କାଗଜ ପଢିଲେ ସୂର୍ଯ୍ୟ : ବୈଜୟନ୍ତଙ୍କୁ ସସ୍‌ପେଣ୍ଡ କରିବାକୁ ଏହି ସବୁ କାରଣ ଦର୍ଶାଇଲେ

  ଭୁବନେଶ୍ବର (ଓଡ଼ିଶା ରିପୋର୍ଟର): ବିଜେଡିରୁ ସାଂସଦ ବୈଜୟନ୍ତ ପଣ୍ଡା ନିଲମ୍ବିତ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ନିଲମ୍ବନ କରାଯାଇଥିବା ପ୍ରେସମିଟରେ ଦଳର ଉପସଭାପତି ସୂର୍ଯ୍ୟ ପାତ୍ର ଘୋଷଣା କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂର୍ଯ୍ୟ ପାତ୍ର କହିଥିଲେ। ସେ ଅାଣିଥିବା ତାଙ୍କ ଅଭିଯୋଗ ଫର୍ଦ୍ଦ ପଢି କହିଥିଲେ ଯେ, ଇମ୍ଫାର ଉପସଭାପତି ରହି ଉଚ୍ଚ ବେତନ ନେଇଛନ୍ତି। ବୈଜୟନ୍ତ ୨୦୧୪ରେ ବାର୍ଷିକ ୧.୪୫ କୋଟି ଦରମା ନେଇଛନ୍ତି। ଇମ୍ଫା […]

Jay-1

Rakesh Mallick
  • Published: Wednesday, 24 January 2018
  • , Updated: 24 January 2018, 10:10 PM IST

 

ଭୁବନେଶ୍ବର (ଓଡ଼ିଶା ରିପୋର୍ଟର): ବିଜେଡିରୁ ସାଂସଦ ବୈଜୟନ୍ତ ପଣ୍ଡା ନିଲମ୍ବିତ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ନିଲମ୍ବନ କରାଯାଇଥିବା ପ୍ରେସମିଟରେ ଦଳର ଉପସଭାପତି ସୂର୍ଯ୍ୟ ପାତ୍ର ଘୋଷଣା କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂର୍ଯ୍ୟ ପାତ୍ର କହିଥିଲେ। ସେ ଅାଣିଥିବା ତାଙ୍କ ଅଭିଯୋଗ ଫର୍ଦ୍ଦ ପଢି କହିଥିଲେ ଯେ, ଇମ୍ଫାର ଉପସଭାପତି ରହି ଉଚ୍ଚ ବେତନ ନେଇଛନ୍ତି। ବୈଜୟନ୍ତ ୨୦୧୪ରେ ବାର୍ଷିକ ୧.୪୫ କୋଟି ଦରମା ନେଇଛନ୍ତି। ଇମ୍ଫା ଉପରୁ ହଜାର ହଜାର କୋଟି ଋଣ ଛାଡ଼ ବିବାଦରେ ଅଛି। ୨୦୧୪ରେ ବୈଜୟନ୍ତ ଲୋକସଭାର ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହେବାକୁ ବିଜେଡି ନେତୃତ୍ବ ପାଖରେ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ସେ ଶିଳ୍ପ ଗୋଷ୍ଠୀ ସହ ଜଡ଼ିତ ଥିବାରୁ ଦଳୀୟ ନେତୃତ୍ୱ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ। ମନ୍ତ୍ରୀ ପାତ୍ର କହିଥିଲେ ଯେ, ବୈଜୟନ୍ତ ବିଜେଡିରୁ ୨ଥର ତଥା ୨୦୦୦ରୁ ୨୦୦୦୬ ଏବଂ ୨୦୦୦୬ରୁ ୨୦୦୯ ପର୍ଯ୍ୟନ୍ତ  ରାଜ୍ୟ ସଭାକୁ ମନୋନୀତ ହୋଇଥିଲେ। ୨୦୦୯ ଏବଂ ୨୦୧୪ରେ ଶ୍ରୀ ପଣ୍ଡା ବିଜେଡିରୁ ଲୋକସଭା ଟିକେଟ ନେଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କରି କେନ୍ଦ୍ରାପଡ଼ା ସାଂସଦ ଭାବେ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି।

ତେବେ ଅର୍ଥ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେବାରୁ ବଞ୍ଚିତ ହେବାରୁ ଶ୍ରୀ ପଣ୍ଡା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ  ବିଜେଡିକୁ ଦୁର୍ବଳ କରିବା ଭଳି କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି। ପାର୍ଲାମେଣ୍ଟଠାରୁ ନିଜ ନିର୍ବାଚନୀ ମଣ୍ଡଳୀ ଏବଂ ଗଣମାଧ୍ୟମ ପର୍ଯ୍ୟନ୍ତ ସବୁ ପ୍ଲାଟଫର୍ମରେ ସେ ବିଜେଡିକୁ ସମାଲୋଚନା କରିବା ସହ ବିରୋଧୀଙ୍କୁ ପ୍ରଶଂସା କରିବାକୁ ସେ କେବେ ହେଲେ ପଛାଇ ନାହାନ୍ତି। ବିଜେଡିର ସେ ପ୍ରତିଷ୍ଠାତା ସଦସ୍ୟ କହୁଥିବା ଦାବି ସମ୍ପୂର୍ଣ୍ଣ ଅମୂଳକ। ଗତ ପଞ୍ଚାୟତ ନିର୍ବାଚନରେ ସେ ଦଳ ପାଇଁ ପ୍ରଚାର କରି ନକରି ବିରୋଧୀ ଦଳର ପ୍ରାର୍ଥୀଙ୍କ ପାଇଁ ଖୋଲାଖୋଲି ପ୍ରଚାର କରିବା ଭଳି ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ। ଏ ସବୁ କଥାକୁ ବିଚାର କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଥିବା ସୂର୍ଯ୍ୟପାତ୍ର କହିଛନ୍ତି।  ଏ ସବୁ ତଥ୍ୟ ସେ କାଗଜ ପଢି ଦର୍ଶାଇଥିଲେ।

ସେପଟେ କିଛିଦିନ ହେଲା ବୈଜୟନ୍ତଙ୍କ ନାଁରେ ଲଗାତାର ଅଭିଯୋଗ କରାଯାଉଥିଲା।  ପ୍ରତିଦିନ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ନବୀନ ନିବାସ ଅାସି କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ ଅଭିଯୋଗ କରି ଅାସୁଥିଲେ । ବିଭିନ୍ନ ନିର୍ବାଚନମଣ୍ଡଳିରୁ ପାଳି କରି ଅାସୁଥିଲେ।  ଏପରିକି ଅଭିଯୋଗର ତଦନ୍ତ ପାଇଁ ୨ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଅାଯାଇଥିଲା।  ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ବି ରିପୋର୍ଟ ଦେଇଥିଲେ ୨ ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଓ ଉଷା ଦେବୀ।  ରିପୋର୍ଟ ଦେବା ପୂର୍ବରୁ  ପ୍ରମିଳା ବୈଜୟନ୍ତଙ୍କ ସହ ଫୋନ୍‌ରେ କଥା ହୋଇଥିଲେ।  ତେବେ ଉଷା ଦେବୀ କଥା ହୋଇଛନ୍ତି କି ନାହିଁ ସ୍ପଷ୍ଟ ଜଣାପଡ଼ିନି।

Related story