ଘରକୁ ଫେରୁଥିବା ନିର୍‌ତାର ନିର୍ଦ୍ଦେଶକଙ୍କୁ ଆକ୍ରମଣ

କଟକ(ଓଡ଼ିଶା ରିପୋର୍ଟର): ଓଲଟପୁର ନିର୍‌ତାର (Swami Vivekanand National Institute of Rehabilitation Training & Research) ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାସଙ୍କୁ ଆକ୍ରମଣ ହୋଇଛି। ସେ ଆଜି ଓଲଟପୁର ହସ୍ପିଟାଲରୁ ଫେରୁଥିବା ବେଳେ କଣ୍ଟାପଡ଼ାଠାରେ ତାଙ୍କୁ ୨ ଦୁର୍ବୃତ୍ତଙ୍କ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଓଲଟପୁର ଥାନାରେ ଏନେଇ ସେ ଅଭିଯୋଗ କରିଛନ୍ତି। ନିର୍‌ତାର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାସ ହସ୍ପିଟାଲ୍‌ରୁ ଘରକୁ ଫେରୁଥିଲେ। ତେବେ ପଛ ପର୍ଶ୍ୱରୁ ଦୁଇ ଜଣ […]

Swami-Vivekanand-National-Institute-of-Rehabilitation-Training-&-Research-in-Olatpur

Manoranjan Sial
  • Published: Wednesday, 03 July 2019
  • , Updated: 03 July 2019, 06:47 PM IST

କଟକ(ଓଡ଼ିଶା ରିପୋର୍ଟର): ଓଲଟପୁର ନିର୍‌ତାର (Swami Vivekanand National Institute of Rehabilitation Training & Research) ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାସଙ୍କୁ ଆକ୍ରମଣ ହୋଇଛି। ସେ ଆଜି ଓଲଟପୁର ହସ୍ପିଟାଲରୁ ଫେରୁଥିବା ବେଳେ କଣ୍ଟାପଡ଼ାଠାରେ ତାଙ୍କୁ ୨ ଦୁର୍ବୃତ୍ତଙ୍କ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଓଲଟପୁର ଥାନାରେ ଏନେଇ ସେ ଅଭିଯୋଗ କରିଛନ୍ତି।

ନିର୍‌ତାର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାସ ହସ୍ପିଟାଲ୍‌ରୁ ଘରକୁ ଫେରୁଥିଲେ। ତେବେ ପଛ ପର୍ଶ୍ୱରୁ ଦୁଇ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଫଳରେ ଗାଡ଼ିର ପଛ ପାର୍ଶ୍ୱଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ଏପରିକି ଦୁର୍ବୃତ୍ତମାନେ ତାଙ୍କ ଗାଡ଼ି ଉପରକୁ ଗୋଟିଏ ଦେଶୀ ବନ୍ଧୁକ ଫିଙ୍ଗି ଦେଇଥିଲେ। ତେବେ କିଏ ଓ କାହିଁକି ଆକ୍ରମଣ କଲା, ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରୁଛି।

Related story