ବିନାନୁମତିରେ ‘ପିପିପି’ କୋର୍ସ, ପୁଣି ବିବାଦରେ ଏସଭିଏମ୍ କଲେଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ଦ୍ଧାରିତ୍ ସିଟଠୁ ଅଧିକ ସଂଖ୍ୟକ ପିଲାଙ୍କୁ ଆଡମିଶନ କରାଇ ପୂର୍ବରୁ ବିବାଦରେ ଥିବା ଜଗତସିଂହପୁରର ପ୍ରତିଷ୍ଠିତ ଏସଭିଏମ୍ କଲେଜରେ ପୁଣି ଏକ ବଡ଼ଧରଣର କେଳେଙ୍କାରୀ ପଦାକୁ ଆସିଛି । ୨୦୧୭-୧୮ ମସିହାରୁ ‘ସ୍ୱୟଂଶାସିତ ମାନ୍ୟତା’ ହରାଇଥିବା ଏସଭିଏମ୍ କଲେଜ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ପିପିପି ମୋଡରେ ପିଜି ଓ ୟୁଜି ଶ୍ରେଣୀରେ ୮ଟି ପାଠ୍ୟକ୍ରମ ନିମନ୍ତେ ଟେଣ୍ଡର ଆହ୍ୱାନ କରିଛି । ନିର୍ଦ୍ଧିଷ୍ଟ ଘରୋଇ ସଂସ୍ଥାକୁ ଅନୁକମ୍ପା ଦେଖାଇବା ନିମନ୍ତେ କଲେଜ କର୍ତ୍ତୃପକ୍ଷ […]

svm

svm

Niranjan Mishra
  • Published: Monday, 26 September 2022
  • Updated: 27 September 2022, 03:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ଦ୍ଧାରିତ୍ ସିଟଠୁ ଅଧିକ ସଂଖ୍ୟକ ପିଲାଙ୍କୁ ଆଡମିଶନ କରାଇ ପୂର୍ବରୁ ବିବାଦରେ ଥିବା ଜଗତସିଂହପୁରର ପ୍ରତିଷ୍ଠିତ ଏସଭିଏମ୍ କଲେଜରେ ପୁଣି ଏକ ବଡ଼ଧରଣର କେଳେଙ୍କାରୀ ପଦାକୁ ଆସିଛି । ୨୦୧୭-୧୮ ମସିହାରୁ ‘ସ୍ୱୟଂଶାସିତ ମାନ୍ୟତା’ ହରାଇଥିବା ଏସଭିଏମ୍ କଲେଜ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ପିପିପି ମୋଡରେ ପିଜି ଓ ୟୁଜି ଶ୍ରେଣୀରେ ୮ଟି ପାଠ୍ୟକ୍ରମ ନିମନ୍ତେ ଟେଣ୍ଡର ଆହ୍ୱାନ କରିଛି । ନିର୍ଦ୍ଧିଷ୍ଟ ଘରୋଇ ସଂସ୍ଥାକୁ ଅନୁକମ୍ପା ଦେଖାଇବା ନିମନ୍ତେ କଲେଜ କର୍ତ୍ତୃପକ୍ଷ ବେଆଇନ୍ ଭାବେ ତରବରିଆ ଟେଣ୍ଡର ଡାକି ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେବାକୁ ପଛାଇ ନାହାନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ନୁହେଁ ବରଂ କଲେଜ ପରିଚାଳନା କମିଟି ନିର୍ଦ୍ଦେଶରେ ପିପିପି ମୋଡରେ କୋର୍ସ ଆରମ୍ଭ ନିମନ୍ତେ ଟେଣ୍ଡର ଡକାଯାଇଛି ବୋଲି କଲେଜ ପ୍ରିନ୍ସିପାଲ ନିରଞ୍ଜନ ବିଶ୍ୱାଳ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟରେ ଦୀର୍ଘ ୬୫ବର୍ଷ ପୁରୁଣା ଏସଭିଏମ୍ କଲେଜରେ ପିପିପି ମୋଡରେ ‘ଘରୋଇ ଅନୁଷ୍ଠାନ’ ମାଧ୍ୟମରେ ପିଜି ଓ ୟୁଜି ଶ୍ରେଣୀରେ ୮ଟି କୋର୍ସ ଖୋଲିବା ନିମନ୍ତେ ଗତ ସେପ୍ଟେମ୍ବର ୧୯ ତାରିଖରେ ପ୍ରିନ୍ସିପାଲ ଶ୍ରୀ ବିଶ୍ୱାଳଙ୍କ ଦ୍ୱାରା ଏକ ଟେଣ୍ଡର ଆହ୍ୱାନ କରାଯାଇଥିଲା । ୨୪ଘଂଟା ନପୁରୁଣୁ ସେପ୍ଟେମ୍ବର ୨୦ରେ ଏଥିରେ ସଂଶୋଧନ କରାଯାଇ ପୁଣିଥରେ ଟେଣ୍ଡର ଡକାଯାଇଥିଲା ।

ପିଜି ଶ୍ରେଣୀରେ ଜର୍ଣ୍ଣାଲିଜିମ୍ ଆଣ୍ଡ ମାସ୍ କମ୍ୟୁନିକେସନ, ଫାଇନାନ୍ସ ଆଣ୍ଡ କଂଟ୍ରୋଲ, ଏମବିଏ, ମାଇକ୍ରୋବାୟୋଲୋଜି ଏବଂ ୟୁଜି ଶ୍ରେଣୀରେ ବିବିଏ, ବିଏସସି ସାଇବର ସିକ୍ୟୁରିଟି, ଆଇଟିଏମ ଓ ମାଇକ୍ରୋବାୟୋଲୋଜି ଭଳି କୋର୍ସକୁ ପିପିପି ମୋଡରେ ଆରମ୍ଭ ପାଇଁ ଏହି ଟେଣ୍ଡରରେ ଉଲ୍ଲେଖ ରହିଛି ।

ତେବେ କଲେଜର ସ୍ୱୟଂଶାସିତ ମାନ୍ୟତା ନଥିବା ଓ ସରକାରୀ ଅନୁମତି ନଥାଇ କିଭଳି ଏସଭିଏମ୍ କଲେଜ ଏତେ ବ୍ୟୟବହୁଳ କୋର୍ସ ସବୁ ପିପିପି ମୋଡରେ କରିବାକୁ ନିଷ୍ପତ୍ତି ନେଲା, ତା’ର ଖୋଳତାଡ଼ ପରେ ଅନେକ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି ।

ଏ ସମ୍ପର୍କରେ କଲେଜ ପ୍ରିନ୍ସିପାଲ ନିରଞ୍ଜନ ବିଶ୍ୱାଳଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, “ଏସବୁ ବିଷୟରେ ତାଙ୍କର କିଛି ଧାରଣା ନାହିଁ । କଲେଜ ପରିଚାଳନା କମିଟି ସଭାପତି ଓ ସଦସ୍ୟମାନେ ଆଲୋଚନା କରି ତାଙ୍କୁ ଯାହା ନିର୍ଦ୍ଦେଶ ଦେଲେ ସେ ହିସାବରେ କାର୍ଯ୍ୟ କରିଛନ୍ତି । ଆଉ ଉକ୍ତ ଟେଣ୍ଡରକୁ ୱେବସାଇଟରେ ଅପଲୋଡ୍ କରିଛନ୍ତି ।”

ସେହିପରି କଲେଜ ପରିଚାଳନା କମିଟି ସଭାପତି କମଳା ପ୍ରସାଦ ମହାପାତ୍ର ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ ପିପିପି ମୋଡରେ କୋର୍ସ ଆରମ୍ଭ ନିମନ୍ତେ ଟେଣ୍ଡର ଡକାଯାଇଛି । ଟେଣ୍ଡର ଖୋଲାଯିବା ପରେ ରାଜ୍ୟ ସରକାରଙ୍କୁ କୋର୍ସ ଆରମ୍ଭ ହେବ କି ନାହିଁ ସେ ନେଇ ଅନୁମତି ମଗାଯିବ । ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଟେଣ୍ଡର ଡାକିବା ପୂର୍ବରୁ କାହିଁକି ରାଜ୍ୟ ସରକାରଙ୍କ ଅନୁମତି ନିଆଗଲାନି ବୋଲି ପଚାରିବାରୁ ସେ ତା’ର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏସଭିଏମ୍ କଲେଜର ‘ସ୍ୱୟଂଶାସିତ’ ମାନ୍ୟତା ସମ୍ପର୍କରେ ଶ୍ରୀ ମହାପାତ୍ର କହିଥିଲେ ଯେ,୨୦୧୭-୧୮ ମସିହାରୁ ଏହି ମାନ୍ୟତା ସମାପ୍ତ ହୋଇସାରିଛି । ପୂର୍ବରୁ ଏଥିପାଇଁ ଥରେ ଆବେଦନ ହୋଇଥିଲା । ସେହି ଆବେଦନ ଦସ୍ତାବିଜ୍ କେଉଁଠି ହଜିଯାଇଛି । ସେ ୨୦୨୧ ମସିହାରେ ପରିଚାଳନା କମିଟି ସଭାପତି ଦାୟିତ୍ୱ ନେବାପରେ ପୁଣିଥରେ ଏଥିପାଇଁ ଆବେଦନ କରାଯାଇଛି । ଯେହେତୁ ଆବେଦନ କରାଯାଇଛି,ତେଣୁ କଲେଜର ସମ୍ପ୍ରସାରିତ ‘ସ୍ୱୟଂଶାସିତ’ ମାନ୍ୟତା ଏବେବି ବଳବତ୍ତର ରହିଛି ବୋଲି ଦର୍ଶାଇବାକୁ ପ୍ରୟାସ କରିଥିଲେ ।

ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ବୀରେନ୍ଦ୍ର କୋରକୋରା ଏ ସମ୍ପର୍କରେ ପ୍ରତିକ୍ରିୟାରେ କହିଛନ୍ତି ଯେ,“ଏସଭିଏମ୍ କଲେଜ ହେଉଛି ୪୮୮ବର୍ଗର ଅନୁଦାନପ୍ରାପ୍ତ ଘରୋଇ କଲେଜ । କୌଣସି ଘରୋଇ କଲେଜ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ପିପିପି ମୋଡରେ କୋର୍ସ ଆରମ୍ଭ କରିପାରିବେ ନାହିଁ । ବିନାନୁମତିରେ ସମ୍ପୃକ୍ତ କଲେଜର ପ୍ରିନ୍ସିପାଲ କିଭଳି ଏପରି ଟେଣ୍ଡର ଡାକିଛନ୍ତି ତାହା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି ।”

କଲେଜ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ପିପିପି ମୋଡରେ କୋର୍ସ ଆରମ୍ଭ କରିବା ପାଇଁ ଟେଣ୍ଡର ଡକାଯିବା ପୂର୍ବରୁ କଲେଜ ପରିଚାଳନା କମିଟି ଆଗରେ ଏକ ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥା ଏ ସଂକ୍ରାନ୍ତ ପ୍ରେଜେଣ୍ଟେସନ ଦେଇଥିଲା । ଆଉ ସରକାରଙ୍କ ବିନା ଅନୁମତିରେ କଲେଜ ପରିଚାଳନା କମିଟି ମନମୁଖୀ ଭାବେ ପିପିପି ମୋଡରେ କୋର୍ସ ଖୋଲିବାକୁ ନିର୍ଦ୍ଦେଶ ଦେଇ ପରୋକ୍ଷରେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବାକୁ ପଛାଇ ନାହିଁ ।

ସୂଚନାଯୋଗ୍ୟ, ୟୁଜିସିଙ୍କ ଦ୍ୱାରା ୨୦୨୨  ଅଗଷ୍ଟ ୨୪ତାରିଖରେ ଜାରି ତାଲିକା ଅନୁସାରେ ଏସଭିଏମ୍ କଲେଜର ସ୍ୱୟଂଶାସିତ ମାନ୍ୟତା ୨୦୧୭-୧୮ରୁ ସମାପ୍ତ ହୋଇସାରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story