ସୁରେଶ ମହାପାତ୍ର କୃଷି ଉତ୍ପାଦନ କମିଶନର, ରାହୁଲ ପିଆର ଝାରସୁଗୁଡ଼ା ଏସପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ମୁକାବିଲା ମଧ୍ୟରେ ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ କେତେକ ଅଦଳବଦଳ କରିଛନ୍ତି। ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଥିବାବେଳେ ଝାରସୁଗୁଡ଼ା ଏସପି ଭାବେ ୨୦୧୩ ବ୍ୟାଚ୍ ଆଇପିଏସ ରାହୁଲ ପିଆରଙ୍କୁ ନିଯୁକ୍ତି ମିଳିଛି। କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି ପରେ ଏହି ପଦବୀ […]

suresh

suresh

Manoranjan Sial
  • Published: Tuesday, 28 April 2020
  • Updated: 28 April 2020, 07:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ମୁକାବିଲା ମଧ୍ୟରେ ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ କେତେକ ଅଦଳବଦଳ କରିଛନ୍ତି। ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଥିବାବେଳେ ଝାରସୁଗୁଡ଼ା ଏସପି ଭାବେ ୨୦୧୩ ବ୍ୟାଚ୍ ଆଇପିଏସ ରାହୁଲ ପିଆରଙ୍କୁ ନିଯୁକ୍ତି ମିଳିଛି। କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି ପରେ ଏହି ପଦବୀ ଖାଲି ପଡ଼ିଥିଲା।

ସେହିପରି ଝାରସୁଗୁଡ଼ା ଏସପି ଅଶ୍ୱିନୀ କୁମାର ମହାନ୍ତି ଚଳିତମାସ ୩୦ ତାରିଖରେ ଅବସର ନେଉଥିବାରୁ ସେଠାରେ ଏସଟିଏଫରେ ଥିବା ରାହୁଲ ପିଆରଙ୍କୁ ବଦଳି କରାଯାଇଛି। ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos