ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସାରା ଦେଶରେ ୪୭୬ ସହରରେ ମୁକ୍ତ ସ୍ଥାନରେ ଶୌଚ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ଏକ ସର୍ଭେ କରାଯାଇଛି। ଏଥିରେ ପ୍ରଥମ ସ୍ଥାନରେ ରହିଛି କର୍ଣାଟକର ମହୀଶୂର ସହର ରହିଛି। କର୍ଣ୍ଣାଟକର ୪ଟି ସହର ରହିଥିବାବେଳେ ୧୦୦ଟି ସହର ମଧ୍ୟରେ ପଶ୍ଚିମବଙ୍ଗର ୨୫ଟି ସହର ରହିଥିବା ଜଣାପଡ଼ଛି। ମହୀଶୂରରେ ସବୁଠୁ କମ୍ ଲୋକ ଖୋଲାରେ ଶୌଚ କରିବା ଦେଖାଯାଇଛି। ସେହିପରି କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ସହର। ଓଡ଼ିଶା ରାଜଧାନୀ ଭୁବନେଶ୍ୱର ସହର ଏହି ତାଲିକାର ୩୩୧ତମ ସ୍ଥାନରେ ରହିଛି। ରାଜ୍ୟର ଅନ୍ୟ ପ୍ରମୁଖ ସହର କଟକ ୨୯୬ ନମ୍ବର ସ୍ଥାନରେ ରହିଥିବା ବେଳେ ପୁରୀ ୨୯୮ ଓ ସମ୍ବଲପୁର ୪୬୭ ନମ୍ବର ସ୍ଥାନରେ ରହିଛି।
ଏହି ତାଲିକାର ପ୍ରଥମ ୧୦୦ ସହର ମଧ୍ୟରେ ଦକ୍ଷିଣାଂଚଳ ରାଜ୍ୟଗୁଡ଼ିକର ୩୯ଟି ସହର ରହିଥିବାବେଳେ ପୂର୍ବାଂଚଳର ୨୭ ଓ ପଶ୍ଚିମାଞ୍ଚଳର ୧୫ଟି ସହର ରହିଛି। ସେହିପରି ପ୍ରଥମ ୧୦୦ତାଲିକା ମଧ୍ୟରେ ୨୭ଟି ରାଜ୍ୟର ୧୫ ରାଜଧାନୀ ସହର ଥିବାବେଳେ ୫ଟି ରାଜଧାନୀ ସହର ୩୦୦ତମ ତାଲିକା ପରେ ରହିଛି। ବେଙ୍ଗାଲୁର ୭ମ ସ୍ଥାନରେ ରହିଥିବାବେଳେ ପାଟନା ତାଲିକାର ୪୨୯ତମ ଜାଗାରେ ରହିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।