ୟବାନ ଜମିକୁ ସରକାର ଏବେ ଶାଗମାଛ ଦରରେ ଇଡକୋ ମାଧ୍ୟମରେ ବିକ୍ରି କରୁଥିବାବେଳେ ଜଟଣୀ ମ୍ୟୁନିସପାଲଟି ଓ ତା’ର ପାଶ୍ୱର୍ବର୍ତ୍ତୀ ୧୩ଟି ଗାଁ ଲୋକଙ୍କ ସ୍ଥିତିବାନ ଜମିକୁ ମଧ୍ୟ ସରକାର ହଡ଼ପ କରିନେଇଛନ୍ତି। ଯେଉଁଥିପାଇଁ ଲୋକଙ୍କୁ ଏବେ ସମସ୍ତ ପ୍ରକାରର ସରକାରୀ ସୁବିଧାସୁଯୋଗରୁ ବଂଚିତ ହେବାକୁ ପଡ଼ୁଛି। ବାରମ୍ବାର ଅନୁରୋଧ ସତ୍ତ୍ୱେ ସରକାର ଶୁଣୁନାହାନ୍ତି। ଯଦି ମାର୍ଚ୍ଚ ୧ ପୂର୍ବରୁ ସମସ୍ୟାର ସମାଧାନ ନହୁଏ ତା’ହେଲେ ୧୩ଟି ଗାଁର ଲୋକେ […]

congress

Tapas Behera
  • Published: Friday, 01 January 2021
  • , Updated: 01 January 2021, 07:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଖୋର୍ଦ୍ଧା ଜିଲ୍ଲାର ଅନେକ ମୂଲ୍ୟବାନ ଜମିକୁ ସରକାର ଏବେ ଶାଗମାଛ ଦରରେ ଇଡକୋ ମାଧ୍ୟମରେ ବିକ୍ରି କରୁଥିବାବେଳେ ଜଟଣୀ ମ୍ୟୁନିସପାଲଟି ଓ ତା’ର ପାଶ୍ୱର୍ବର୍ତ୍ତୀ ୧୩ଟି ଗାଁ ଲୋକଙ୍କ ସ୍ଥିତିବାନ ଜମିକୁ ମଧ୍ୟ ସରକାର ହଡ଼ପ କରିନେଇଛନ୍ତି। ଯେଉଁଥିପାଇଁ ଲୋକଙ୍କୁ ଏବେ ସମସ୍ତ ପ୍ରକାରର ସରକାରୀ ସୁବିଧାସୁଯୋଗରୁ ବଂଚିତ ହେବାକୁ ପଡ଼ୁଛି। ବାରମ୍ବାର ଅନୁରୋଧ ସତ୍ତ୍ୱେ ସରକାର ଶୁଣୁନାହାନ୍ତି। ଯଦି ମାର୍ଚ୍ଚ ୧ ପୂର୍ବରୁ ସମସ୍ୟାର ସମାଧାନ ନହୁଏ ତା’ହେଲେ ୧୩ଟି ଗାଁର ଲୋକେ ଭୁବନେଶ୍ୱର ଆସି ଲୋକସେବା ଭବନ

ଘେରାଉ କରିବେ ବୋଲି ସ୍ଥାନୀୟ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମୂଲ୍ୟବାନ ଜମିକୁ ଇଡ୍‌କୋ ଜରିଆରେ ରାଜ୍ୟ ସରକାର ଶାଗମାଛ ଦରରେ ବିକୁଛନ୍ତି। ୧୮ ହଜାର କୋଟି ଟଙ୍କାର ମୂଲ୍ୟବାନ ଜମିକୁ ୫ ହଜାର କୋଟି ଟଙ୍କାରେ ବିକ୍ରି କରି ହଜାର ହଜାର କୋଟି ଟଙ୍କା ଆତ୍ମସାତ କରିଛନ୍ତି। ସମସ୍ତ ସରକାରୀ ଜାଗା ଇଡକୋକୁ ନଦେଇ ଗାଁରେ ଖେଳ ପଡ଼ିଆ, ମେଳଣ ପଡ଼ିଆ, ସ୍କୁଲ ପଡ଼ିଆ ଓ ଜଙ୍ଗଲ ସୃଷ୍ଟି କରାଯାଉ ବୋଲି ସେ ଦାବି କରିବା ସହ ଏହି ଜମି ଦୁର୍ନୀତିର ସିବିଆଇ ତଦନ୍ତ କରି ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବାକୁ ଶ୍ରୀ ରାଉତରାୟ ଦୃଢ଼ ଦାବି କରିଛନ୍ତି।

ସେ କହିଛନ୍ତି ଯେ, ଜଟଣୀ ମ୍ୟୁନିସିପାଲିଟି ଓ ତାର ପାଶ୍ୱର୍ବର୍ତ୍ତୀ ୧୩ଟି ଗ୍ରାମର ସମସ୍ତ ସ୍ଥିତିବାନ ସଂପତ୍ତିକୁ ୨୦୧୨ ମସିହାରେ ହଠାତ ଜଣେ ସେଟଲମେଂଟ ଅଫିସର ଆସି ଶ୍ରୀଜଗନ୍ନାଥ ନାମରେ ନାମିତ କରିଛନ୍ତି। ଏ ଅଂଚଳର ଜନସାଧାରଣଙ୍କର ସ୍ଥିତିବାନ ସମ୍ପତ୍ତି ଜଗନ୍ନାଥଙ୍କ ନାମରେ ନାମିତ ହେବା ଦ୍ୱାରା ଭାରତ ସରକାର ଓ ଓଡ଼ିଶା ସରକାରଙ୍କର କୌଣସି ଯୋଜନାରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ଯଥା ସ୍କୁଲଘର,ଡାକ୍ତରଖାନା, ରାସ୍ତାଘାଟ,ପାଠାଗାର, କମ୍ୟୁନିଟି ସେଂଟର, ଭାଗବତ ଟୁଙ୍ଗି ପରି କୌଣସି କାର୍ଯ୍ୟ ହୋଇପାରୁ ନାହିଁ ଏବଂ ଏହି ଜମି ବିକ୍ରି ଖର୍ଦ୍ଦି ହୋଇପାରୁ ନାହିଁ। ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏବଂ ବିଭାଘର, ବ୍ରତ ଘର, ବାପ ମା’ଙ୍କ ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମ ନିର୍ବାହ କରିବା ପାଇଁ ଆବଶ୍ୟକସ୍ଥଳେ ଏଠିକାର ଲୋକ ନିଜ ଜମିକୁ ବିକ୍ରୟ କରିପାରୁ ନାହାନ୍ତି।

୨୦୧୨ମସିହା ପୂର୍ବରୁ ଏଠିକାର ଜମିଜମା, ଘରଡ଼ିହ ଯେଉଁ ସ୍ଥିତିରେ ସେହିଭଳି ସ୍ଥିତିକୁ ଆଣିବା ପାଇଁ ବାରମ୍ବାର ସରକାରଙ୍କ ନିକଟରେ ଏବଂ ବିଧାନସଭାରେ ଅନୁରୋଧ କଲେ ମଧ୍ୟ କୌଣସି ସୁଫଳ ମିଳିିଲା ନାହିଁ। ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ବହୁବାର ଆନ୍ଦୋଳନାତ୍ମକ ଭୂମିକା ନେଇଥିଲେ ମଧ୍ୟ କିଛି ନ୍ୟାୟ ପାଇପାରିଲୁ ନାହିଁ। ଯଦି ମାର୍ଚ୍ଚ ୧ ତାରିଖ ସୁଦ୍ଧା ଆମର ସ୍ଥିତିବାନ ଜମିକୁ ଫେରାଇ ନଦିଆଯାଏ, ରାଜ୍ୟ ସରକାରଙ୍କ ଉଦାସୀନତାର ଶିକାର ହୋଇଥିବା ଉପରୋକ୍ତ ଅଂଚଳର ସମସ୍ତ ଅଧିବାସୀ ଲୋକସେବା ଭବନକୁ ମାର୍ଚ୍ଚ ପହିଲାରେ ଘେରାଉ କରିବେ ଓ ଏହାର ପରିଣତି ପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀ ରାଉତରାୟ ସ୍ପଷ୍ଟ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଲିଙ୍ଗରାଜ ସାହୁ, ବିବେକାନନ୍ଦ ବଡଜେନା, ବିଭୂତିଭୂଷଣ ସାମନ୍ତରାୟ, ତ୍ରିଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Related story