ଧଳା ପାଉଡର ବେପାର : ଭୁବନେଶ୍ୱର ଭାୟା ଜଳେଶ୍ୱର ରୁଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପୁଣି ସାମ୍ନାକୁ ଆସିଲା ଧଳାଜହରର କଳାବେପାର । କୋଟିଏରୁ ଅଧିକ ମୂଲ୍ୟର ବ୍ରାଉନ୍‌ସୁଗାର୍ ଜବତ । ଏଥର ବି ଆଶଙ୍କା କରାଯାଉଛି ସେହି ପଶ୍ଚିମବଙ୍ଗ ଲିଙ୍କ୍ । ଜଳେଶ୍ୱରର ଜଣେ ବେପାରୀଠୁ କେଜିଏରୁ ଅଧିକ ବ୍ରାଉନ୍‌ସୁଗାର ଜବତ କରି ତାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ । ଗତ ୧୦ ମାସରେ ପ୍ରାୟ ୪୪ ଜଣଙ୍କୁ ଗିରଫ ସହ ୩୦ କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ ହୋଇସାରିଲାଣି । ଆଉ ଅଧିକାଂଶ ଘଟଣାରେ […]

790-1

Tapas Behera
  • Published: Saturday, 31 October 2020
  • , Updated: 31 October 2020, 08:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପୁଣି ସାମ୍ନାକୁ ଆସିଲା ଧଳାଜହରର କଳାବେପାର । କୋଟିଏରୁ ଅଧିକ ମୂଲ୍ୟର ବ୍ରାଉନ୍‌ସୁଗାର୍ ଜବତ । ଏଥର ବି ଆଶଙ୍କା କରାଯାଉଛି ସେହି ପଶ୍ଚିମବଙ୍ଗ ଲିଙ୍କ୍ । ଜଳେଶ୍ୱରର ଜଣେ ବେପାରୀଠୁ କେଜିଏରୁ ଅଧିକ ବ୍ରାଉନ୍‌ସୁଗାର ଜବତ କରି ତାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ । ଗତ ୧୦ ମାସରେ ପ୍ରାୟ ୪୪ ଜଣଙ୍କୁ ଗିରଫ ସହ ୩୦ କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ ହୋଇସାରିଲାଣି । ଆଉ ଅଧିକାଂଶ ଘଟଣାରେ ରହୁଛି ପଶ୍ଚିମବଙ୍ଗ ଲିଙ୍କ୍ ।

କିଛିଦିନର ବ୍ୟବଧାନ ପରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ କବ୍‌ଜାରେ ଜଣେ ବ୍ରାଉନ୍‌ ସୁଗାର୍ ଡିଲର୍ । ଯାହାର ନାଁ ସେକ୍ ହସିମ୍ ବକ୍ସ। ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର। ଜବତ ହୋଇଛି ୧ କେଜି ୧୭୦ ଗ୍ରାମ୍ର ବ୍ରାଉନ୍ ସୁଗାର୍ । ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ । ଭୁବନେଶ୍ୱର ଆସି ବେପାର ଚଳାଇଥିବାବେଳେ ବରମୁଣ୍ଡାରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛି ସେକ୍ ହସିମଙ୍କୁ । କ୍ରାଇମବ୍ରାଞ୍ଚ ଏଡିଜିଙ୍କ କହିବା କଥା, ଗତ ଜାନୁୟାରୀ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪୪ ଜଣଙ୍କୁ ଗିରଫ କରିବା ସହ ୩୦ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହୋଇସାରିଛି । ଯାହାର ମୂଲ୍ୟ ୩୦ କୋଟିରୁ ଅଧିକ ହେବ ।

ରାଜ୍ୟରେ ନିଶା ବେପାରୀଙ୍କ ଏଭଳି ନିଷିଦ୍ଧ ବେପାର ନୁଆ ନୁହେଁ । ନେପାଳ ଲିଙ୍କ ଥିବା ଶେଖ୍ ରାଜା ହେଉ କିମ୍ବା ବିୟୁଟି ପୋଦାର, ବୁଦ୍ଧିଆ ଖାନ୍ ହେଉ ଏହି ବେଆଇନ ବେପାର ସହ ଜଡ଼ିତ ଏମିତି ଏକାଧିକ କୁଖ୍ୟାତ ନିଶା ବେପାରୀ, ଯେଉଁମାନଙ୍କ ରହିଛି ପଶ୍ଚିମବଙ୍ଗ ଲିଙ୍କ୍ । ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଭାୟା ଜଳେଶ୍ୱର ହେଉଛି ନିଶା ବେପାରର ରୁଟ୍ । ଆଉ ଆଜି ଧରାପଡ଼ିଥିବା ସେକ୍ ହସିମ୍ ଭଳି ଡିଲର୍ ମାନଙ୍କ ମାଧ୍ୟମରେ ଯୋଗାଣ ହେଉଛି ବ୍ରାଉନସୁଗାର । ଏଭଳି କାରବାର ପଛରେ ପୂର୍ବରୁ କିଛି ପୁଲିସ କର୍ମଚାରୀଙ୍କ ମଧ୍ୟ ସଂପୃକ୍ତି ସାମ୍ନାକୁ ଆସିଛି। ନିଶା ମାଫିଆଙ୍କ ସହ ଲିଙ୍କ ଅଭିଯୋଗରେ କମିଶନରେଟ୍ ପୁଲିସର ଜଣେ କନଷ୍ଟେବଳ ଗିରଫ ହୋଇଥିଲେ । ସେହିପରି ଏକ ଭାଇରାଲ୍ ଅଡ଼ିଓ ମାମଲାରେ ତତ୍କାଳୀନ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ବି ନିଲମ୍ବିତ ହୋଇଥିଲେ। ଏଠି ପ୍ରଶ୍ନ, କାହିଁକି ରୋକାଯାଇପାରୁନି ଏହି ବେଆଇନ ବେପାରକୁ ? ଦଣ୍ଡବିଧାନ ଆଖିଦୃଶିଆ ହେଉନି କି ? କେବଳ ଧରପଗଡ଼ କରି ନିରବ ରହୁଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ପଶ୍ଚିମବଙ୍ଗ ଯାଏଁ ପହଞ୍ଚିବାରେ ଅସୁବିଧା କଣ?

Related story