ରହସ୍ୟଘେରରେ ବିଏମ୍‌ସି ଇଞ୍ଜିନିୟରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର): ସନ୍ଦେହଘେରରେ ବିଏମ୍‌ସି ଇଞ୍ଜିନିୟରଙ୍କ ମୃତ୍ୟୁ। ବିଏମ୍‌ସି ଡିଭିଜନ-୧ର ସହାୟକ ନିର୍ବାହୀ ଯନ୍ତ୍ରୀ ମନୋଜ ମିଶ୍ରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଯାଁଳା ଫାଣ୍ଡି ପୋଲିସ ଜାତୀୟ ରାଜପଥ-୧୬ର ଯାଁଳା ଓଭରବ୍ରିଜ୍‌ ଉପରୁ ଶ୍ରୀ ମିଶ୍ରଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲା। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା। ସେଠାରେ କିଛି ସମୟର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଜଟଣୀ ଥାନା ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା […]

h-9999

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 12:41 PM IST

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର): ସନ୍ଦେହଘେରରେ ବିଏମ୍‌ସି ଇଞ୍ଜିନିୟରଙ୍କ ମୃତ୍ୟୁ। ବିଏମ୍‌ସି ଡିଭିଜନ-୧ର ସହାୟକ ନିର୍ବାହୀ ଯନ୍ତ୍ରୀ ମନୋଜ ମିଶ୍ରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଯାଁଳା ଫାଣ୍ଡି ପୋଲିସ ଜାତୀୟ ରାଜପଥ-୧୬ର ଯାଁଳା ଓଭରବ୍ରିଜ୍‌ ଉପରୁ ଶ୍ରୀ ମିଶ୍ରଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲା। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା। ସେଠାରେ କିଛି ସମୟର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଜଟଣୀ ଥାନା ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଏହାକୁ ଏକ ଦୁର୍ଘଟଣା ବୋଲି  ଦର୍ଶାଇଛି। ଅନ୍ୟପଟେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏନେଇ ମୃତ ଇଞ୍ଜିନିୟରଙ୍କ ପୁଅ ଅଭିଜିତ ମିଶ୍ର ଜଟଣୀ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ଯାଁଳା ଓଭରବ୍ରିଜ୍‌ ଉପରେ ମନୋଜଙ୍କ କାର୍‌ ଥିବାବେଳେ ଏହାଠାରୁ ପ୍ରାୟ ୧୦ ହାତ ଦୂରରେ ସେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପଡ଼ିଥିଲେ। ସେହିପରି ତାଙ୍କ ମୁଣ୍ଡ, ମୁହଁ, ହାତ, ଗୋଡ଼, ପିଠିରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଫଳରେ ପାରିପାର୍ଶିକ ଅବସ୍ଥାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଯାଁଳା ଫାଣ୍ଡି ସୂଚନା ଅନୁସାରେ ଗତକାଲି  ଭୋର୍‌ ପ୍ରାୟ ୫ଟାବେଳେ ସ୍ଥାନୀୟ ଓଭରବ୍ରିଜ୍‌ ଉପରେ ଏକ ଦୁର୍ଘଟଣା ଘଟିଥିବା ଖବର ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଏକ ଅଲ୍‌ଟୋ କାର୍‌(ଓଆର୍‌୧୪ୱାଇ-୪୦୨୨)ର ପଛ ଡୋର୍‌ ପାଖ ଦୁର୍ଘଟଣାରେ ସାମାନ୍ୟ ଭାଙ୍ଗି ଯାଇଥିଲା।  ସେହିପରି ପଛ ଲାଇଟ୍‌ ମଧ୍ୟ ଭାଙ୍ଗି ଯାଇଥିଲା। କିନ୍ତୁ ମନୋଜ କାର୍‌ଠାରୁ କିଛି ଦୂରରେ ତଳେ ଗୁରତର ହୋଇ ପଡ଼ିଥିଲେ। ତାଙ୍କ ଆଣ୍ଠୁ, ମୁହଁ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି । ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ କିଛି ସମୟ ଚିକିତ୍ସା ପରେ ମୃତ୍ୟୁ ଘୋଷଣା କରିଥିଲେ। ଚନ୍ଦ୍ରଶେଖରପୁର ଅଞ୍ଚଳର କାନନ ବିହାର ଫେଜ୍‌-୨ରେ ମନୋଜ ରହୁଥିଲେ। ସେ ଦୁଇ ବର୍ଷ ହେଲା ବିଏମ୍‌ସିର ଡିଭିଜନ-୧ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଯୋଗଦେଇଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ମନୋଜ ଗତକାଲି ରାତି ପ୍ରାୟ ୧୧ଟା ୪୫ରେ ନୂଆପଲ୍ଲୀସ୍ଥିତ ବେହେରା ସାହିରେ ହେଉଥିବା ଏକ ରାସ୍ତା କାମ ନିରୀକ୍ଷଣ କରିବାକୁ ଘରୁ ଆସିଥିଲେ।

ବିଳମ୍ବରେ ଫେରିବେ ବୋଲି କହିଥିଲେ। କିନ୍ତୁ ସକାଳ ସୁଦ୍ଧା ଫେରି ନ ଥିଲେ। ତେଣୁ ସକାଳେ ପୁଅ ଅଭିଜିତ ମନୋଜଙ୍କ ମୋବାଇଲ୍‌କୁ କଲ୍‌ କରିଥିଲେ। ଜଣେ ପୁଲିସ ଅଧିକାରୀ ଫୋନ୍‌ ଉଠାଇ ମନୋଜ ଗୁରୁତର ଅଛନ୍ତି ବୋଲି କହି ପରିବାର ଲୋକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଡାକିଥିଲେ। ସେଠାରେ ପହଞ୍ଚିଲା ବେଳକୁ ତାଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

Related story